ETV Bharat / state

ହାଇକୋର୍ଟରେ ସମଲେଶ୍ବରୀ ମାମଲା, ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ରାସ୍ତା ପରିଷ୍କାର

author img

By

Published : Feb 1, 2023, 9:19 AM IST

ସମଲେଶ୍ବରୀ ମନ୍ଦିର ବିକାଶ ପାଇଁ ଘୋଷଣା ହୋଇଥିବା ସମଲେଇ ଯୋଜନା ସଂପର୍କିତ ମାମଲା । ୩ ମାସ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Etv Bharat
Etv Bharat

କଟକ: ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ଘୋଷଣା ହୋଇଥିବା ସମଲେଇ ଯୋଜନା ସଂପର୍କିତ ମାମଲାର ଶୁଣାଣି ହୋଇଛି । ଉପଯୁକ୍ତ କ୍ଷତିପୂରଣ ପ୍ରାର୍ଥନା କରି ହାଇକୋର୍ଟରେ ଦାଖଲ ହୋଇଥିବା ଜନସ୍ୱାର୍ଥ ମାମଲାରେ ସମ୍ବଲପୁର ଜିଲ୍ଲାପାଳ, ଆବେଦନକାରୀଙ୍କ ଅଭିଯୋଗ ଶୁଣି କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଓଡିଶା ହାଇକୋର୍ଟ ଏହି ମାମଲାରେ ପୂର୍ଣ୍ଣଛେଦ ପକାଇଥିବାରୁ ସମଲେଇ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବାର ରାସ୍ତା ପରିଷ୍କାର ହୋଇଛି ।

ଉପଯୁକ୍ତ କ୍ଷତିପୂରଣ ପାଇବା ପ୍ରାର୍ଥନା କରି ପାଖାପାଖି ୩୦୦ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଦାୟର ହୋଇଥିବା ସମସ୍ତ ମାମଲାର ଏକତ୍ର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀମାନେ ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଏନେଇ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆବେଦନର ଏକ ସପ୍ତାହ ମଧ୍ୟରେ ସେମାନଙ୍କର ଅଭିଯୋଗ କେବେ ଶୁଣିବେ ଜିଲ୍ଲାପାଳ ଆବେଦନକାରୀଙ୍କୁ ତାରିଖ ଦେବେ । ୩ ମାସ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାକୁ ନେଇ କିଛି ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସୁପ୍ରିମକୋର୍ଟ ସେଭଳି ପିଟିସନକୁ ଅଗ୍ରାହ୍ୟ କରି ଦେଇଥିଲେ । ମା ସମଲେଶ୍ବରୀ ମନ୍ଦିର ତଥା ଆଖପାଖ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମଲେଇ ଯୋଜନା ଘୋଷଣା କରାଯାଇଥିଲା । ଏହି ଯୋଜନାରେ ଘୁନ୍‌ଘୁଟିପଡ଼ାରେ ଥିବା ସରକାରୀ ଜମିକୁ ସାମିଲ କରାଯାଇଥିଲା।

ସରକାର ଥଇଥାନ ଓ ପୁନର୍ବାସ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଯାହା ଯୋଜନା କରିଥିଲେ ସେଥିରେ କିଛି ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ପ୍ରସଙ୍ଗରେ ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରାଯାଇଥିଲା । କିନ୍ତୁ କିଛି ସୁଫଳ ନ ମିଳିବାରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଜବାବରେ ସରକାରଙ୍କ ତରଫରୁ ଦର୍ଶାଯାଇଛି ଯେ କିଛି ଜମି ରେକର୍ଡ ସରକାରଙ୍କ ନାଁରେ ରହିଛି । ତେବେ କ୍ଷତିପୂରଣ ଦେବାରେ କୌଣସି ସମସ୍ୟା ନାହିଁ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା । ସମଲେଇ ଯୋଜନାରେ ରାଜ୍ୟ ସରକାର ପୁନର୍ବାସ, କ୍ଷତିପୂରଣ ଓ ଥଇଥାନ ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା । ୧୮୦ ଜଣ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ମକଦ୍ଦମା ପରିଚାଳନା କରୁଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.