ETV Bharat / state

ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟ ଖପ୍ପା, ଆସନ୍ତାକାଲିଠୁ କାମ ଆରମ୍ଭ କରିବାକୁ ASIକୁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Nov 15, 2023, 5:14 PM IST

ଶ୍ରୀମନ୍ଦିର ନାଟ୍ୟ ମଣ୍ଡପ ମରାମତି ପ୍ରସଙ୍ଗରେ ରାୟ ପ୍ରକାଶ ପାଇଛି । ଆସନ୍ତାକାଲିଠାରୁ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ASIକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଅଧିକ ପଢ଼ନ୍ତୁ

HC directs ASI to begin repair work
ନାଟ୍ୟ ମଣ୍ଡପ ମରାମତି ପ୍ରସଙ୍ଗ

ନାଟ୍ୟ ମଣ୍ଡପ ମରାମତି ପ୍ରସଙ୍ଗ

କଟକ: ଶ୍ରୀମନ୍ଦିର ନାଟ୍ୟ ମଣ୍ଡପ ମରାମତି ପ୍ରସଙ୍ଗ । ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ । ଆସନ୍ତାକାଲିଠାରୁ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ASIକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମନ୍ଦିର ପ୍ରଶାସନ ସମସ୍ତ ପ୍ରକାର ସହଯୋଗ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆମିକସକ୍ୟୁରୀ ପ୍ରତି ୧୫ ଦିନ ମଧ୍ୟରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ କୋର୍ଟଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେସ ଦେଇଛନ୍ତି । ଡିସେମ୍ବର ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ଆଜି ଏହି ମାମଲାର ଶୁଣାଣି ସମୟରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ASI । ଏହି ସତ୍ୟପାଠରେ ଦର୍ଶାଯାଇଥିଲା ଯେ, ଆସନ୍ତା ୨୪ ତାରିଖ ଜାନୁଆରୀ ୨୦୨୪ରେ ମରାମତି କାମ ଆରମ୍ଭ କରିବେ ।

ଏହି କାର୍ଯ୍ୟକୁ ୧୨୦ ଦିନ ମଧ୍ୟରେ ଦୈନିକ ୬ ଘଣ୍ଟା ଲେଖାଏଁ କରି ମରାମତି କାମ ଶେଷ କରିବେ। ମାତ୍ର କୋର୍ଟ ଏହାକୁ ଅଗ୍ରାହ୍ୟ କରି ଆସନ୍ତାକାଲିଠାରୁ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ASI କୋର୍ଟଙ୍କୁ ଅବଗତ କରିଥିଲେ କି, କାର୍ତ୍ତିକ ମାସ ଏବଂ ମନ୍ଦିର ଚତୁପାର୍ଶ୍ବରେ ଚାଲିଥିବା ପ୍ରକଳ୍ପ କାମର ଉଦଘାଟନ କାର୍ଯ୍ୟ ଥିବାରୁ ଏହାକୁ ଆସନ୍ତା ଜାନୁଆରୀ ୨୪ ତାରିଖରେ ଆରମ୍ଭ କରିବେ । ମାତ୍ର କୋର୍ଟ ଏହାକୁ ମଧ୍ୟ ଅଗ୍ରାହ୍ୟ କରିଛନ୍ତି। ଶୁଣାଣି ସମୟରେ ASI ସୁପରିଟେଣ୍ଡେଣ୍ଟଙ୍କ ସମେତ ମନ୍ଦିର ପ୍ରଶାସନର ସୁପରିନଟେଣ୍ଡେଣ୍ଟ ମଧ୍ୟ କୋର୍ଟରେ ଉପସ୍ଥିତ ଥିଲେ । ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ରୁଜୁ ହୋଇଥିବା ମାମଲାର ଶୁଣାଣି କରି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡଙ୍ଗୀ ଏବଂ ଜଷ୍ଟିସ ଏମ ଏସ ରମଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏହା ବି ପଢନ୍ତୁ.....Orissa High Court: ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ, ପୂର୍ଣ୍ଣାଙ୍ଗ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ଆବେଦନକାରୀଙ୍କ ଓକିଲ ଆଲୋକ ମହାପାତ୍ର କହିଛନ୍ତି,"ଜଗମୋହନ ଓ ନାଟ୍ୟ ମଣ୍ଡପର ମରାମତି ବିଳମ୍ବକୁ ନେଇ ପୂର୍ବ ଶୁଣାଣିରେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ କୋର୍ଟ। କାହିଁକି ଏହାର ମରାମତି ବିଳମ୍ବିତ କରାଯାଉଛି ? ବୋଲି ହାଇକୋର୍ଟ ପ୍ରଶ୍ନ କରିବା ସହ ASI ଉପରେ ବିରକ୍ତି ପ୍ରକାଶ କରିଥିଲେ । କାହିଁକି ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ ? ସେନେଇ ମଧ୍ୟ ଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମନ୍ଦିର ଜଗମୋହନ ଏବଂ ନାଟ୍ୟମଣ୍ଡପ ମରାମତି ମାମଲାର କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ରିପୋର୍ଟ ମାଗିଥିଲେ ହାଇକୋର୍ଟ । 2017 ମସିହାରୁ ଆଜି ପର୍ଯ୍ୟନ୍ତ କ'ଣ କ'ଣ ପଦକ୍ଷେପ ନିଆଯାଇଛି ସେନେଇ ଜଣାଇବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.