ETV Bharat / state

ହାଇକୋର୍ଟରେ ଡଙ୍ଗା ଓ ବୋଟ ବୁଡି ମାମଲା, ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର - ସତ୍ୟପାଠ ଦାଖଲ

ହାଇକୋର୍ଟରେ ଡଙ୍ଗା ଓ ବୋଟ ବୁଡି ମାମଲା । ଆଜି ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

boat tragedy issue in High Court
boat tragedy issue in High Court
author img

By

Published : May 11, 2023, 5:32 PM IST

Updated : May 11, 2023, 7:02 PM IST

ହାଇକୋର୍ଟରେ ଡଙ୍ଗା ଓ ବୋଟ ବୁଡି ମାମଲା, ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

କଟକ: ହାଇକୋର୍ଟରେ ଡଙ୍ଗା ଓ ବୋଟ ଦୁର୍ଘଟଣା ସମ୍ପର୍କିତ ଜନସ୍ବାର୍ଥ ମାମଲାର ଆଜି (ଗୁରୁବାର) ଶୁଣାଣି ହୋଇଛି । ଦୁର୍ଘଟଣାରେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ଓ ଏହାର ସୁରକ୍ଷା ପାଇଁ ଦାୟର ମାମଲାରେ କୋର୍ଟରେ ଆଜି ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ବୋଟ ଏବଂ ଡଙ୍ଗା ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଥିବା ଏହି ସତ୍ୟପାଠରେ ଉଲ୍ଲେଖ ରହିଥିବା ଆବେଦନକାରୀ ଆଇନଜୀବୀ ପ୍ରବୀର ଦାସ ସୂଚନା ଦେଇଛନ୍ତି । ସେପଟେ ଆସନ୍ତା ଜୁଲାଇ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ସତ୍ୟପାଠରେ ଓଡ଼ିଶା ବୋଟ ରୁଲ ୨୦୦୪ କାର୍ଯ୍ୟକାରୀ କରାଯାଉଥିବା ନେଇ ଉଲ୍ଲେଖ କରାଯାଇଛି। ସେହିପରି ରାଜ୍ୟରେ ବିଭିନ୍ନ ବୋଟ ଏବଂ ଡଙ୍ଗା ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଥିବା କଥା କୋର୍ଟଙ୍କୁ ଅବଗତ କରିଛନ୍ତି ରାଜ୍ୟ ସରକାର । ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ବୋଟରେ ଲାଇଫଗାର୍ଡ, ଲାଇଫ ଜ୍ୟାକେଟ, ମେକାନିକାଲ ଇଞ୍ଜିନିୟରିଙ୍କୁ ନିୟୋଜିତ କରାଯାଉଛି। ଆଗାମୀ ସମୟରେ ଏହାର ସୁରକ୍ଷା ପାଇଁ ଅନେକ ସୁରକ୍ଷା କର୍ମୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ।

ଏହା ବି ପଢନ୍ତୁ- ମିମିକ୍ରି ମ୍ୟାନ ଦେବଦତ୍ତ: କୁନିପିଲାଠୁ ବିଲେଇ, ଅବିକଳ ନକଲ ସ୍ବରରେ କରୁଛନ୍ତି ଯାଦୁ

ବିଭିନ୍ନ ନଦୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ବୋର୍ଡ ଲଗାଯାଉଛି । ଏନେଇ ସମସ୍ତ ବିଭାଗକୁ ସରକାର ନିର୍ଦ୍ଦେଶ ଦେଇଥିବା ସତ୍ୟପାଠରେ ରାଜ୍ୟ ସରକାର ଉଲ୍ଲେଖ କରିଛନ୍ତି। ତେବେ ମୋଟର ଯାନ ଆଇନ ଅନୁଯାୟୀ ମୃତକଙ୍କୁ କ୍ଷତିପୂରଣ ରାଶି ଦିଆଯାଉ ବୋଲି କୋର୍ଟ ପୂର୍ବ ନିର୍ଦ୍ଦେଶରେ କହିଥିଲେ । ଏ ନେଇ କୋର୍ଟର ଜନସ୍ବାର୍ଥ୍ୟ ମାମଲା ରୁଜୁ କରିଥିବା ଆଇନଜୀବୀ ପ୍ରବୀର ଦାସ କହିଛନ୍ତି, "ଏହି ମାମଲାରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ସେଥିରେ ବିସ୍ତୃତ ଭାବରେ ଦର୍ଶାଯାଇଛି ଯେ ବୋର୍ଟ ରୁଲ ୨୦୦୪କୁ କାର୍ଯ୍ୟକାରୀ କରାଯାଉଛି । ଜୀବନ ରକ୍ଷାକାରୀ ଉପକରଣ ଯୋଗାଯାଉଛି । ପ୍ରତ୍ୟେକ ନଦୀ, ହ୍ରଦଗୁଡି଼କରେ ଲୋକଙ୍କୁ ସତର୍କ କରାଇବା ଲାଗି ଫଳକ ଲଗାଯାଉଛି ।"

ସୂଚନା ଥାଉ କି ଗତ ୨୦୧୪ ମସିହା ଫେବ୍ରୁଆରୀ ମାସରେ ସମ୍ବଲପୁରରେ ଡଙ୍ଗା ବୁଡି ଟ୍ରାଜେଡି ପରେ ବୋଟ ପାଇଁ ସ୍ଵତନ୍ତ୍ର ଆଇନ କରାଯାଉ, ମୃତକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ପ୍ରସଙ୍ଗରେ ହାଇକୋର୍ଟର ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ ଆଇନଜୀବୀ ପ୍ରବୀର ଦାସ । ତେବେ ଆସନ୍ତା ଜୁଲାଇ ୨୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଇଟିଭି ଭାରତ, କଟକ

Last Updated : May 11, 2023, 7:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.