ETV Bharat / state

କଟକରେ ୬୩ତମ ସହିଦ ସ୍ମୃତି ଦିବସ ପାଳିତ

author img

By

Published : Oct 21, 2022, 12:17 PM IST

ଆଜି ୬୩ତମ ପୋଲିସ ସହିଦ ସ୍ମୃତି ଦିବସ । କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ । ଅଧିକ ପଢ଼ନ୍ତୁ

63rd police commemoration day celebrated in cuttack
କଟକରେ 63 ତମ ସହିଦ ସ୍ମୃତି ଦିବସ ପାଳିତ

କଟକ: ସାରା ଦେଶ ପାଳୁଛି ୬୩ତମ ପୋଲିସ ସହିଦ ସ୍ମୃତି ଦିବସ । ମାଟି ପାଇଁ ସୁରକ୍ଷା କର୍ମୀଙ୍କ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୨୧ ଅକ୍ଟୋବର ପୋଲିସ ସହିଦ ସ୍ମୃତି ଦିବସ(Police Commemoration Day) ପାଳନ କରାଯାଏ । ଏହି ଅବସରରେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ସ୍ୱତନ୍ତ୍ର ଉତ୍ସବ ଆୟୋଜନ ହୋଇଛି । କର୍ତ୍ତବ୍ୟ ସମ୍ପାଦନ ସମୟରେ ସହିଦ ହୋଇଥିବା ପୋଲିସ କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

କଟକରେ ୬୩ତମ ସହିଦ ସ୍ମୃତି ଦିବସ ପାଳିତ

ଚଳିତ ବର୍ଷ ଓଡିଶା ପୋଲିସରେ କାର୍ଯ୍ୟରତ ୩ ଜଣ ପୋଲିସ କର୍ମୀ ସହିଦ ହୋଇଥିବାବେଳେ, ଆଜି ସେମାନଙ୍କ ସ୍ମୃତି ଚାରଣ କରାଯାଇଛି । ଡିଜିପି ସୁନୀଲ ବଂଶଲଙ୍କ ଓଡିଶା ପୋଲିସରେ କାର୍ଯ୍ୟରତ ଅଧିକାଂଶ IPS ପୋଲିସ ଅଧିକାରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏନେଇ ଡିଜିପି ସୁନୀଲ ବଂଶଲ କହିଛନ୍ତି, "ରାଜ୍ୟ ଏବଂ କେନ୍ଦ୍ର ପୋଲିସ ଅଧିନରେ ପ୍ରାୟତଃ ୨୭ ଲକ୍ଷରୁ ଉର୍ଦ୍ଧ୍ବ ଅଧିକାରୀ ରହିଛନ୍ତି । ସେମାନଙ୍କ ମୂଳ ଉଦ୍ଦେଶ୍ୟ ହେଉଛି ଦେଶର ସୁରକ୍ଷା କରିବା ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବଜାର ରଖିବା । କୌଣସି ଅପରାଧିକ କାର୍ଯ୍ୟ ପାଇଁ ଭାରତୀୟ ପୋଲିସ ସଜାଗ ରହିଛି ।"

ଏହା ମଧ୍ୟ ପଢ଼ନ୍ତୁ: ଏଣିକି ରେଭେନ୍ସାରେ ବିକ୍ଷୋଭ କରିପାରିବେନି ଛାତ୍ରଛାତ୍ରୀ, ଜାରି ହେଲା କଡ଼ା ନିୟମ

ଚଳିତ ବର୍ଷ ସହିଦ ହୋଇଥିବା ୩ ପୋଲିସ କର୍ମୀମାନଙ୍କ ମଧ୍ୟରେ ଅଛନ୍ତି ସୀତାରାମ ମୁର୍ମୁ । ମୁଣ୍ଡଳୀ ହାତୀ ଟ୍ରଜେଡି ସମୟରେ ନିଜର ପ୍ରାଣ ବଳି ଦେଇଥିଲେ ଓଡ୍ରାଫର ସ୍କୁବା ଡ଼ାଇଭର ସୀତାରାମ । ତେବେ ଦେଶର ଆନ୍ତରିକ ସୁରକ୍ଷା ଦିଗରେ ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.