କଟକ: କୋରୋନା ଲଢେଇରେ ସାମିଲ ହେଲା ଓସିଏ । ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କ ରିଲିଫ ପାଣ୍ଠିକୁ ଏକ କୋଟି ଟଙ୍କା ପ୍ରଦାନ କରିଛି ଓଡିଶା କ୍ରିକେଟ ଆସୋସିଏସନ ।
ଓସିଏ ସମ୍ପାଦକ ସଞ୍ଜୟ ବେହେରା ଖୋଦ ଆସି ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀଙ୍କ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏହାପୂର୍ବରୁ ଓଡିଶା କ୍ରିକେଟର ବିପ୍ଳବ ସାମନ୍ତରାୟ, ଦେବାଶିଷ ମହାନ୍ତି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସାରା ବିଶ୍ବରେ କୋରୋନା ତାର କାୟା ବିସ୍ତାର କରି ସାରିଥିଲା ବେଳେ ଓଡିଶାରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେଉଛି । ରାଜ୍ୟରେ ସମୁଦାୟ 42 କୋରୋନା ରୋଗୀ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଛନ୍ତି ।
ତେବେ ଏହାର ମୁକାବିଲା ପାଇଁ ସାରା ଦେଶର ଲୋକେ ସହାୟତା ପାଇଁ ନିଜ ପକ୍ଷରୁ ଯଥା ସମ୍ଭବ ପ୍ରୟାସ କରୁଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ