ETV Bharat / state

ସିଲଭିର ସିଟିରେ ହେବ ଅର୍ବାନ ଫରେଷ୍ଟ, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଦିନିକିଆ କଟକ ଗସ୍ତରେ ଆସି ଏକାଧିକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଅଧିକ ପଢନ୍ତୁ

author img

By

Published : Jul 28, 2023, 1:24 PM IST

pradip kumar jena visit cuttack
ମୁଖ୍ୟ ଶାସନ ସଚିବଙ୍କ କଟକ ଗସ୍ତ
ମୁଖ୍ୟ ଶାସନ ସଚିବଙ୍କ କଟକ ଗସ୍ତ

କଟକ: କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ରଥମ ଏମପାବାର୍ଡ କମିଟି ମିଟିଙ୍ଗ ବୈଠକରେ ଯୋଗ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ।

ବୈଠକରେ ସିଲଭର ସିଟିର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । ବୈଠକ ପୂର୍ବରୁ ପ୍ରଥମେ ବାଲିଯାତ୍ରା ପଡ଼ିଆ, କଟକ ଇନ କଟକ, ହାଡ଼ିଆ ପଠା ସ୍ଥିତ ସିଲଭରସିଟି ବୋଟ କ୍ଲବ ଆଦି ଅଞ୍ଚଳ ବୁଲି ଦେଖିଥିଲେ ମୁଖ୍ୟ ଶାସନ ସଚିବ । ବାଲିଯାତ୍ରା ପଡ଼ିଆ ମହାନଦୀ ପଠାର ରକ୍ଷଣାବେକ୍ଷଣ, ଉନ୍ନତିକରଣ, ତଥା ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିୟମାବଳୀ ଆଧାରରେ ଏହାର ବ୍ୟବହାରକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ମହାନଦୀ ଶଯ୍ୟାରେ ଅର୍ବାନ ଫରେଷ୍ଟ ସୃଷ୍ଟି ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । ଦୁଇ ଶହରୁ ଊର୍ଦ୍ଧ୍ବ ଏକର ପାଖାପାଖି ଅଞ୍ଚଳରେ ଏହି ଅର୍ବାନ ଫରେଷ୍ଟର ଯୋଜନା ପ୍ରସ୍ତୁତ କରାଯାଇଛି ।

ବକ୍ସ ଡ୍ରେନ ପ୍ରକଳ୍ପ ଠାରୁ ଆରମ୍ଭ କରି ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆଦି କଟକ ସହରର ଶୋଭା ବୃଦ୍ଧି କରିବା ସହିତ ସମସ୍ୟାକୁ କମାଇବାରେ ସହାୟକ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ସମସ୍ତ ବିଭାଗ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି ଉନ୍ନତିମୂଳକ କାର୍ଯ୍ୟଗୁଡିକୁ ଆଗେଇ ନେବା ପାଇଁ କହିଛନ୍ତି ମୁଖ୍ୟ ଶାସନ ସଚିବ । ସହରରେ ଆଉ ଏକ ବ୍ରିଜ ନିର୍ମାଣ ସହ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଅଧୀନରେ ବିଭିନ୍ନ ପ୍ରକଳ୍ପ ତଥା ହାଉସିଂ ପ୍ରୋଜେକ୍ଟ, ଲାଇବ୍ରେରୀ ନିର୍ମାଣ, ସିଡିଏର ସମ୍ପ୍ରସାରଣ, ଜିଲ୍ଲାର ବିଭିନ୍ନ ବ୍ଲକରୁ ଚିହ୍ନଟ ଗ୍ରାମ ଗୁଡିକର ମିଶ୍ରଣ ଆଦି ବିଭିନ୍ନ ବିଷୟକୁ ଆଗାମୀ ଦିନରେ କିଭଳି ଆଗେଇ ନିଆଯିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ଏହା ବି ପଢନ୍ତୁ...ଜରିପାଲ ତଳେ ରାଷ୍ଟ୍ରପତି: ଅତିରିକ୍ତ ସତର୍କତା ନିଆଯାଇଥିବା କହିଲେ ମୁଖ୍ୟ ଶାସନ ସଚିବ

ବୈଠକ ପୂର୍ବରୁ କଟକର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ ମୁଖ୍ୟ ଶାସନ ସଚିବ । କଟକରେ ଅନେକ ମେଗା ପ୍ରକଳ୍ପର ଶୁଭାରମ୍ଭ ହେବ। ସିଲଭର ସିଟିରେ ନେତାଜୀ ବସ ଟର୍ମିନାଲ, ଅର୍ବାନ ହାଟ, କ୍ଳକ ଟାୱର, ବୋଟ କ୍ଲବ, ତାଳଦଣ୍ଡା କେନାଲରେ ପର୍ଯ୍ୟଟନ କାର୍ଯ୍ୟ ଇତ୍ୟାଦିର ଖୁବଶୀଘ୍ର ଉଦଘାଟନ ହେବାକୁ ଯାଉଛି । ସିଡିଓ ଅଧିକୃତ ବୈଠକରେ କଟକ ଜିଲ୍ଲାପାଳ, ସିଏମସି କମିଶନର, ସିଡିଏ ଚେୟାରମ୍ୟାନ, ଗୃହ ଏବଂ ନଗର ଉନ୍ନୟନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.