ETV Bharat / state

ଲିଙ୍କ ରୋଡ଼ ସମ୍ପ୍ରସାରଣ ପାଇଁ ୧୨୨ କୋଟି, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ମନ୍ତ୍ରୀ ଓ ବିଧାୟକ

author img

By

Published : Apr 25, 2023, 8:39 AM IST

ରାଜ୍ୟ କ୍ୟାବିନେଟ ବୈଠକରେ କଟକ ଲିଙ୍କ ରୋଡ଼ ସମ୍ପ୍ରସାରଣ ପ୍ରକଳ୍ପକୁ ଅନୁମୋଦନ । ଖର୍ଚ୍ଚ ହେବ ୧୨୨ କୋଟି । ଅଧିକ ପଢନ୍ତୁ

ଲିଙ୍କ ରୋଡ଼ ସମ୍ପ୍ରସାରଣ ପାଇଁ ୧୨୨ କୋଟି
ଲିଙ୍କ ରୋଡ଼ ସମ୍ପ୍ରସାରଣ ପାଇଁ ୧୨୨ କୋଟି
ଲିଙ୍କ ରୋଡ଼ ସମ୍ପ୍ରସାରଣ ପାଇଁ ୧୨୨ କୋଟି

କଟକ: ବିଜୁ ସେତୁ ଯୋଜନାର ଅବଧିକୁ ୨୦୨୫-୨୬ ମସିହାକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛି । ଏହି କ୍ରମରେ ବିଜୁ ସେତୁ ଯୋଜନାରେ ରାଜ୍ୟରେ ନିର୍ମାଣ ହେବ ଆଉ ୮୬୬ ସେତୁ । ନୂଆ ସେତୁ ନିର୍ମାଣ ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି । ଏହାରି ଭିତରେ କଟକ ରିଙ୍ଗ ରୋଡ଼ ୬ ଲେନ୍ ବିଶିଷ୍ଟ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଖାନନଗର ଠାରୁ ଲିଙ୍କ୍ ରୋଡ୍ ପର୍ଯ୍ୟନ୍ତ ୬ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ୧୨୧ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ୨୪ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହାଦ୍ବାରା କଟକ ସହରର ଟ୍ରାଫିକ ସମସ୍ୟା ଦୂର ହୋଇପାରିବ ବୋଲି କୁହାଯାଇଛି । କ୍ୟାବିନେଟର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଆଠଗଡ଼ର ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଏହାଦ୍ୱାରା ଟ୍ରାଫିକ ସମସ୍ୟା ଦୂର ହେବ ବୋଲି ମତପ୍ରକାଶ କରିଛନ୍ତି ।

ତେବେ ଓଡ଼ିଶା ଇଭି ପଲିସି- ୨୦୨୧ର ସଂଶୋଧନ, ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ଓ ଓବିସି କମିଶନ ସଂଶୋଧନ ଅଧ୍ୟାଦେଶକୁ ମଧ୍ୟ କ୍ୟାବିନେଟ ମୋହର ମାରିଛି । ସାଧାରଣ ଭବିଷ୍ୟନିଧି ପାଣ୍ଠି ନିୟମରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଗ୍ରାହକଙ୍କ ପାଇଁ ପରିବାର ସଂଜ୍ଞାରେ ପରିବାର ସଦସ୍ୟଙ୍କୁ ଗ୍ରହଣ କରାଯିବ । ଉଭୟ ପୁରୁଷ ଓ ମହିଳା ଗ୍ରାହକଙ୍କ ପାଇଁ ପରିବାର ସଂଜ୍ଞା ଲାଗୁ ହେବ । ପରିବାର ସଂଜ୍ଞାରେ ପରିବାରର ଅନ୍ୟ ସଦସ୍ୟଙ୍କୁ ଗ୍ରହଣ କରାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ମୋଟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆହୁରି ୧୦ ବର୍ଷ ପାଇଁ ଓଡ଼ିଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ରହିବେ । ଏ ସମ୍ପର୍କିତ ପ୍ରସ୍ତାବରେ ମଧ୍ୟ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ୨୦୨୩ରୁ ୨୦୩୩ ପର୍ଯ୍ୟନ୍ତ ହକି ଟିମ୍ ପାଇଁ ପ୍ରାୟୋଜକ ରହିବ ଓଡ଼ିଶା । ଏହି ସମୟ ମଧ୍ୟରେ ଓଏମସି ପକ୍ଷରୁ ହକି ଇଣ୍ଡିଆକୁ ୪୩୪.୧୨ କୋଟି ଟଙ୍କା ପ୍ରଦାନ କରାଯିବ । ଏନେଇ ଆଗତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ସେହିଭଳି କଟକ ରିଙ୍ଗ ରୋଡ଼କୁ ୬ ଲେନ୍ ବିଶିଷ୍ଟ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.