ETV Bharat / state

Vigilance Raid: ଭିଜିଲାନ୍ସ ଜାଲରେ ନୂଆପଡା ACSO, ଚାଲିଛି କଳାଧନ ଖୋଜା - Nuapada ACSO Ratnakar Sethi in vigilance scanner

ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସିଏସଓ ରତ୍ନାକର ସେଠୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆଜି ଭୋରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ନୂଆପଡା ଓ କଟକର 6ଟି ସ୍ଥାନରେ ଏକକାଳୀନ ରେଡ଼ କରିଛି । ଚଢ଼ାଉ ବେଳେ ଅଚଳାଚଳ ସମ୍ପତ୍ତି ସହ ସୁନା ଓ ରୁପା ଅଳଙ୍କାର ମଧ୍ୟ ଠାବ ହୋଇଛି । ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ କରାଯାଇ ନାହିଁ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ନୂଆପଡା ACSO, ଚାଲିଛି କଳାଧନ ଖୋଜା
ସହକାରୀ ଯୋଗାଣ ବିଭାଗ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ଼
author img

By

Published : Feb 2, 2022, 10:37 AM IST

Updated : Feb 2, 2022, 12:15 PM IST

କଟକ/ନୂଆପଡା: ଆକ୍ସନ ମୁଡରେ ଭିଜିଲାନ୍ସ । ଦିନକୁ ଦିନ ଜଣେ ଜଣେ କୁବେରଙ୍କ କଳାଧନର ସନ୍ଧାନ ଖୋଜୁଛି ଟିମ । ଏବେ ଜାଲରେ ନୂଆପଡ଼ା ଜିଲ୍ଲାର ସହକାରୀ ଯୋଗାଣ ବିଭାଗ ଅଧିକାରୀ । ଆୟ ବହିର୍ଭୂତ୍ତ ସମ୍ପତି ଠୁଳ ଅଭିଯୋଗରେ ଏସିଏସଓ ରତ୍ନାକର ସେଠୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆଜି ଭୋରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ନୂଆପଡା ଓ କଟକର 6 ଟି ସ୍ଥାନରେ ଏକକାଳୀନ ରେଡ଼ କରିଛି । ଚଢ଼ାଉ ବେଳେ ଅଚଳାଚଳ ସମ୍ପତ୍ତି ସହ ସୁନା ଓ ରୁପା ଅଳଙ୍କାର ମଧ୍ୟ ଠାବ ହୋଇଛି । ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତିର ଆକଳନ କରାଯାଇ ନାହିଁ ।

ଭିଜିଲାନ୍ସ ଜାଲରେ ନୂଆପଡା ACSO, ଚାଲିଛି କଳାଧନ ଖୋଜା

ସୂଚନାଯୋଗ୍ୟ, ରତ୍ନାକରଙ୍କ ଘରେ ଆଜି ସକାଳୁ ସକାଳୁ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଉଛି । କଟକ ମଧୁପାଟଣା ବାଲିସାହିରେ ଥିବା ରତ୍ନାକରଙ୍କ ବାସଭବନ, ଚାଉଳିଆଗଞ୍ଜରେ ଥିବା ତିନି ମହଲା ବିଶିଷ୍ଟ ବଡ ଅଟ୍ଟାଳିକା, କଟକ ବାଲିସାହିରେ ଥିବା ନଟରାଜ କଲ୍ୟାଣ ମଣ୍ଡପ, ଚୌଦ୍ୱାର ଓରଣ୍ଡାରେ ଥିବା ୩ ଏକର ଜମି, ନୂଆପଡ଼ା ସ୍ଥିତ ସରକାରୀ କାର୍ଯ୍ୟାଳୟ, ନୂଆପଡ଼ାର ଭଡ଼ାଘରରେ ଚଢ଼ଉ କରାଯାଇଛି । ଏହି ଚଢ଼ଉରେ ୬ ଜଣ ଭିଜିଲାନ୍ସ ଡିଏସ୍‌ପି, ୧୨ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

କଟକରୁ ନାରାୟଣ ସାହୁ ଓ ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Feb 2, 2022, 12:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.