ETV Bharat / state

କଟକରେ ଛାଡ଼ଖାଇ ମାଡ, ଉଠୁଛି ପଡୁଛି ଆମିଷ ବଜାର

author img

By

Published : Nov 9, 2022, 11:39 AM IST

Updated : Nov 9, 2022, 11:45 AM IST

ଛାଡଖାଇ ପାଇଁ ଉଠୁଛି ପଡୁଛି ଆମିଷ ବଜାର । କଟକର ବିଭିନ୍ନ ଆମିଷ ବଜାରରେ ନାହିଁ ନଥିବା ଭିଡ ଲାଗିଛି । ଅଧିକ ପଢନ୍ତୁ

କଟକରେ ଛାଡ଼ଖାଇ ମାଡ, ଉଠୁଛି ପଡୁଛି ଆମିଷ ବଜାର
କଟକରେ ଛାଡ଼ଖାଇ ମାଡ, ଉଠୁଛି ପଡୁଛି ଆମିଷ ବଜାର

କଟକ: ସରିଛି କାର୍ତ୍ତିକ ମାସ । ଆଜି ଛାଡଖାଇ । ଧର୍ମମାସ କାର୍ତ୍ତିକ ପାଇଁ ମାସେ ହେଲା ଆମିଷ ଖାଇନଥିବା ଲୋକେ ଆଜି ଆମିଷ ପାଇଁ ସକାଳୁ ବଜାରରେ ଭିଡ ଲଗାଇଛନ୍ତି । ଛାଡଖାଇକୁ ନେଇ ଗାଁଠୁ ସହର ସବୁ ଛୋଟ ବଡ ବଜାରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି(Non vegetarian markets see huge rush on chhadakhai) । କିଏ ମାଛ କିଣୁଛି ତ କିଏ ମାଂସ । ଦରକୁ ଖାତିର ନ କରି ଛାଡଖାଇ ପାଳିବା ପାଇଁ ସମସ୍ତ ଆମିଷ କିଣିବାରେ ଲାଗିପଡିଛନ୍ତି । ଏଥିପାଇଁ କଟକର ବିଭିନ୍ନ ଆମିଷ ବଜାର ମଧ୍ୟ ଖଚାଖଚ ଭିଡ଼ ଜମିଛି । ଆମିଷ ବାର ଛାଡଖାଇ ପଡିଥିବା ବେଳେ ସୂର୍ଯ୍ୟ ଉଇଁବା ମାତ୍ରେ ଲୋକେ ମାଛ ମାଂସ ପାଇଁ ମାର୍କେଟରେ ଲମ୍ବା ଲାଇନ ଲଗାଇଛନ୍ତି ।

ମାଛ ଦର ଓ ଚିକେନ୍ ଦର ସଠିକ ରହିଥିଲା ବେଳେ ଗ୍ରାହକମାନେ ବେଶ୍ ଖୁସି ଜାହିର କରିଛନ୍ତି । ବିଶେଷକରି ନଈମାଛକୁ ପସନ୍ଦ କରୁଛନ୍ତି ଗ୍ରାହକ। ଏହାବ୍ୟତୀତ ଚିକେନ୍ ଓ ମଟନର ଚାହିଦା ମଧ୍ୟ ବେଶ ଅଧିକ ରହିଛି । ଯଦି ଦର କଥା କହିବା ତେବେ ନଈ ମାଛ ରେଟ୍ 200ରୁ ଆରମ୍ଭ ହୋଇଥିବା ବେଳେ ଚିଙ୍ଗୁଡ଼ି 500 ଟଙ୍କା ରହିଛି । ସେହିପରି ଚିକେନ୍ 220 ଦେଶୀ ଚିକେନ୍ 400 ଟଙ୍କାରେ ବଜାରରେ ବିକ୍ରି ହେଉଛି । ଅନ୍ୟପଟେ ମଟନ ମଧ୍ୟ କେଜି ପିଛା 700 ପାର କରିଛି । ତେବେ ଦରକୁ ନଦେଖି ଲୋକେ ନିଜ ପସନ୍ଦର ଆମିଷ କିଣିବାରେ ବ୍ୟସ୍ତ ରହିଛନ୍ତି ।

ଇଟିଭି ଭାରତ, କଟକ

Last Updated : Nov 9, 2022, 11:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.