ETV Bharat / state

ପଲିଥିନ କଟକଣାକୁ ଆଖିଠାର, ଭେଣ୍ଡିଂ ଜୋନରେ କୁଢ଼ କୁଢ଼ ପଲିଥିନ - କୁଢ଼ କୁଢ଼ ପଲିଥିନ

କଟକରେ ଦେଖାଗଲା ପଲିଥିନ ବ୍ୟାନର ଅସଲ ଚିତ୍ର । ଦୀପାବଳି ପରେ ଭେଣ୍ଡିଂ ଜୋନରେ ପଡିଛି କୁଇଣ୍ଟାଲ କୁଇଣ୍ଟାଲ ପଲିଥିନ । ଅଧିକ ପଢ଼ନ୍ତୁ...

ପଲିଥିନି କଟକଣାକୁ ଆଖିଠାର
author img

By

Published : Oct 30, 2019, 11:45 AM IST

କଟକ: ସହରରେ ପଲିଥିନ ବ୍ୟବହାର କଟକଣାର ଅସଲ ଚିତ୍ର ଦେଖିବାକୁ ମିଳିଛି । ଗତ ଅକ୍ଟୋବର ମାସ 2 ତାରିଖରୁ ସହରରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ କରାଗଲା । ସିଏମସି ପକ୍ଷରୁ ବାରମ୍ବାର ଚଢ଼ାଉ କରାଗଲା। ଫାଇନ ବି ଆଦାୟ କରାଗଲା। ଏସବୁ ସତ୍ତ୍ବେ ଫଳ ଶୂନ। ଯଥା ପୂର୍ବଂ ତଥା ପରଂ।

ତେବେ ସବୁଠାରୁ ବଡ଼ କଥା ହେଲା ସହରରେ ପ୍ରଚୁର ପରିମାଣରେ ପଲିଥିନ ବ୍ୟବହାର କରାଯାଉଛି କିନ୍ତୁ ସିଏମସି ତାହା ଜାଣି ପାରୁନାହିଁ ନାଁ ଜାଣି ଶୁଣି ନ ଜାଣିଲା ପରି ରହୁଛି, ସେ ନେଇ ଉଠୁଛି ପ୍ରଶ୍ନବାଚୀ ? ଦୀପାବଳି ସମୟରେ ସହରରେ ବାଣ ବିକ୍ରୟ ପାଇଁ ଭେଣ୍ଡିଂ ଜୋନ କରାଯାଇଥିଲା। ଦୀପାବଳୀ ପରେ ଏହି ଭେଣ୍ଡିଂ ଜୋନ ନିକଟରେ କୁଇଣ୍ଟାଲ କୁଇଣ୍ଟାଲ ପଲିଥିନ ପଡିରହିଛି । ଯାହା ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି କେତେ ପରିମାଣର ପଲିଥିନ ବ୍ୟବହାର କରାଯାଉଛି ।

ଭେଣ୍ଡିଂ ଜୋନରେ କୁଢ଼ କୁଢ଼ ପଲିଥିନ

ଆଶ୍ଚର୍ଯ୍ୟର କଥା ହେଲା ଏହି ଭେଣ୍ଡିଂ ଜୋନ ଗୁଡିକରେ ସିଏମସି ପକ୍ଷରୁ ବାରମ୍ବାର ଚଢ଼ାଉ ମଧ୍ୟ କରାଯାଉଥିଲା। ତେବେ ଏତେ ପରିମାଣର ପଲିଥିନ କେଉଁଠୁ ଆସିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଚଢ଼ାଉ ସମୟରେ ସଠିକ ଭାବରେ ଯାଞ୍ଚ କରାଯାଇଥିଲା ନା କେବଳ ଲୋକ ଦେଖାଣିଆ ଭାବରେ ଚଢ଼ାଉ କରାଯାଉଛି, ସେ ନେଇ ସୃଷ୍ଟି ହୋଇଛି ସନ୍ଦେହ । ତେବେ ଏନେଇ ସିଏମସି କମିଶନରଙ୍କୁ ପଚାରିବାରୁ ସେ ଚିରାଚରିତ ଭାବେ କହିଛନ୍ତି ପଲିଥିନ ବ୍ୟବହାର ଗୋଟିଏ ପ୍ରକାର ଅଭ୍ୟାସ ହୋଇଯାଇଛି। ଧୀରେ ଧୀରେ ଏହି ଅଭ୍ୟାସ ପରିବର୍ତ୍ତନ ହେବ। ଲୋକଙ୍କୁ ସଚେତନ କରାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ସହରରେ ଏମିତି ଚାଲିଛି ପଲିଥିନ ବ୍ୟବହାର କଟକଣା।ଗତ ଅକ୍ଟୋବର ମାସ ୨ ତାରିଖରୁ ସହରରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁକରାଗଲା।ସିଏମସି ପକ୍ଷରୁ ବାରମ୍ବାର ଚଢ଼ାଉ କରାଗଲା।ଫାଇନ ବି ଆଦାୟ କରାଗଲା। ଏସବୁ ସତ୍ତ୍ୱେ ଫଳ ଶୁନ।ଯଥା ପୂର୍ବାଂ ତଥା ପରଂ।ସବୁଠାରୁ ବଡ଼ କଥା ହେଉଛି ସହରରେ ପ୍ରଚୁର ପରିମାଣରେ ପଲିଥିନ ବ୍ୟବହାର କରାଯାଉଛି କିନ୍ତୁ ସିଏମସି ତାହା ଜାଣି ପାରୁନାହିଁ ନାଁ ଜାଣି ଶୁଣି ନଜାଣିଲା ପରି ହେଉଛି?
ଦୀପାବଳୀ ରେ ସହରରେ ବାଣ ବିକ୍ରୟ ପାଇଁ ଭେଣ୍ଡିଂ ଜୋନ କରାଯାଇଥିଲା।ଦୀପାବଳୀ ପରେ ଏହି ଭେଣ୍ଡିଂ ଜୋନ୍ ନିକଟରେ କୁଇଣ୍ଟାଲ କୁଇଣ୍ଟାଲ ପଲିଥିନ ପଡି ରହିଛି।ଯାହା ସ୍ପଷ୍ଟ ଭାବେ ପ୍ରମାଣିତ କରୁଛି କେତେ ପରିମାଣର ପଲିଥିନ ବ୍ୟବହାର କରାଯାଉଛି।ସବୁଠାରୁ ବଡ଼ କଥା ହେଉଛି ଏହି ଭେଣ୍ଡିଂ ଜୋନ୍ ଗୁଡିକରେ ସିଏମସି ପକ୍ଷରୁ ବାରମ୍ବାର ଚଢ଼ାଉ ମଧ୍ୟ କରାଯାଉଥିଲା।ତେବେ ଏତେ ପରିମାଣର ପଲିଥିନ କେଉଁଠୁ ଆସିଲା ବୋଲି ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।ଚଢ଼ାଉ ସମୟରେ ସଠିକ ଭାବରେ ଯାଞ୍ଚ କରାଯାଉଛି ତ ? ନାଁ କେବଳ ଲୋକ ଦେଖାଣିଆ ଭାବରେ ଚଢ଼ାଉ କରାଯାଉଛି? ତେବେ ଏନେଇ ସିଏମସି କମିଶନରଙ୍କୁ ପଚାରିବାରୁ ସେ ଚିରାଚରିତ ଭାବେ କହିଛନ୍ତି ପଲିଥିନ ବ୍ୟବହାର ଗୋଟିଏ ପ୍ରକାର ଅଭ୍ୟାସ ହୋଇଯାଇଛି।ଧୀରେ ଧୀରେ ଏହି ଅଭ୍ୟାସ ପରିବର୍ତ୍ତନ ହେବ।ଲାକଙ୍କୁ ସଚେତନତା କରାଯାଉଛି।

ବାଇଟ - ଜଗନ୍ନାଥ ପ୍ରସାଦ ମହାନ୍ତି,ସମାଜସେବୀ।
ବାଇଟ - ଅନନ୍ୟା ଦାଶ, ସିଏମସି କମିଶନର।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.