ETV Bharat / state

ମହିଳାଠାରୁ ଠକିଥିଲା ୨୮ ଲକ୍ଷ ଟଙ୍କା, ନାଇଜେରିଆ ନାଗରିକକୁ ବାନ୍ଧିଲା ପୋଲିସ - ଗିରଫ ହେଲେ ନାଇଜେରିଆ ନାଗରିକ

ସାଇବର ଠକେଇ ଅଭିଯୋଗରେ ଗିରଫ ହେଲେ ନାଇଜେରିଆ ନାଗରିକ । ନାଇଜେରିଆ ନାଗରିକ ପଟ୍ରିକ ଚିଡି ଓରାଜାକାକୁ ନୂଆ ଦିଲ୍ଲୀରୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ । ଅଧିକ ପଢ଼ନ୍ତୁ

Nigerian arrested in Delhi who cyber fraud and looted money of Odisha women
ମହିଳାଠାରୁ ଠକିଥିଲା ୨୮ ଲକ୍ଷ ଟଙ୍କା, ନାଇଜେରିଆ ନାଗରିକକୁ ବାନ୍ଧିଲା ପୋଲିସ
author img

By

Published : Dec 15, 2022, 4:32 PM IST

Updated : Dec 15, 2022, 11:02 PM IST

କଟକ: ସାଇବର ଠକେଇ ଅଭିଯୋଗରେ ଗିରଫ ହେଲେ ନାଇଜେରିଆ ନାଗରିକ । ନାଇଜେରିଆ ନାଗରିକ ପଟ୍ରିକ ଚିଡି ଓରାଜାକାକୁ ନୂଆଦିଲ୍ଲୀରୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ । ପଟ୍ରିକଠାରୁ ୯ଟି ଡେବିଟ କାର୍ଡ, ୧୨ଟି ମୋବାଇଲ, ୨୨ଟି ପାସବୁକ, ୧୦ଟି ଚେକ ବୁକ, ୨୦ଟି ସିମ, ଲାପଟପ ଓ ଆଧାର କାର୍ଡ ଜବତ କରାଯାଇଛି ।

  • ସାଇବର ଠକେଇ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ
  • ନାଇଜେରିଆ ନାଗରିକ ପଟ୍ରିକ ଚିଡି ଓରାଜାକା ଗିରଫ
  • ନୂଆ ଦିଲ୍ଲୀରୁ ଗିରଫ କଲା ଓଡିଶା କ୍ରାଇମବ୍ରାଞ୍ଚ
  • ପଟ୍ରିକ କଟକର ଜଣେ ମହିଳାଙ୍କ ଠାରୁ 28.67 ଲକ୍ଷ ଟଙ୍କା ଠକେଇ କରି ଥିଲା
  • ନିଜକୁ ଜଣେ ଡାକ୍ତର ପରିଚୟ ଦେଇ ଇନଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରିଥିଲା
  • ପରେ ବିଭିନ୍ନ ପର୍ଯ୍ୟୟରେ ଟଙ୍କା ଠକି ନେଇ ଥିଲା
  • ଏନେଇ ମହିଳା ଜଣକ ସାଇବର ଥାନାରେ ଅଭିଯୋଗ କରି ଥିଲେ
  • ଅଭିଯୁକ୍ତକୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ

ପଟ୍ରିକ କଟକର ଜଣେ ମହିଳାଙ୍କ ଠାରୁ 28.67 ଲକ୍ଷ ଟଙ୍କା ଠକେଇ କରିଥିଲା । ନିଜକୁ ନେଦରଲାଣ୍ଡରେ କାର୍ଯ୍ୟରତ ଜଣେ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ଡାକ୍ତର ପରିଚୟ ଦେଇ ଜଣେ ମହିଳାଙ୍କଠାରୁ 28.67 ଲକ୍ଷ ଟଙ୍କା ଠକେଇ କରିଥିଲା ପଟ୍ରିକ । ପ୍ରଥମେ ସମ୍ପୃକ୍ତ ମହିଳାଙ୍କ ସହ ଇନ୍‌ଷ୍ଟାଗ୍ରାମରେ ବନ୍ଧୁତା ସ୍ଥାପନ କରିଥିଲା । ମାତ୍ର 5 ଦିନ ମଧ୍ୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ନିବିଡ଼ ହୋଇଥିଲା । ମହିଳା ଜଣକ ତାକୁ ନିଜର ହ୍ଵାଟ୍ସଆପ ନମ୍ବର ଦେଇ ଥିଲେ। ଏବଂ ଏହା ପରେ ସେମାନଙ୍କ ମଧ୍ୟରେ ହ୍ଵାଟ୍ସଆପ ଚାଟିିଂ ଆରମ୍ଭ ହୋଇଥିଲା ।

ମହିଳାଠାରୁ ଠକିଥିଲା ୨୮ ଲକ୍ଷ ଟଙ୍କା, ନାଇଜେରିଆ ନାଗରିକକୁ ବାନ୍ଧିଲା ପୋଲିସ

ତେବେ ଏହାର କିଛି ଦିନ ପରେ 90 ହଜାର ୟୁରୋ ସାଥିରେ ନେଇ ସେ ସମ୍ପୃକ୍ତ ମହିଳା ଜଣଙ୍କୁ ଭେଟିବା ପାଇଁ ଭାରତ ଆସୁଥିବା କଥା କହିଥିଲା ପଟ୍ରିକ । ତାକୁ ଦିଲ୍ଲୀ ବିମାନ ବନ୍ଦରରେ ଅଟକ ରଖାଯାଇଛି ଏବଂ କିଛି ଟଙ୍କା ଡିପୋଜିଟ କରିବା ପରେ ସେ ସେଠାରୁ ମୁକୁଳିବ ବୋଲି ପଟ୍ରିକ ସମ୍ପୃକ୍ତ ମହିଳାଙ୍କୁ କହିଥିଲା । ଏହିଭଳି ଭାବେ ବିଭିନ୍ନ ପର୍ଯ୍ୟାୟରେ ସେ ଟଙ୍କା ଠକି ନେଇ ଥିଲା । ତେବେ ଠକେଇର ଶିକାର ହୋଇଥିବା ଜାଣି ମହିଳା ଜଣକ ଗତ ମାସ 16 ତାରିଖ ସାଇବର ଥାନାରେ ଅଭିଯୋଗ କରିଥିଲେ । ଏହାପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଆଜି ପଟ୍ରିକକୁ ନୂଆଦିଲ୍ଲୀରୁ ଗିରଫ କରାଯାଇଛି ।

ସାଇବର ଠକକୁ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ । ପାଖାପାଖି ୨୯ ଲକ୍ଷ ଟଙ୍କା ଠକିଥିବା ନେଇ ଦିଲ୍ଲୀରୁ ତାକୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ । ତା ବିରୋଧରେ ଦଫା ୪୧୯,୪୨୦, ୪୬୭,୪୭୮, ୪୭୧, ୧୨୦ ବି ଭଳି ଦଫା ଲାଗିଥିଲା । କଟକ ସିଟି JMFC କୋର୍ଟ ଅଭିଯୁକ୍ତର ଜାମିନ ଆବେଦନ ଖାରଜ କରିଥିବା ବେଳେ ତାକୁ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି । ନାଇଜେରିଆନ ନାଗରିକ ପଟ୍ରିକ ଚିଯୋରମ ଓରଜକାଙ୍କୁ କ୍ରାଇମବ୍ରାଞ୍ଚ ଗତ ୧୩ ତାରିଖରେ ଦିଲ୍ଲୀରୁ ଗିରଫ କରି ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଥିଲା ।

Last Updated : Dec 15, 2022, 11:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.