ETV Bharat / state

ନିଆଳି ମହୋତ୍ସବ: ସାରଳା ଘଣ୍ଟ ଏବଂ ଆଦିବାସୀ ଲୋକ ନୃତ୍ୟ ସାଜିଲା ମୁଖ୍ୟ ଆକର୍ଷଣ

author img

By

Published : Jan 28, 2023, 2:29 PM IST

ଦୀର୍ଘ ଦୁଇ ବର୍ଷ ପରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ନିଆଳି ମହୋତ୍ସବ । ଶୁକ୍ରବାର ଏହି ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗ ଦେଇଥିଲେ । ଅଧିକ ପଢନ୍ତୁ

ନିଆଳି ମହୋତ୍ସବ
ନିଆଳି ମହୋତ୍ସବ
ନିଆଳି ମହୋତ୍ସବ

ନିଆଳି: ଶୁକ୍ରବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି ନିଆଳି ମହୋତ୍ସବ ୨୦୨୩ । ଏହି ଉତ୍ସବରେ ମନ୍ତ୍ରୀ, ସାଂସଦ ଏବଂ ବିଧାୟକ ଯୋଗ ଦେଇଥିବା ବେଳେ ସାରଳା ଘଣ୍ଟ ଏବଂ ଆଦିବାସୀ ଲୋକ ନୃତ୍ୟ ମୁଖ୍ୟ ଆକର୍ଷଣ ସାଜିଥିଲା । କଟକ ଜିଲ୍ଲା ନିଆଳି ମାଘ ସପ୍ତମୀ ପଡ଼ିଆରେ ୬ଷ୍ଠ ନିଆଳି ମହୋତ୍ସବକୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଜଗନ୍ନାଥଙ୍କ ବିଗ୍ରହ ନିକଟରେ ଦିପ ଜାଳି ଉଦଘାଟନ କରିଥିଲେ।

୨୦୧୮ ମସିହାରୁ ଏହି ଉତ୍ସବ ହୋଇଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ଏହି ଉଦଘାଟନ ସଂଧ୍ୟାରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଏବଂ ନିଆଳି ବିଧାୟକ ତଥା ନିଆଳି ମହୋତ୍ସବର ସଭାପତି ପ୍ରମୋଦ କୁମାର ମଲ୍ଲିକ ଓ ନିଆଳି ବ୍ଳକର ଚ୍ଯାୟାରମ୍ଯାନ ଉମେଶ ଚନ୍ଦ୍ର ବେହେରାଙ୍କ ସମେତ ଜିଲ୍ଲାପରିଷଦ ସଭ୍ଯ ଯୋଗ ଦୋଇଥିଲେ । ତେବେ ଗୋଟିଏ ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବା ମିଳୁଛି ବୋଲି କହିଥିଲେ ଉପସ୍ଥିତ ଅତିଥି । ଶୁକ୍ରବାର ସଂଧ୍ୟାରେ ଜଗତସିଂହପୁର ଜିଲ୍ଲାର ଶାରଳା ଘଣ୍ଟରୁ ଆରମ୍ଭ ହୋଇଥିଲା ନିଆଳି ମହୋତ୍ସବ । ତେବେ ଶାରଳା ଘଣ୍ଟ ବେଶ ଚିତ୍ତାକର୍ଷକ ହୋଇଥିଲା । ପରେ ପରେ ଆଦିବାସୀ ଲୋକ ନୃତ୍ୟ, ସମ୍ବଲପୁର ନୃତ୍ୟ,ଓଡିଶୀ, ବିଶିଷ୍ଟ କଣ୍ଠଶିଳ୍ପୀ ତାନସେନ ସିଂଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିଲା । ସେହିପରି ଅନ୍ୟ କଳାକାର ମାନଙ୍କ ଦ୍ବାରା ସଙ୍ଗୀତ, ନାଚ କମେଡି ବେଶ ରୋଚକ ହୋଇଥିଲା । ନିଆଳି ଓ ଏହାର ଆଖପାଖ ଅଞ୍ଚଳର ଲୋକେ ବେଶ ଖୁସିଥିବା କହିଛନ୍ତି ଦର୍ଶକ । ଏହି ମହୋତ୍ସବ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୫ ଦିନ ଧରି ଚାଲିବା ନେଇ ସୂଚନା ରହିଛି ।

ଏହା ମଧ୍ୟ ପଢନ୍ତୁ: Delhi Hit and Run Repeat: ସ୍କୁଟି ଚାଳକଙ୍କୁ ୩୫୦ ମିଟର ଘୋଷାଡି ନେଲା କାର, ଯୁବକ ମୃତ

ଏହି ଉତ୍ସବରେ ଯୋଗଦେଇ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଥିଲେ, "୨୦୧୭ ମସିହାରୁ ନିଆଳି ମହୋତ୍ସବ ଆରମ୍ଭ ହୋଇଥିଲା । କିନ୍ତୁ ଗତ ଦୁଇ ବର୍ଷ ଧରି କୋରୋନା ମହାମାରୀ ଯୋଗୁଁ ଏହି ଉତ୍ସବ ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ପୁଣି ଆରମ୍ଭ ହୋଇଛି । ମୁଁ ଚଳିତ ବର୍ଷ ଯୋଗ ଦେଇ ଧନ୍ୟ ମନେ କରୁଛି । ଉତ୍ସବକୁ ଉପଭୋଗ କରିବା ପାଇଁ ଅନେକ ଲୋକଙ୍କ ସମାଗମ ହୋଇଛି । ଲୋକମାନେ ମଧ୍ୟ ଉପଭୋଗଦ କରୁଛନ୍ତି । ମୁଁ ଆଶା କରୁଛି ଭଲରେ ଭଲରେ ସରିବ ଏହି ମହୋତ୍ସବ ।"

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.