ETV Bharat / state

ଦୁଗ୍ଧଜାତ ଦ୍ରବ୍ୟ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି ନିଆଳି, ଏଠି ରୋଜଗାରର ବାଟ ବତାଉଛି ଛେନା ଓ ପନିର - ଶହ ଶହ କୁଇଣ୍ଟାଲ ଛେନା

ନିଆଳି ଛେନା ମେଣ୍ଟାଉଛି ଗୁଜୁରାଣ । ହଜାର ହଜାର ଦୁଗ୍ଧ ଚାଷୀଙ୍କ ଜୀବନ ଜୀବିକା ଛେନା ଓ ପନିଅର । ଦୈନିକ ନିଆଳି ଓ କଣ୍ଟାପଡ଼ା ଅଞ୍ଚଳରୁ ଉତ୍ପାଦନ ହେଉଛି ଶହ ଶହ କୁଇଣ୍ଟାଲ ଛେନା । ଅଧିକ ପଢ଼ନ୍ତୁ

ହଜାର ହଜାର ଦୁଗ୍ଧ ଚାଷୀଙ୍କ ଜୀବନ ଜୀବିକା ଛେନା ଓ ପନିଅର

author img

By

Published : Apr 27, 2023, 8:38 PM IST

ହଜାର ହଜାର ଦୁଗ୍ଧ ଚାଷୀଙ୍କ ଜୀବନ ଜୀବିକା ଛେନା ଓ ପନିଅର

ନିଆଳି: କଟକ ଜିଲ୍ଲା ନିଆଳି ଅଞ୍ଚଳର ଛେନା ସାରା ଓଡ଼ିଶାରେ ପ୍ରସିଦ୍ଧି ଲାଭ କରି ସାରିଛି । ଦୈନିକ ନିଆଳି ଓ କଣ୍ଟାପଡ଼ା ଅଞ୍ଚଳରୁ ଉତ୍ପାଦନ ହେଉଛି ଶହଶହ କୁଇଣ୍ଟାଲ ଛେନା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବ୍ୟବସାୟୀ ନିଆଳିରୁ ଛେନା ନେବା ପାଇଁ ଭିଡ ଲଗାଇଥାନ୍ତି । ଛେନା ଓ ପନିର ତିଆରି କରି ହଜାରହଜାର ଦୁଗ୍ଧ ବିକାଳି ପାଇଛନ୍ତି ରୋଜଗାର ।

ଛେନା ଗାଁ ନିଆଳି: ନିଆଳି ଓ କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ଅଧିକାଂଶ ଲୋକେ ଛେନା ପ୍ରସ୍ତୁତ କରିଥାଆନ୍ତି । ଏହି ସବୁ ଛେନା କଟକ, ଭୁବନେଶ୍ୱର, ଢେଙ୍କାନାଳ ଓ ରାଉରକେଲା ସହରର ସମେତ ଅନେକ ଜିଲ୍ଲାକୁ ଯାଇଥାଏ ।‌ ପିଢି ପରେ ପିଢି ଦୁଗ୍ଧ ଜାତ ଦ୍ରବ୍ୟରୁ ଛେନା, ପନିର, ଖୁଆ ଆଉ ଘିଅ ପ୍ରସ୍ତୁତ କରି ୩୦ ହଜାରରୁ ଉର୍ଦ୍ଧ୍ଵ ପରିବାର ନିଜର ଜୀବନ ଜୀବିକାନିର୍ବାହ କରିଥାନ୍ତି । ନିଆଳି ଓ କଣ୍ଟାପଡ଼ା ବ୍ଲକ ଅଞ୍ଚଳର ଦୁଗ୍ଧ ଚାଷୀ ଅପରାହ୍ନ ସମୟରେ ଛେନା ବିକ୍ରି ପାଇଁ ଏକତ୍ରିତ ହୋଇଥାନ୍ତି । ଏଠାରେ କଟକ ଓ ଭୁବନେଶ୍ୱରର ଛେନା ବ୍ୟବସାୟୀ ଆସି ଛେନା କ୍ରୟ କରିଥାନ୍ତି ।

ଏହାକୁ ନେଇ ଦୁଗ୍ଧ ଚାଷୀ କହିଛନ୍ତି, "ଜଲ୍ଲାରପୁର ଛକରୁ ଦୈନିକ ୨୦ରୁ ୨୫ ଜଣ ଛେନା ବ୍ୟବସାୟୀ ଶହେରୁ ଊର୍ଦ୍ଧ୍ବ କୁଇଣ୍ଟାଲ ଛେନା କ୍ରୟ କରିଥାନ୍ତି । ଏହି କ୍ରମରେ ନିଆଳିର ଗୟାସାହି, ସିଂ ସାହି, ପୋଖରୀ ଗାଁ, ରାଣିପଡା, ମାଧବ, ବିନିଶପୁର, ଷଢାଂଶ, କସର୍ଦ୍ଦା, ଏକବେରୁଆଁ, ଏରଞ୍ଚ, ବିଳାଶୁଣୀର ଦୁଗ୍ଧ ବିକାଳି ଏଠାକୁ ଆସନ୍ତି । କଣ୍ଟାପଡ଼ା ବ୍ଲକର ଅଡଶପୁର, ଗୋବିନ୍ଦପୁର, ବାବଜା, ଉତ୍ତାରଣ ଆଦି ଅନେକ ଗାଁ ଗହଳିରେ ୩୦ ହଜାରରୁ ଊର୍ଦ୍ଧ୍ଵ ପରିବାର ଗୋପାଳନ କରି ନିଜର ଜୀବନ ଜୀବିକା ନିର୍ବାହ କରିଥାଆନ୍ତି । ଗତ କିଛି ମାସ ହେବ ଅହେତୁକ ଗୋଖାଦ୍ୟ ମୂଲ୍ୟ ବୃଦ୍ଧି ଯୋଗୁଁ ଗୋପାଳକ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ରାଜ୍ୟ ସରକାର ଦୁଗ୍ଧଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଘୋଷଣା ପରେ ଦୁଗ୍ଧ ଚାଷୀମାନେ ସାମାନ୍ୟ ଆଶ୍ବସ୍ତି ଲାଭ କରିଥିବା କଥା କହିଛନ୍ତି ।"

ଛେନାରେ ପ୍ରସ୍ତୁତ ଦ୍ରବ୍ୟ: ନିଆଳି ଓ କଣ୍ଟାପଡ଼ା ଅଞ୍ଚଳରୁ ଛେନା ରାଜ୍ୟର ସବୁ ଜିଲ୍ଲାକୁ ପଠାଯାଏ । ବ୍ୟବସାୟୀ କହିଛନ୍ତି, ପାହାଳ ରସଗୋଲାଠାରୁ ଆରମ୍ଭ କରି ନୟାଗଡର ଛେନା ପୋଡ଼, କଞ୍ଚା ଛେନା ପ୍ରାୟ ନିଆଳି ଓ କଣ୍ଟାପଡ଼ାରୁ କିଣାଯାଏ । ଛେନାରେ ରସଗୋଲା, ଝିଲି, ଛେନା ଗଜା, ପୋଡ଼, ରସାବଳି, ପନିର ପ୍ରସ୍ତୁତି କରାଯାଇ ବିଭିନ୍ନ ସହରରେ ବିକ୍ରୟ କରାଯାଇଥାଏ ।‌ ଗୋଟିଏ ଗୋଟିଏ ଚାଷୀ ୨୦ କିଲୋରୁ ଆରମ୍ଭ କରି କୁଇଣ୍ଟାଲ ପର୍ଯ୍ୟନ୍ତ ଛେନା ପ୍ରସ୍ତୁତ କରିଥାଆନ୍ତି ।‌ କିନ୍ତୁ ବର୍ତ୍ତମାନ ଦୁଗ୍ଧଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି ଘୋଷଣା ପରେ ଚିନ୍ତାରେ ପଡ଼ିଛନ୍ତି ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.