ETV Bharat / state

ଚିନ୍ତାରେ ନିଆଳି ପାନ ଚାଷୀ, ଗୁଟଖା ବହୁଳ ବ୍ୟବହାର ପାଇଁ ବ୍ୟବସାୟ ମାନ୍ଦା

ସଙ୍କଟରେ ନିଆଳି ପାନ ଚାଷୀଙ୍କ ଜୀବନ ଜୀବିକା । ଗୁଟଖାର ବହୁଳ ବ୍ୟବହାର ଯୋଗୁଁ ବେପାର ମାନ୍ଦା ହେଉଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Mar 30, 2023, 5:09 PM IST

Updated : Mar 30, 2023, 5:30 PM IST

Niali Betel farmers face losses in sell
Niali Betel farmers face losses in sell
ଚିନ୍ତାରେ ନିଆଳି ପାନ ଚାଷୀ

ନିଆଳି: ପାନ ଚାଷକୁ ନେଇ ଚିନ୍ତାରେ ଚାଷୀ । କଟକ ଜିଲ୍ଲା ନିଆଳି ଓ ଆଖପାଖ ବ୍ଲକର ପାନ ଚାଷୀ ବେପାର ମାନ୍ଦା ଯୋଗୁଁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଅଭିଯୋଗ କରିଛନ୍ତି । ଗୁଟଖାର ବହୁଳ ବ୍ୟବହାର ଯୋଗୁଁ ପାନ ଚାଷୀଙ୍କ ବ୍ୟବସାୟ ମାନ୍ଦା ହେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଓଡ଼ିଶା ମାନଚିତ୍ରରେ ପ୍ରସିଦ୍ଧି ଲାଭ କରିଥିବା ନିଆଳି ପାନର ଚାହିଦା କମିବା ପୂର୍ବରୁ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଲାଗି ଚାଷୀମାନେ ଦାବି କରିଛନ୍ତି ।

କଟକ ଜିଲ୍ଲାର ନିଆଳି, କଣ୍ଟାପଡ଼ା, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ପୁରୀ ଜିଲ୍ଲା ନିମାପଡ଼ା, ଚାରିଛକ, ନୂଆହାଟ ଓ କାକଟପୁର ପୁର ଆଦି ଅଞ୍ଚଳରେ ପାନ ଚାଷ ହେଉଛି ଚାଷୀମାନଙ୍କ ଭାତ ହାଣ୍ଡି । ପୂର୍ବ ପୁରୁଷ ଅମଳରୁ ଚାଷୀମାନେ ପାନ ଚାଷ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି । ଏପରି ଏହି ସବୁ ଅଞ୍ଚଳରୁ ପାନ ବ୍ୟବସାୟୀମାନେ ଚାଷୀମାନଙ୍କଠାରୁ ପାନ କ୍ରୟ କରି ଓଡ଼ିଶା ସମେତ ଓଡ଼ିଶା ବାହାର ଏବଂ ଭାରତ ବାହାରକୁ ପାନ ରପ୍ତାନି କରାଯାଉଥିବା ନଜିର ରହିଛି ।

ଏହା ବି ପଢନ୍ତୁ- ବସ୍ତିରେ କମୁଛି ଅପରାଧ, ବଢୁଛି ବିକାଶ: ପୋଲିସ କମିଶନର

ମହାବାତ୍ୟା ପରଠାରୁ ପାନ ଚାଷୀ ବହୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ନେଇ ବହୁବାର ଅଭିଯୋଗ ହୋଇଆସୁଛି । ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ପାନ ଚାଷୀ ନିଜର ଫନ୍ଦା ପୁନଶ୍ଚ କରିବାରେ ବହୁ ବାର ବିଫଳ ହୋଇଛନ୍ତି । କିନ୍ତୁ ବହୁ ଘାତ ପ୍ରତିଘାତ ସତ୍ତ୍ବେ ପାନ ଚାଷୀ ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛନ୍ତି । ପାନ ବରଜ ପାଇଁ ଆବଶ୍ୟକୀୟ କତା, ବାଉଁଶ, ପାଖୁଡି, ନଡ଼ା ଏବଂ ପିଡିଆ ସାରର ଅହେତୁକ ଦରବୃଦ୍ଧି ଅନ୍ୟ ଏକ କାରଣ ସାଜିଛି ।‌

ସେହିପରି ବଜାରରେ ଅବାଧ ଗୁଟଖାର ବ୍ୟବହାର ଯୋଗୁଁ ପାନ ବ୍ୟବହାର ହ୍ରାସ ହେଉଥିବା ନେଇ ଚାଷୀମାନେ ଚିନ୍ତା ପ୍ରକଟ କରିଛନ୍ତି । ସରକାରଙ୍କ ଜିଏସଟି ପ୍ରଚଳନ ଯୋଗୁଁ ପାନ ବ୍ୟବସାୟୀମାନେ ଆଉ ପାନ ରାଜ୍ୟ ବାହାରକୁ ରପ୍ତାନି କରୁପାରୁନାହାନ୍ତି, ଯାହାକି ବେପାର ମାନ୍ଦା ହେବାର ଏହା ଆଉ ଏକ ସମସ୍ୟା ବୋଲି ସେମାନେ କହିଛନ୍ତି । ଏମିତି ଅନେକ ସମସ୍ୟା ସହିତ ପାନଚାଷୀମାନେ ଛନ୍ଦି ହୋଇଥିଲେ ସୁଦ୍ଧା ପାନ ଚାଷ ପ୍ରତି ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ନହେବା କାରଣରୁ ପାନ ଚାଷୀମାନେ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି ।

କିନ୍ତୁ ଓଡିଶା ମାନଚିତ୍ରରେ ନିଆଳି ପାନ ପ୍ରସିଦ୍ଧ ଲାଭ କରିଥିବା ପାନ ଯେମିତି ମାନଚିତ୍ର ଅପସରି ନ ଯିବ ସେଥିପ୍ରତି ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବା ଲାଗି ଚାଷୀ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ପାନଚାଷୀଙ୍କ ଜୀବନ, ଜୀବିକା ଏବଂ ପାନ ଚାଷ ପ୍ରତି ସ୍ବତନ୍ତ୍ର ବ୍ୟବସ୍ଥା କରାଗଲେ ଚାଷୀମାନଙ୍କ ମୁହଁରେ ହସ ଫେରି ଆସିବ ।

ଇଟିଭି ଭାରତ, ନିଆଳି

Last Updated : Mar 30, 2023, 5:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.