ETV Bharat / state

କ୍ରିକେଟର୍‌ ରାଜଶ୍ରୀ ସ୍ୱାଇଁ ମୃତ୍ୟୁ ମାମଲା: ପୁରୀ ଏସ୍‌ପି ଓ କଟକ ଡିସିପିଙ୍କୁ ନୋଟିସ ଜାରି କଲେ NHRC

author img

By

Published : Jan 29, 2023, 10:54 PM IST

କ୍ରିକେଟର୍‌ ରାଜଶ୍ରୀ ସ୍ବାଇଁ ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର ଆୟୋଗ (NHRC) ହସ୍ତକ୍ଷେପ । ପୁରୀ ଏସ୍‌ପି ଓ କଟକ ଡିସିପିଙ୍କୁ ନୋଟିସ । ଆସନ୍ତା 4 ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ରାଜଶ୍ରୀ ସ୍ବାଇଁ ମୃତ୍ୟୁ ମାମଲାରେ ପୁରୀ ଏସ୍‌ପି ଓ କଟକ ଡିସିପିଙ୍କୁ ନୋଟିସ ଜାରି କଲେ NHRC

ଭୁବନେଶ୍ବର: ମହିଳା କ୍ରିକେଟର୍‌ ରାଜଶ୍ରୀ ସ୍ବାଇଁଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର ଆୟୋଗ (NHRC) ପୁରୀ ଏସ୍‌ପି ଓ କଟକ ଡିସିପିଙ୍କୁ ନୋଟିସ ଜାରି କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗତିବିଧି ରିପୋର୍ଟ ତଲବ କରିଛନ୍ତି ଏନଏଚଆରସି । ଏହି ନୋଟିସରେ 4 ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ଜାନୁଆରୀ ୧୧ ତାରିଖରୁ ନିଖୋଜ ଥିଲେ ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁ । ଏନେଇ ମଙ୍ଗଳବାଗ ଥାନାରେ FIR ଦେଇଥିଲେ ମହିଳା ଟିମ୍‌ର କୋଚ୍ । ଗତ ୧୩ ତାରିଖରେ ରାଜଶ୍ରୀଙ୍କର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ମିଳିଥିବା ନେଇ ମଙ୍ଗଳବାଗ ପୋଲିସ ସ୍ପଷ୍ଟ କରିଥିଲା । ରାଜଶ୍ରୀଙ୍କ ମୁଣ୍ଡ ଏବଂ ମୁହଁରେ କ୍ଷତ ଚିହ୍ନ ଥିବାରୁ ତାଙ୍କ ବାପା ଓ ଭଉଣୀ ରାଜଶ୍ରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଣାର୍କର ଭୁଆଁଗାଁରେ ରାଜଶ୍ରୀଙ୍କ ଘର । ତେବେ ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ହତ୍ୟାକାଣ୍ଡ ନା ଆତ୍ମହତ୍ୟାଜନିତ, ତାହା ଏବେଯାଏଁ ସ୍ପଷ୍ଟ ହୋଇପାରିନାହିଁ ।

ଏହି ମାମଲାର ତଦନ୍ତ ଜାରି ରହିଥିବାବେଳେ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଜାତୀୟ ମାନବାଧିକାର ଆୟୋଗ (NHRC)ଙ୍କ ନିକଟରେ ପିଟିସନ୍‌ ଦାଖଲ କରିଛନ୍ତି ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ । ରାଜଶ୍ରୀଙ୍କ ପରିବାର ଲୋକଙ୍କୁ କଲ୍ୟାଣକାରୀ ଯୋଜନାରୁ ବଞ୍ଚିତ କରାଯାଉଥିବା ନେଇ ସେ ପିଟିସନ୍‌ରେ ଦର୍ଶାଇଛନ୍ତି । ଏହାପରେ ଏହି ମାମଲାରେ NHRC ହସ୍ତକ୍ଷେପ କରିଛନ୍ତି । ପୁରୀ ଏସ୍‌ପି ଓ କଟକ ଡିସିପିଙ୍କୁ ନୋଟିସ ଜାରି କରିଛନ୍ତି ଆୟୋଗ । ଏଥିରେ ଆସନ୍ତା 4 ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.