କଟକ: କଟକ-ଚୌଦ୍ବାର ସର୍କଲ ଜେଲ୍ ପରିଦର୍ଶନ କରିଛନ୍ତି ନବ ନିଯୁକ୍ତ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଦାୟିତ୍ବ ଗ୍ରହଣ ପରେ ଚୌଦ୍ବାର ସର୍କଲ ଜେଲ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୋଲିସ କମିଶନର । କଟକ ଡିସିପି ଅଖିଳେଶ୍ବର ସିଂ ଓ କମିଶନରେଟ ପୋଲିସର ୧୫ ଟି ଥାନାର ଅଧିକାରୀଙ୍କ ଉପସ୍ଥିତିରେ ଜେଲ୍ ପରିଦର୍ଶନ କରିଛନ୍ତି ପୋଲିସ କମିଶନର ।
ଏହି ପରିଦର୍ଶନରେ ପୋଲିସ କମିଶନର ଜେଲ୍ର ସୁରକ୍ଷା ବ୍ୟବସ୍ଥା, ଜେଲ୍ ଅନ୍ତେବାସୀଙ୍କ ସମସ୍ୟା, ଖାଦ୍ୟ, ସ୍ବାସ୍ଥ୍ୟ, ପରିମଳ ବ୍ୟବସ୍ଥା ବୁଲି ଦେଖିଥିଲେ । ଜେଲ୍ରେ ରବିବାର ଜେଲ୍ ପରେଡ୍ କରାଇବା ଏକ ରୁଟି୍ନ କାମ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ