ETV Bharat / state

ମାର୍କେଟରେ ଏଗ୍ରିମେଣ୍ଟ ରାକ୍ଷୀ, ଭାଇ ଭଉଣୀ ସମ୍ପର୍କର ହେବ ଚିରସ୍ମୃତି - କଟକ ବଜାରରେ ଏଗ୍ରିମେଣ୍ଟ ରାକ୍ଷୀ

ପାଖେଇ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଏବେଠୁ ଭାଇ ପାଇଁ ଭଉଣୀ ହେଲାଣି ପ୍ରସ୍ତୁତ । ଭାଇ ଭଉଣୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନକୁ ପାଳନ କରିବା ପାଇଁ ବଜାରରେ ଜମିଲାଣି ରାକ୍ଷୀ ବ୍ୟବସାୟ । ଏଥର କଟକ ବଜାରରେ ମୁଖ୍ୟ ଆକର୍ଷଣ ପାଲଟିଛି ଏଗ୍ରିମେଣ୍ଟ ରାକ୍ଷୀ । ଏହି ରାକ୍ଷୀଟି ଉଭୟ ଭାଇଭଉଣୀଙ୍କ ପାଇଁ ମେମୋରୀ ହୋଇକି ରହିବ । ଏହି ସ୍ବତନ୍ତ୍ର ଧରଣର ରାକ୍ଷୀକୁ ନେଇ ଦେଖନ୍ତୁ ଇଟିଭି ଭାରତର ସ୍ପେଶାଲ ରିପୋର୍ଟ

ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଏଗ୍ରିମେଣ୍ଟ ରାକ୍ଷୀ, ଭାଇ ଭଉଣୀ ସମ୍ପର୍କର ହେବ ଚିରସ୍ମୃତି

author img

By

Published : Aug 5, 2022, 10:15 PM IST

କଟକ: ଦିନ କେଇଟା ପରେ ଭାଇ ଭଉଣୀର ପବିତ୍ର ସମ୍ପର୍କ ରାକ୍ଷୀ ପୂର୍ଣ୍ଣିମା (ଅଗଷ୍ଟ 11) । ଭାଇ ହାତରେ ରାକ୍ଷୀ ବାନ୍ଧିବ ଭଉଣୀ । ଏବେଠୁ ଭାଇ ପାଇଁ ଭଉଣୀ ହେଲାଣି ପ୍ରସ୍ତୁତ । କେଉଁ ରାକ୍ଷୀ ଆଣିବ ଓ ଭାଇ ହାତରେ ବାନ୍ଧିବ ସେନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ କଲାଣି ଭଉଣୀ । ଏହି ପବିତ୍ର ପର୍ବ ଲାଗି ବଜାରରେ ଜମିଲାଣି ରାକ୍ଷୀ ବ୍ୟବସାୟ । କିନ୍ତୁ ଏହି ବ୍ୟବସାୟ ମଧ୍ୟରେ ଏକ ନୂଆ ରାକ୍ଷୀ ଏବେ ସମସ୍ତଙ୍କ ପାଇଁ ରହିଛି ସ୍ୱତନ୍ତ୍ର । ଯାହା ହେଉଛି ଏଗ୍ରିମେଣ୍ଟ ରାକ୍ଷୀ । କଟକ ଚାଉଳିଆଗଞ୍ଜ ଅଞ୍ଚଳର ଈଶ୍ୱର ପ୍ରସ୍ତୁତ କରିଛନ୍ତି ଏହି ଏଗ୍ରିମେଣ୍ଟ୍ ରାକ୍ଷୀ । ଏହି ଏଗ୍ରିମେଣ୍ଟରେ ରହିଛି ୫ଟି ସର୍ତ୍ତ । ଯାହା ଭଉଣୀ ପାଇଁ ସାରା ଜୀବନ ପୁରା କରିବ ଭାଇ।

ଗ୍ରାହକଙ୍କୁ ଆକୃଷ୍ଟ କରୁଛି ଏଗ୍ରିମେଣ୍ଟ ରାକ୍ଷୀ, ଭାଇ ଭଉଣୀ ସମ୍ପର୍କର ହେବ ଚିରସ୍ମୃତି

ଏହି ରାକ୍ଷୀରେ ଭାଇ ଭଉଣୀଙ୍କ ଲାଗି ଏଗ୍ରିମେଣ୍ଟ୍ ପେପର (Brother Sister's Agreement Paper) ରହିଛି । ଯେଉଁଥିରେ ଭାଇ ଭଉଣୀର ଫଟୋ ସହ ୫ଟି ସର୍ତ୍ତାବଳୀ ମଧ୍ୟ ରହିଛି । ଯାହା ଭଉଣୀ ପ୍ରତି କର୍ତ୍ତବ୍ୟ, ଭଲପାଇବା ଓ ସ୍ନେହ ଶ୍ରଦ୍ଧା ଦେବ ଭଳି ଏହି ଏଗ୍ରିମେଣ୍ଟ୍‌ରେ ସର୍ତ୍ତ ରହିଛି । ଯାହା ଗ୍ରାହକ ମାନଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରତିବର୍ଷ ବିଭିନ୍ନ ପ୍ରକାରର ରାକ୍ଷୀ ମାର୍କେଟରେ ମିଳୁଥିବା ବେଳେ ଏ ବର୍ଷ ଏହି ରାକ୍ଷୀକୁ ବେଶ୍ ପସନ୍ଦ କରୁଛନ୍ତି ଗ୍ରାହକ । ଭାଇ ଭଉଣୀ ଏହି ଏଗ୍ରିମେଣ୍ଟ୍ ପେପରରେ ଗୋଟିଏ ଫଟୋ ରାକ୍ଷୀ, ଚକଲେଟ୍, ପରଫ୍ୟୁମ୍, ଚାବି ରିଙ୍ଗ୍, ଚାଉଳ, ସିନ୍ଦୁର ଏବଂ ଭାଇମାନଙ୍କ ପାଇଁ ରାକ୍ଷୀ ଶୁଭେଚ୍ଛା କାର୍ଡ୍ ରହିଛି । ବକ୍ସ ଭିତରେ ଏସବୁ ଜିନିଷ ରଖି ରାକ୍ଷୀ କିଟ୍ ପ୍ରସ୍ତୁତ କରିଛନ୍ତି ବ୍ୟବସାୟୀ ।

ତେବେ ଏ ନେଇ ବ୍ୟବସାୟୀ ଈଶ୍ୱର ସାହୁ କହିଛନ୍ତି ଯେ, "ପ୍ରତିବର୍ଷ ରାକ୍ଷୀ ବାନ୍ଧିବା ପରେ ଏହାକୁ ଫିଙ୍ଗାଯାଇଥାଏ । ମାତ୍ର ରାକ୍ଷୀକୁ ସବୁଦିନ ସାଇତି ରଖିବା ଲାଗି ଆମେ ଏହି ଏଗ୍ରିମେଣ୍ଟ ରାକ୍ଷୀ ପ୍ରସ୍ତୁତ କରିଛୁ । ଏହି କିଟ୍‌କୁ ନେବା ଲାଗି ଅନେକ ଅର୍ଡର୍ ଆସୁଛି । ଏହାର ଢେର୍ ଚାହିଦା ରହିଛି । ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ରାକ୍ଷୀ ବାନ୍ଧିବା ପୁର୍ବରୁ ଏଗ୍ରିମେଣ୍ଟ ପେପରରେ ଥିବା ୫ଟି ସର୍ତ୍ତାବଳୀ ପଢିବେ ଭାଇ । ଆଉ ଉଭୟ ଭାଇ ଭଉଣୀ ଏଥିରେ ଦସ୍ତଖତ କରି ଏହାକୁ ସ୍ମୃତି ଭାବି ସାଇତି ରଖିବେ । ଯାହା ଏକ ମେମୋରୀ ହୋଇକି ରହିବ । ଏହି ଏଗ୍ରିମେଣ୍ଟ୍ ରାକ୍ଷୀର ମୂଲ୍ୟ ୨୬୦ ଟଙ୍କା ରହିଛି । ଯାହାକୁ ନେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ଅର୍ଡର ଆସୁଛି ।"

ଏନେଇ ଗ୍ରାହକ ଆନନ୍ଦିତା ମହାରଣା କହିଛନ୍ତି ଯେ, " ଏହି ରାକ୍ଷୀକୁ କିଣି ମୁଁ ବହୁତ ଖିସି ଅଛି । ଏଭଳି ସ୍ବତନ୍ତ୍ର ଧରଣର ରାକ୍ଷୀ କିଣି ଆମେ ନିଜ ଭାଇକୁ ଆଉ ଅଧିକ ସ୍ପେଶାଲ ଫିଲ୍‌ କରାଇପାରିବା ।" ରକ୍ଷାବନ୍ଧନରେ ନିଶ୍ଚିତ ଆଉ ଟିକେ ରୋମାଞ୍ଚ ଭରିବ ଏହି ନିଆରା ଢଙ୍ଗର ରାକ୍ଷୀ । ଆଉ ଭାଇ ଭଉଣୀଙ୍କ ସ୍ନେହ ଓ ଭଲପାଇବାକୁ ଅତୁଟ ରଖିବାରେ ହେବ ସହାୟକ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.