କଟକ: ନୂଆ ରୂପରେ ନଜର ଆସିବ ବାରବାଟୀ କ୍ଲକ ଟାୱାର । ଦର୍ଶକଙ୍କ ଆଖି ଝଲସାଇବ ଏହି ଟାୱାର । ଆସନ୍ତା ଇଣ୍ଡିଆ-ୱଷ୍ଟେଇଣ୍ଡିଜ ମ୍ୟାଚରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ଏହି ଟାୱର । ତେବେ ଏହି ସ୍ବତନ୍ତ୍ର ଆକର୍ଷଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଟାୱାର କାମ । ଯେପରି ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ କାମ ସରିବ ସେଥିପାଇଁ ରାତିଦିନ ଏକ କରି ଟାୱାର କାମ ଶେଷ କରିବକୁ ଲକ୍ଷ୍ୟ ରଖିଛି ଓସିଏ ।
ତେବେ ମ୍ୟାଚକୁ ହାତରେ ଆଉ 10 ଦିନ ବାକି ଥିବାରୁ ଷ୍ଟାଡିୟମକୁ ସବୁ ଦିଗରେ ନୂଆ ରୂପ ଦେଇ ସାରିଲାଣି ଓସିଏ । ବାକି ଥିବା କ୍ଲକ ଟାୱାରକୁ ଶୀଘ୍ର ମରାମତି କରାଯାଇ କିପରି ଓ ନୂଆ ରୂପ ଦିଆଯିବ ସେ ନେଇ ଜାରି ରହିଛି କାମ ।
ଏହି ଟାୱାର ବାରଵାଟୀ ଷ୍ଟାଡିୟମର ଶୋଭାକୁ ଦ୍ବଗୁଣିତ କରିଥାଏ । ଅନେକ ବର୍ଷଧରି କ୍ଲକ ଟାୱାରର ପରିସ୍ଥିତି ଜରାଜୀର୍ଣ୍ଣ ଥିଲା । ଆଉ ଚଳିତବର୍ଷ ବାରଵାଟୀକୁ ମ୍ୟାଚ ଫେରିବା ନେଇ ଏହି ଟାୱାରର ରୂପକୁ ପରିଵର୍ତ୍ତନ କରାଯାଉଛି । ସେଥିରେ ନୂଆ ରଙ୍ଗ, ଲାଇଟ ସିଷ୍ଟମ, ଯେଉଁ 4 ଦିଗକୁ 4ଟି ଘଣ୍ଟା ରହିଥାଏ ତାହାର ମଧ୍ୟ ନବୀକରଣ କରାଯାଉଛି । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ଉଭୟ ଦଳ ଖେଳାଳିଙ୍କ ଉତ୍ସାହକୁ ଦ୍ଵିଗୁଣ କରିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ