ETV Bharat / state

80 ବର୍ଷୀୟ ବୃଦ୍ଧାଙ୍କ 8 ଥର କ୍ୟାନ୍ସର ଅପରେସନ, ମୁହଁରେ ଫୁଟିଲା ହସ

author img

By

Published : Apr 4, 2023, 6:00 PM IST

ନୟାଗଡ଼ର 80 ବର୍ଷୀୟା ବୃଦ୍ଧା କାମା ନାହାକ । 6 ବର୍ଷରେ 8 ଥର କ୍ୟାନ୍ସର ଅପରେସନ ସରିଲାଣି । ତଥାପି ଭାଙ୍ଗି ପଡିନାହାନ୍ତି ସେ । ପ୍ରାଣଘାତି କର୍କଟ ସହ ଲଢେଇ କରି ଅନ୍ୟ କର୍କଟ ରୋଗୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ବୃଦ୍ଧା । ଅଧିକ ପଢନ୍ତୁ

80 ବର୍ଷୀୟ ବୃଦ୍ଧାଙ୍କ 8 ଥର କ୍ୟାନ୍ସର ଅପରେସନ

କଟକ: ବର୍ଷ ବର୍ଷ ହେଲାଣି କର୍କଟ ସହ ଲଢୁଛନ୍ତି 80 ବର୍ଷର ବୃଦ୍ଧା । ଗତ 6 ବର୍ଷରେ 8 ଥର ଶରୀରରେ କର୍କଟ ଅସ୍ତ୍ରୋପଚାର ସରିଲାଣି । ତଥାପି ଭାଙ୍ଗି ପଡିନାହାନ୍ତି କାମା ନାହାକ । ପ୍ରାଣଘାତି ରୋଗ ସହ ଲଢୁଥିବା ଏହି ବୃଦ୍ଧା ଏବେ ଅନ୍ୟ ରୋଗୀମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଏହି ବୃଦ୍ଧା ହେଉଛନ୍ତି ନୟାଗଡ଼ ଜିଲ୍ଲା ହରିଦେଇପୁର ଅଞ୍ଚଳର କାମା ନାହାକ । ଦୀର୍ଘ ୨୦ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀ ମହେଶ୍ୱରଙ୍କ ପରଲୋକ ହୋଇସାରିଛି । ପୁଅ ବିଭୂତି ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ସ୍ୱାମୀ ଓ ପୁଅଙ୍କୁ ହରାଇ ଅସହାୟ ହେବା ସତ୍ତ୍ୱେ କାମା ଜୀବନ ସଂଘର୍ଷରେ ହାରି ଯାଇନାହାନ୍ତି । ମାରାତ୍ମକ କର୍କଟ ରୋଗରେ ପୀଡିତ ହୋଇ ସେ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ସର୍ଜରୀ ବିଭାଗରେ ଚିକିତ୍ସା ହେଉଛନ୍ତି ।

କାମା ଆଜକୁ 7 ବର୍ଷ ହେବ କର୍କଟ ରୋଗ ସହ ଯୁଝୁଛନ୍ତି । ଶରୀରର ଗୋଟିଏ ପରେ ଗୋଟିଏ ଅଙ୍ଗକୁ ରୋଗ ମାଡିଯାଉଛି । ପାଞ୍ଚ ଦିନ ପୂର୍ବେ ଅସ୍ତ୍ରୋପଚାର କରାଯାଇ ତାଙ୍କର ଡାହାଣ ପଟ କାନ୍ଧର ହାଡକୁ କାଢି ଦିଆଯାଇଛି । ହେଲେ ତାଙ୍କୁ ଭେଟିଲେ ଲାଗିବ ନାହିଁ ଯେ ସେ ଏଭଳି ଦୁରାରୋଗ୍ୟରେ ପୀଡିତ ବୋଲି । ଥରେ କି ଦୁଇ ଥର ନୁହେଁ 8 ଥର ଅସ୍ତ୍ରୋପଚାର ପରେ ମଧ୍ୟ ଭାଙ୍ଗି ପଡିନାହାନ୍ତି 80 ବର୍ଷୀୟା କାମା । ହସହସ ମୁହଁରେ କଥା ହେଉଛନ୍ତି । ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ କର୍ମଚାରୀ ସମସ୍ତେ ତାଙ୍କୁ ଆପଣେଇ ନେଇଛନ୍ତି । ସାଧାରଣତଃ କର୍କଟ ରୋଗ ନା ଶୁଣିଲେ ରୋଗୀ ମାନସିକ ସ୍ତରରେ ଭାଙ୍ଗି ପଡେ । ବିଚଳିତ ହୋଇପଡେ । ମୃତ୍ୟୁକୁ ନିକଟରୁ ଦେଖିପାରେ । କିନ୍ତୁ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ହେଉଛନ୍ତି କାମା ।

2016ରେ ସେ ପ୍ରଥମେ ଚର୍ମ କର୍କଟ ରୋଗରେ ପୀଡିତ ହୋଇଥିଲେ । ପିଠିରେ କର୍କଟ ରୋଗ ଚିହ୍ନଟ ହୋଇଥିଲା । 2017ରେ ଆଚାର୍ଯ୍ୟ ହରିହର ମେଡିକାଲରେ ତାଙ୍କର ପ୍ରଥମ ଅସ୍ତ୍ରୋପଚାର କରାଯାଇଥିଲା । ଏହାପରେ 2019ରେ କାମାଙ୍କ ମୁଖ କର୍କଟ ଅସ୍ତ୍ରୋପଚାର କରାଯାଇଥିଲା । 2020ରେ ବାମ ହାତରେ ଚର୍ମ କର୍କଟ ହୋଇଥିବା ବେଳେ ଡାକ୍ତରମାନେ ଅସ୍ତ୍ରୋପଚାର କରି ସୁସ୍ଥ କରିଥିଲେ । 2021ରେ ପୁଣିଥରେ ବାମ ହାତରେ କର୍କଟ ମାଡୁଥିବାବେଳେ ତାକୁ ମଧ୍ୟ ଅସ୍ତ୍ରୋପଚାର କରାଯାଇଥିଲା । 2022ରେ ଅସ୍ତ୍ରୋପଚାର କରାଯାଇ ବାମ ହାତକୁ କାଟି ଦିଆଯାଇଥିଲା । ହେଲେ ପୁଣି କାମାଙ୍କ ଡାହାଣ ହାତରେ କର୍କଟ ରୋଗ ହେଲା । ଫଳରେ ଷଷ୍ଠ ଥର ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଭବିଷ୍ୟତରେ ପୁଣିଥରେ କର୍କଟ ଫେରିବା ନେଇ ଡାକ୍ତର ଅନୁମାନ କରୁଥିବାବେଳେ ତାହାହିଁ ହୋଇଛି ।

ଗତ 24 ତାରିଖରେ ଦୁଇ ଥର ଅସ୍ତ୍ରୋପଚାର କରାଯାଇ କାମାଙ୍କ କାନ୍ଧର ହାଡକୁ କାଢି ଦିଆଯାଇଛି । କର୍କଟ ଭଳି ଦୁରାରୋଗ୍ୟକୁ ପରାସ୍ତ କରି କାମା ୱାର୍ଡର ଅନ୍ୟ ରୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ମାଗଣା ଅପରେସନ ପରେ ସେ ଏକପ୍ରକାର ନୂଆ ଜୀବନ ପାଇଛନ୍ତି । ରାଜ୍ୟ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟସେବା କାମାଙ୍କ ପାଇଁ ବରଦାନ ପାଲଟିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.