ETV Bharat / state

ଗର୍ଜିଲା ଜାତୀୟ ଦଳିତ ଆଦିବାସୀ ମହାସଙ୍ଘ, ଦଳିତ ପରିବାରକୁ ପାତରଅନ୍ତର ଅଭିଯୋଗ

author img

By ETV Bharat Odisha Team

Published : Nov 15, 2023, 5:50 PM IST

କଣ୍ଟାପଡ଼ା ବ୍ଲକ ଘେରିଲା ଜାତୀୟ ଦଳିତ ଆଦିବାସୀ ମହାସଙ୍ଘ । ଆଦିବାସୀ ଲୋକଙ୍କୁ ସରକାରଙ୍କ କଲ୍ୟାଣକାରୀ ଯୋଜନାରେ ଉପେକ୍ଷା କରାଯାଉଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

ଗର୍ଜିଲା ଜାତୀୟ ଦଳିତ ଆଦିବାସୀ ମହାସଙ୍ଘ ,ଦଳିତ ପରିବାରଙ୍କୁ ସରକାରୀ ଯୋଜନାରେ ପାତର ଅନ୍ତର ଅଭିଯୋଗ

ନିଆଳି: ସରକାର ମାଳ ମାଳ ଯୋଜନା କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଏଥିରୁ ଉପକୃତ ହେବାରୁ ବଞ୍ଚିତ ହୋଉଛନ୍ତି । ଏଭଳି ଏକ ଅଭିଯୋଗ ଆଣିଛି ଜାତୀୟ ଦଳିତ ଆଦିବାସୀ ମହାସଙ୍ଘ । ଦଳିତ ପରିବାରଗୁଡ଼ିକୁ ସରକାରୀ ଯୋଜନାରେ ପାତର ଅନ୍ତର ଏବଂ ଜନ କଲ୍ୟାଣକାରୀ ଯୋଜନାରେ ଉପେକ୍ଷା କରାଯାଉଥିବା ଅଭିଯୋଗ କରିଛି ସଂଘ । ଏଥିପାଇଁ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକର ଘୋରାଉ କରିଛି ଆଦିବାସୀ ମହାସଂଘ । ଶହ ଶହ ଅଦିବାସୀ ବ୍ଲକ ଆଗରେ ପ୍ରତିବାଦ କରିବା ସହ ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ଯୋଜନା ଯୋଗାଇବା ପାଇଁ ଦାବି କରିଛି ସଂଘ ।‌

ମିଳିଥିବା ସୂଚନା ଅନୁସାରେ ନିଆଳି ନିର୍ବାଚନ ମଣ୍ଡଳୀଟି ସଂରକ୍ଷିତ ରହିଥିବା ବେଳେ ଦୀର୍ଘ ବର୍ଷ ଧରି ଦଳିତ ଓ ଆଦିବାସୀ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛି ମହାସଙ୍ଘ । କଣ୍ଟାପଡ଼ା ବ୍ଲକର ୧୪ଟି ପଞ୍ଚାୟତର ଦଳିତ ଆଦିବାସୀମାନେ ସରକାରଙ୍କ ଜନହିତକାରୀ ଯୋଜନାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛି ଦଳିତ ଆଦିବାସୀ ମହାସଙ୍ଘ । ତେଣୁ ଆଜି ଶତାଧିକ ଆଦିବାସୀ ଲୋକ ବ୍ଲକର ଘେରାଉ କରିବା ସହ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

ଜାତୀୟ ଦଳିତ ଆସିବାସୀ ମହାସଂଘର ସଭାପତି ଲିଟୁ ଦାସ କହିଛନ୍ତି,"ଦଳିତ ଆଦିବାସୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର, ପକ୍କା ରାସ୍ତା, ଓ ପିଇବା ପାଣି ଭଳି ଅନେକ ଜନ କଲ୍ୟାଣି ଯୋଜନାରୁ ବଞ୍ଚିତ ହେଉଛନ୍ତି । ସରକାର ଲୋକଙ୍କ ସୁବିଧା ପାଇଁ ବହୁ ଯୋଜନା କରୁଛନ୍ତି କିନ୍ତୁ କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣ ଲୋକ ଏହି ଯୋଜନାର ସୁବିଧା ପାଇବାରୁ ବଞ୍ଚିତ ହୋଉଛନ୍ତି ।"

ଏହା ମଧ୍ୟ ପଢନ୍ତୁ....ତେଜିଲା ଚାଷୀ ଆନ୍ଦୋଳନ, ଫସଲବୀମା ଓ ଇନପୁଟ ସବସିଡିକୁ ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

ଏହି ସବୁ ସମସ୍ୟା ନେଇ ଗତ ୬ ମାସ ତଳେ କଣ୍ଟାପଡ଼ା ବ୍ଲକ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହିତ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାରେ ଦଳିତ ପରିବାର ମାନଙ୍କୁ ସାମିଲ କରିବା ପାଇଁ ଦାବି କରିଥିଲା ସଂଘ । ହେଲେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ କରିଛି ମହାସଂଘ । ତେଣୁ ଆଜି ମହାସଂଘ ପକ୍ଷରୁ କଣ୍ଟାପଡ଼ା ବ୍ଲକ ଘେରାଉ କରାଯାଇଛି । ବ୍ଲକର ୧୪ଟି ପଞ୍ଚାୟତର ଶତାଧିକ ଦଳିତ ମହିଳା ଓ ପୁରୁଷ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସ୍ଥାନୀୟ ପ୍ରଶାସନ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ବିରୋଧରେ ନାରା ବାଜି କରିଛନ୍ତି । ଏହାସହ ସେମାନଙ୍କ ନ୍ୟାର୍ଯ୍ୟ ଦାବି ପୂୂରଣ କରିବା ପାଇଁ ଦାବି କରିଛନ୍ତି । ପରେ ଅତିରିକ୍ତ ବିଡ଼ିଓ ରୁବି ତପ୍ତସିନ ଦାସ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ବୁଝାସୁଝା କରିଥିଲେ ଏବଂ ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.