ETV Bharat / state

National Tribal Fair: କଟକରେ ଆଦିବାସୀ ମେଳା ଆରମ୍ଭ - କଟକରେ ଆଦିବାସୀ ମେଳା ଆରମ୍ଭ

ପ୍ରଥମ ଥର ପାଇଁ କଟକରେ ଆରମ୍ଭ ହେଲା ଜାତୀୟ ଆଦିବାସୀ ମେଳା । ଅଧିକ ପଢନ୍ତୁ

National Tribal Fair:କଟକରେ ଆଦିବାସୀ ମେଳା ଆରମ୍ଭ

author img

By

Published : May 21, 2022, 7:40 AM IST

କଟକ: ସିଲଭର ସିଟିରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଜାତୀୟ ଆଦିବାସୀ ମେଳା । ସା ପରିଚୟ ଫାଉଣ୍ଡେସନ ଓ କଟକ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ଏହା ଆରମ୍ଭ ହୋଇଛି । ଏ ମେଳାକୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଛନ୍ତି ।

National Tribal Fair:କଟକରେ ଆଦିବାସୀ ମେଳା ଆରମ୍ଭ

କଟକ କିଲ୍ଲା ପଡ଼ିଆରେ ଆୟୋଜିତ ଏହି ମେଳା ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧୧ ଟି ଜିଲ୍ଲା ଓ ୧୭ଟି ରାଜ୍ୟରେ ବସବାସ କରୁଥିବା ଆଦିବାସୀଙ୍କ ଦ୍ଵାରା ପ୍ରସ୍ତୁତ କରାଯାଉଥିବା ହସ୍ତଶିଳ୍ପ, କଳାକୃତି ଓ ଖାଦ୍ୟପେୟକୁ ଲୋକଲୋଚନକୁ ଆଣିବା ସହ ବିକ୍ରୀ ମଧ୍ୟ କରାଯାଉଛି।ଏହି ମେଳାରେ ୯୦ ଟି ଷ୍ଟଲ ଲାଗିଛି । ତେବେ ପ୍ରତିବର୍ଷ କଟକରେ ଏହି ମେଳାର ଆୟୋଜନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏହି ମେଳାକୁ କଟକବାସୀ ନିଶ୍ଚୟ ଆଦୃତ କରିବେ ବୋଲି ଆଶା ରଖିଛନ୍ତି ମେୟର ସୁବାସ ସିଂ । ଉଦଘାଟନୀ ଉତ୍ସବର ପ୍ରଥମ ସଂନ୍ଧ୍ୟାରେ ମଧ୍ୟ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.