କଟକ: ଦେଶଠାରୁ ଆରମ୍ଭ କରି ରାଜ୍ୟରେ ବିଭିନ୍ନ ରୋଗ କାୟା ବିସ୍ତାର କରିବାରେ ଲାଗିଛି । ଶିଶୁଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ବିଭିନ୍ନ ରୋଗରେ ଛଟପଟ ହେଉଛନ୍ତି । ବିଶେଷକରି ଶିଶୁମାନେ ବର୍ତ୍ତମାନ କୃମି ଦ୍ୱାରା ବିଶେଷ ଭାବରେ ରୋଗାକ୍ରାନ୍ତ ହେଉଛନ୍ତି । କୃମି ଭିତରେ ଭିତରେ ଶିଶୁମାନଙ୍କୁ ସମ୍ପୂର୍ଣ୍ଣ ରୁଗ୍ଣ କରାଉଥିବା ବିଶେଷଜ୍ଞ ଡାକ୍ତର ମତ ପ୍ରକାଶ କରିଛନ୍ତି ।
ତେବେ ଏହାର ନିରାକରଣ ପାଇଁ ଆଜି ଦେଶବ୍ୟାପୀ କୃମି ନାଶକ ଦିବସ ପାଳନ କରାଯାଉଛି । ଏହି ଉପଲକ୍ଷେ କଟକ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟଠାରେ ଜାତୀୟ କୃମି ନାଶକ ଦିବସ ପାଳନ କରାଯାଇଛି । ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର ମକରନ୍ଦ ବେଉରା ଏହି ଦିବସକୁ ଉଦଘାଟନ କରିଥିଲେ ।
କଟକ ସିଡିଏମଓ ଡକ୍ଟର ମକରନ୍ଦ ବେଉରା କହିଛନ୍ତି, "ଚଳିତ ବର୍ଷ କଟକ ଜିଲ୍ଲାରେ ୧୦ଲକ୍ଷ ୧୧ ହଜାରରୁ ଉର୍ଦ୍ଧ୍ବ କୃମି ନାଶକ ବାଟିକା ଏବଂ ଡ୍ରପ୍ ପ୍ରଦାନ କରାଯିବ । ଶୂନ୍ୟରୁ ଦୁଇ ବର୍ଷ ଶିଶୁମାନଙ୍କଠାରୁ ଆରମ୍ଭ କରି ଯୁବକଯୁବତୀ ମହିଳା ଓ ପୁରୁଷମାନଙ୍କୁ ଏହି କୃମି ନାଶକ ବଟିକା ଦିଆଯିବ । କଟକ ଜିଲ୍ଲାରେ 2 ହଜାର 7ଶହ ବିଦ୍ୟାଳୟ, 3 ହଜାର 4ଶହ 140 ଅଙ୍ଗନୱାଡି କେନ୍ଦ୍ର ଏବଂ 404ଟି ଉପକେନ୍ଦ୍ରରେ ଏହି କୃମି ନାଶକ ଔଷଧ ପ୍ରଦାନ କରାଯାଇଛି । ଅଗଷ୍ଟ 10ତାରିଖ ଏବଂ ଆସନ୍ତା ୧୭ ତାରିଖ ଦିନ ଔଷଧ ସେବନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ।"
ଏହାସହ ସେ ଆହୁରୀ ମଧ୍ୟ କହିଛନ୍ତି,"ସାଧାରଣତ ଶିଶୁମାନଙ୍କଠାରେ କୃମି ଦେଖା ଯାଇଥାଏ । କୃମି କୌଣସି ଖାଦ୍ୟ ନପାଇ ମଣିଷ ଶରୀରରେ ପ୍ରବେଶ କରି ରକ୍ତ ଶୋଷଣ କରି ଖାଦ୍ୟ ସଂଗ୍ରହ କରେ । ତେଣୁ ଜିଲ୍ଲାର ପ୍ରତ୍ୟେକ ପରିବାରରେ କୃମି ନାଶକ ଔଷଧ ବିତରଣ କରାଯାଉଛି । ଜାତୀୟ କୃମି ନାଶକ ଦିବସର ମୂଳ ଉଦ୍ଦେଶ୍ୟ ହେଲା ୧ରୁ ୫ ବର୍ଷ ପିଲାକୁ ଆଙ୍ଗନୱାଡି କେନ୍ଦ୍ର, ଏବଂ ୬ରୁ ୧୯ ବର୍ଷ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଦ୍ଵାରା କୃମି ନାଶକ ଔଷଧ ସେବନ କରାଯିବ । ଏଥିପାଇଁ ଜନସାଧାରଣଙ୍କ ମଧ୍ୟରେ ଏକ ଜନ ସଚେତନତା ସୃଷ୍ଟି କରିବା ଉପରେ ସେ ଆହ୍ଵାନ ଦେଇଛନ୍ତି ।" ଏହି କାର୍ଯ୍ୟ କ୍ରମରେ ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କଟକ