ETV Bharat / state

ଧାନ କ୍ଷେତ ନଷ୍ଟ କରୁଛି ପୋଲିସ, ଡିଜିଙ୍କ ଅଫିସରେ ପହଞ୍ଚିଲେ ନରାଜ ମୁଣ୍ଡଳୀ ବାସିନ୍ଦା

author img

By

Published : Dec 16, 2022, 12:28 PM IST

ଧାନ କ୍ଷେତ ନଷ୍ଟ କରୁଛି ପୋଲିସ । ପୋଲିସ ଚାଷୀଙ୍କ ଧାନ କ୍ଷେତ ନଷ୍ଟ କରୁଥିବା ଅଭିଯୋଗ । ଡିଜିପି ଅଫିସ ଆଗରେ ପ୍ରତିବାଦ କଲା ନରାଜ ମୁଣ୍ଡଳୀ ସିଦ୍ଧେଶ୍ବର ଆଞ୍ଚଳିକ ସୁରକ୍ଷା କମିଟି । ଅଧିକ ପଢନ୍ତୁ

ଧାନ କ୍ଷେତ ନଷ୍ଟ କରୁଛି ପୋଲିସ, ଡିଜିଙ୍କ ଅଫିସରେ ପହଞ୍ଚିଲେ ମୁଣ୍ଡଳୀ ବାସିନ୍ଦା
ଧାନ କ୍ଷେତ ନଷ୍ଟ କରୁଛି ପୋଲିସ, ଡିଜିଙ୍କ ଅଫିସରେ ପହଞ୍ଚିଲେ ମୁଣ୍ଡଳୀ ବାସିନ୍ଦା
ଧାନ କ୍ଷେତ ନଷ୍ଟ କରୁଛି ପୋଲିସ, ଡିଜିଙ୍କ ଅଫିସରେ ପହଞ୍ଚିଲେ ନରାଜ ମୁଣ୍ଡଳୀ ବାସିନ୍ଦା

କଟକ: ରାଜ୍ୟ ସରକାର ବେଆଇନ ଭାବେ ଚାଷ ଜମି ଅଧିଗ୍ରହଣ କରିବା ଅଭିଯୋଗରେ ଆଜି ନରାଜ ମୁଣ୍ଡଳୀ ସିଦ୍ଧେଶ୍ବର ଆଞ୍ଚଳିକ ସୁରକ୍ଷା କମିଟି ରାଜ୍ୟ ପୋଲିସ ମହାନିର୍ଦ୍ଦେଶଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି । ଚାଷୀଙ୍କ ଚାଷ ଜମି ଅକ୍ତିଆର କରିବା ପାଇଁ ଇଡକୋ ପୋଲିସ ସହାୟତାରେ ଧମକ ଦେଉଥିବା ଓ ପୋଲିସ ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କରୁଥିବା ଏହି କମିଟି ଅଭିଯୋଗ କରିଛି । ଏହାକୁ ବିରୋଧ କରି ମୁଣ୍ଡଳୀ ବାସିନ୍ଦା ଓ ଆଞ୍ଚଳିକ ସୁରକ୍ଷା କମିଟି ପକ୍ଷରୁ ଡିଜିପି ଅଫିସ ସମ୍ମୁଖରେ ପ୍ରତିବାଦ କରାଯାଇଛି । ମାତ୍ର ଡିଜିପି ଅନୁପସ୍ଥିତ ଥିବା ଯୋଗୁଁ ସେମାନେ ଅତିରିକ୍ତ ଡିଜିପିଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି ।

ପୋଲିସ ଚାଷୀଙ୍କ ପ୍ରତି ଦୁର୍ବ୍ୟବହାର କରିବା ବନ୍ଦ କରୁ ବୋଲି ସେମାନେ ଦାବି କରିଛନ୍ତି । ନରାଜ ମୁଣ୍ଡଳୀ ସିଦ୍ଧେଶ୍ଵର ଆଞ୍ଚଳିକ ସୁରକ୍ଷା କମିଟି ଅଭିଯୋଗ କରିଛି ଯେ, ବାରଙ୍ଗ ବ୍ଲକ୍ ଅର୍ନ୍ତଗତ ନରାଜ ମାର୍ଥାପୁର ଅଞ୍ଚଳରେ ଟାଟା ପ୍ରକଳ୍ପ ନିମନ୍ତେ ସରକାର ବେଆଇନ ଭାବେ ଜମି ଅଧିଗ୍ରହଣ କରିଥିଲେ । କିନ୍ତୁ ସେଠାରେ ଟାଟା ପ୍ଲାଣ୍ଟ ନହେବାରୁ ବର୍ତ୍ତମାନ ସରକାର ଇଡକୋ ମାଧ୍ୟମରେ ଜମି ହାତେଇବାକୁ ଉଦ୍ୟମ କରୁଛନ୍ତି ।

ଶହ ଶହ ଏକର ଜମିରେ ଧାନ ଫସଲ ହୋଇଥିବା ବେଳେ ଇଡକୋ କର୍ମଚାରୀ ଓ ପୋଲିସ ଫୋର୍ସ ସହାୟତାରେ ଧାନକ୍ଷେତରେ ପଶି ଶିଳ୍ପ ପ୍ରତିଷ୍ଠା ନିମନ୍ତେ ବଳପୂର୍ବକ ସର୍ଭେ କାର୍ଯ୍ୟ କରାଯାଉଛି । ତେବେ ଏହି ଦିଗରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିଙ୍କୁ ଗୁହାରି କରିଛନ୍ତି କମିଟିର ସଦସ୍ୟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.