ETV Bharat / state

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ, ୪ ଦିନରେ ୨୯ ମେଣ୍ଢାଙ୍କ ମୃତ୍ୟୁ

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ । ଗତ ୪ ଦିନରେ ୨୯ ମେଣ୍ଢାଙ୍କ ମୁଣ୍ଡ ନେଲାଣି ଅଜଣା ଜନ୍ତୁ । ଅଧିକ ପଢନ୍ତୁ

author img

By

Published : Mar 14, 2023, 12:44 PM IST

Updated : Mar 14, 2023, 2:05 PM IST

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ
ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ
ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ

ନିଆଳି: ନିଆଳିରେ ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ । ଗୋଟିଏ ପରେ ଗୋଟିଏ ମେଣ୍ଢାଙ୍କ ମୁଣ୍ଡ ନେଉଛି ଅଜଣା ଜନ୍ତୁ । ରାତିରେ ଗୁହାଳରେ ପଶି ମେଣ୍ଢାଙ୍କୁ ଆକ୍ରମଣ କରୁଛି । କଟକ ଜିଲ୍ଲା ନିଆଳି କଣ୍ଟପଡା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଠାକୁର ପୋଖରୀ ସାହିରେ ଅଜଣା ଜନ୍ତୁର ଭୟାବହତା ସୃଷ୍ଟି ହୋଇଛି । ଅଜଣା ଜନ୍ତୁ ଆକ୍ରମଣରେ ଚାରି ଦିନ ଭିତରେ ଏଠାରେ ୨୯ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କେବଳ ଗତକାଲି ରାତିରେ ଜଣଙ୍କର ୯ଟି ମେଣ୍ଢା ମରିଥିବା ଜଣାପଡିଛି ।

ଗତକାଲି ରାତିରେ ଅଜଣା ଜନ୍ତୁ ପୋଖରୀ ସାହିର ଗୋକୁଳନାନ୍ଦ ଚୌଧୁରୀ ନାମକ ବ୍ୟକ୍ତିଙ୍କ ଗୁହାଳରେ ପଶି ୯ଟି ମେଣ୍ଢା ମାରିଛି । ସେହିପରି ଏହି ଗ୍ରାମର ବାବାଜୀ ଚୌଧୁରୀଙ୍କ ୨୦ଟି ମେଣ୍ଢା ଅଜଣା ଜନ୍ତୁ ଆକ୍ରମଣରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ତେବେ ରାତିରେ ଗୁହାଳରେ ପଶି କିଏ ମେଣ୍ଢାମାନଙ୍କୁ ମାରୁଛି ତାହା ଜଣାପଡିନି । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଥିବାବେଳେ ଏପରି ଭାବେ ମେଣ୍ଢା ମରିବା ମେଣ୍ଢା ଚାଷୀଙ୍କୁ ଚିନ୍ତାରେ ପକାଇଛି ।

ଅନ୍ୟପଟେ ଅଜଣା ଜନ୍ତୁ ଆକ୍ରମଣର ଖବର ପାଇ ଫୁଲନଖରା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛି । ମୃତ ମେଣ୍ଢାଙ୍କ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ତେବେ ନାହାଳପୁର ଗୁଣାଦୋଳ ଠାକୁର ପୋଖରୀ ସାହିରେ ୪ ଦିନରେ ୨୯ ମେଣ୍ଢାଙ୍କ ମୁଣ୍ଡ ଗଡିବା ୬ ବର୍ଷ ତଳର ଅଜଣା ଜନ୍ତୁ ଆତଙ୍କ ଘଟଣା ମନେ ପକାଇ ଦେଇଛି । ୬ ବର୍ଷ ତଳେ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁ ଆକ୍ରମଣରେ ହଜାରରୁ ଅଧିକ ମେଣ୍ଢାଙ୍କ ଜୀବନ ଯାଇଥିଲା ।

ସେତେବେଳେ ମଧ୍ୟ କିଏ ମେଣ୍ଢାଙ୍କୁ ମାରୁଛି ତାହା ସ୍ପଷ୍ଟ ହୋଇପାରିନଥିଲା । ଏଥିପାଇଁ ଡେରାଡୁନ୍ ଟିମ୍ ନିଆଳି କଣ୍ଟାପଡା ଅଞ୍ଚଳରେ ପହଞ୍ଚି ଡ୍ରୋନ ଓ ସିସିଟିଭି ଲଗାଇ ସେହି ଜନ୍ତୁକୁ ଠାବ କରିବାକୁ ଚେଷ୍ଟା କରିଥିଲେ । ଟ୍ରାଙ୍କୁଲାଇଜ୍ ଟିମ୍ ମଧ୍ୟ ଆସିଥିଲା । ବନ ବିଭାଗ ଓ ସ୍ଥାନୀୟ ଲୋକେ ମିଳିତ ଭାବେ ରାତି ଅନିନ୍ଦ୍ରା ହୋଇ ଅଜଣା ଜନ୍ତୁଙ୍କୁ ଧରିବାକୁ ପ୍ରୟାସ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା । ନିଆଳି ମେଣ୍ଢା ମୃତ୍ୟୁ ପ୍ରସଙ୍ଗ ବିଧାନସଭାରେ ଉଠିଥିଲା । ରାଜ୍ୟ ସରକାର କ୍ଷତିଗ୍ରସ୍ତ ମେଷପାଳକଙ୍କୁ ଚିହ୍ନଟ କରି କ୍ଷତିପୂରଣ ପ୍ରଦାନ କରିଥିଲେ । ଏବେ ପୁଣିଥରେ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ ସୃଷ୍ଟି ହୋଇଛି । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ଥିବାବେଳେ କିଏ ମେଣ୍ଢାମାନଙ୍କୁ ମାରୁଛି ତାହା ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, ନିଆଳି

Last Updated : Mar 14, 2023, 2:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.