ETV Bharat / state

ବାଲିପାଟଣାରେ ସାଂସଦ ଅପରାଜିତାଙ୍କୁ ବିରୋଧ, ଗୋ ବ୍ୟାକ ନାରାରେ କମ୍ପିଲା ସଭାସ୍ଥଳ

author img

By ETV Bharat Odisha Team

Published : Aug 26, 2023, 12:25 PM IST

Updated : Aug 26, 2023, 1:41 PM IST

ବିଜେପି ଦଳୀୟ ସମାବେଶରେ ସାଂସଦ ଅପରାଜିତାଙ୍କୁ ବିରୋଧ । ଅପରାଜିତ ଗୋ ବ୍ୟାକ ନାରାରେ କମ୍ପିଲା ସଭାସ୍ଥଳ । ଅଧିକ ପଢନ୍ତୁ

people oppose mp aparajita sarangi in balipatana

Bhubaneswar MP Aparajita Sarangi faces protests

ନିଆଳି: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ । ଦଳୀୟ ସମାବେଶରେ ସାଂସଦ ଅପରାଜିତାଙ୍କୁ ଦୃଢ଼ ବିରୋଧର ସମ୍ମୁଖୀନ ହେବାକୁ ପଡିଛି । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ରାଜସ ପଞ୍ଚାୟତ କୃଷ୍ଣପୁର ମେଳଣ ପଡ଼ିଆରେ ଶୁକ୍ରବାର ରାତିରେ ସାଂସଦ ଏକ ସଭାରେ ଯୋଗ ଦେଇଥିବା ବେଳେ ତାଙ୍କୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଥିଲା । ଏପରିକି ତାଙ୍କ ଉପରେ କାଳି ମାଡ଼ ଉଦ୍ୟମ କରାଯାଇଥିଲା । ପୋଲିସ ହସ୍ତକ୍ଷେପ ପରେ ଶେଷରେ ଶାନ୍ତ ପଡିଥିଲା ସଭାସ୍ଥଳ ।‌

ସାଂସଦ ଅପରାଜିତା ସଭାସ୍ଥଳରେ ପହଞ୍ଚିବା ପରେ ବିରୋଧ କରିଥିଲେ ସ୍ଥାନୀୟ ଲୋକେ । ଦୀର୍ଘ ସମୟ ଧରି ଅପେକ୍ଷାରତ ମହିଳା ଏବଂ ଅସନ୍ତୁଷ୍ଟ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ । ଅପରାଜିତା ଗୋ ବ୍ୟାକ ନାରାରେ କମ୍ପି ଉଠିଥିଲା ସଭାସ୍ଥଳ । ମହିଳାମାନେ ସାଂସଦଙ୍କ ଉପରକୁ କାଳି ଫିଙ୍ଗିବାକୁ ଚେଷ୍ଟା କରିଥିବା ବେଳେ ତାହା ଗାଡ଼ି ଉପରେ ପଡ଼ିଥିଲା । ପୋଲିସ ହସ୍ତକ୍ଷେପ ଯୋଗୁଁ ସାଂସଦ ଅଳ୍ପକେ ବର୍ତ୍ତି ଯାଇଥିଲେ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ପ୍ରତିଶ୍ରୁତି ଦେଇ ପୂରଣ ନକରିବାକୁ ମହିଳାମାନେ ଅପରାଜିତ ଷଡଙ୍ଗୀଙ୍କୁ ବିରୋଧ କରିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ, କାହିଁକି ଆସିଛ ବୋଲି ପ୍ରଶ୍ନ କଲେ ଲୋକେ

ସାଂସଦଙ୍କୁ ବିରୋଧ କରୁଥିବା ମହିଳାମାନେ ଅଭିଯୋଗ କରିଥିଲେ ଯେ, ସଭା ସମିତି ସ୍ଥଳରେ ଅନୁଦାନ କେବଳ ଭାଷଣବାଜିରେ ସୀମିତ ରହିଛି । ବିଗତ ଏବଂ ଚଳିତ ବର୍ଷ ବନ୍ୟାରେ ପ୍ରଭାବିତ ପରିବାର, ଚାଷୀକୂଳ ଏବଂ ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନ ଦିଗରେ ସେ କିଛି ବି ପଦକ୍ଷେପ ନେଇନାହାନ୍ତି l ଏହାକୁ ନେଇ ସାଂସଦଙ୍କ ବିପକ୍ଷରେ ଅସନ୍ତୋଷର ସ୍ୱର ଶାଣିତ ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବାଲିପାଟଣା ଥାନା ପୋଲିସ ଉପସ୍ଥିତିରେ ସଭା ଚାଲିଥିଲା । ଏକ ନିର୍ଦ୍ଦିଷ୍ଟ ଗ୍ରୁପର କାର୍ଯ୍ୟ ପ୍ରକ୍ରିୟାରେ ଅନିୟମିତତା ନେଇ କିଛି ମହିଳା ସାଂସଦଙ୍କୁ ବିରୋଧ କରିଥିବା ଜଣାପଡ଼ିଛି । ଏ ସମ୍ପର୍କରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

କିଛି ଦିନ ତଳେ ନୟାପଲ୍ଲୀ ବେହେରା ସାହିରେ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରିଥିଲେ କର୍ପୋରେଟରଙ୍କ ସମେତ ସ୍ଥାନୀୟ ଲୋକେ । ଅଞ୍ଚଳ ବୁଲିବାକୁ ଆସିବା ସମୟରେ ଅପରାଜିତାଙ୍କ ବିରୋଧରେ ସ୍ଥାନୀୟ ଲୋକେ ନାରାବାଜି କରିଥିଲେ । ଯାହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ଏକ ଆପାର୍ଟମେଣ୍ଟରେ ସାଂସଦ ଯିବା ପରେ ଗେଟ୍ ସମ୍ମୁଖରେ ଲୋକେ ନାରାବାଜି ଦେଇଥିଲେ । ଏତେ ଦିନ ହେଲା ଭୁବନେଶ୍ବର ବିଶେଷକରି ନୟାପଲ୍ଲୀ ପାଇଁ କଣ କରିଛ ବୋଲି ପ୍ରଶ୍ନ କରିଥିଲେ ସ୍ଥାନୀୟ ବାସିନ୍ଦା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅପରାଜିତାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ସେଠାରୁ ବାହାର କରିଥିଲା ।

ଇଟିଭି ଭାରତ, ନିଆଳି

Last Updated : Aug 26, 2023, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.