କଟକ: ସିଲଭରସିଟିରୁ ଜବତ ହେଲା ଧଳା ଜହର । ଗିରଫ ହେଲା କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ବସ୍ତିଆ ଓରଫ ରାଜା । ତ୍ରିଶୂଳିଆ ବେଲଭୟୁ ଛକ ନିକଟରେ ଧଳା ଜହର ବ୍ୟବସାୟ ସମୟରେ ଲାଲବାଗ ଥାନା ପୋଲିସ ରାଜାକୁ କରିଛି ଗିରଫ । ଗିରଫ ସମୟରେ 270 ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ଯାହାର ମୂଲ୍ୟ 27 ଲକ୍ଷ ଟଙ୍କା ହେବ ବୋଲି ସ୍ପଷ୍ଟ କରିଛନ୍ତି କଟକ ଡିସିପି ପ୍ରତୀକ ସିଂ ।
ତେବେ ରାଜା ନାଁରେ କଟକର ବିଭିନ୍ନ ଥନାରେ ଅନେକ ସଙ୍ଗୀନ ମାମଲା ରହିଛି । ଦୀର୍ଘ ଦିନ ଧରି ପୋଲିସ ହ୍ୟାଣ୍ଡକପରୁ ଖସୁଥିବା ରାଜା ଆଜି ପୋଲିସ ଅକ୍ତିଆରକୁ ଆସିଛି । ତେବେ ଜଗତସିଂହପୁରରୁ ଏହି ଧଳା ଜହର ଆସୁଥିବା ନେଇ ସ୍ପଷ୍ଟ କରିଛି କମିଶନରେଟ ପୋଲିସ । ତେବେ କମିଶନରେଟ ପୋଲିସର ଡ୍ରଗ୍ସ କାରବାରକୁ ନା ଅଭିଯାନରେ ଏଯାବତ୍ 5 କେଜିରୁ ଊର୍ଦ୍ଧ୍ବ ଧଳା ଜହର ଜବତ କରିଛି ପୋଲିସ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ