ETV Bharat / state

କଟକବାସୀଙ୍କୁ ଘାରିଛି ମଶା ଭୟ, ମଶା ତେଲ ବଦଳରେ ନାଳରେ ପଡୁଛି ପୋଡା ମୋବିଲ ! - କଟକ ସିଏମସି

କଟକବାସୀଙ୍କ ନିଦ ହଜାଇଲାଣି ମଶା । ମଶା ନିୟନ୍ତ୍ରଣ ପାଇଁ ସିଏମସି ସେଭଳି କିଛି ପଦକ୍ଷେପ ନେଉନଥିବା ଅଭିଯୋଗ । ଅଧିକ ପଢନ୍ତୁ

କଟକବାସୀଙ୍କୁ ଘାରିଛି ମଶା ଭୟ
କଟକବାସୀଙ୍କୁ ଘାରିଛି ମଶା ଭୟ
author img

By

Published : Dec 4, 2022, 12:52 PM IST

କଟକ: ସିଲିଭିର ସିଟିରେ ବଢୁଛି ମଶାଙ୍କ ପ୍ରାଦୁର୍ଭାବ, ଅତିଷ୍ଠ ହେଲେଣି କଟକବାସୀ । ଦିନ ରାତି ଲୋକଙ୍କ ନିଦ ହଜାଇ ଦେଲେଣି ମଶା ବଂଶବୃଦ୍ଧି । ବଡ଼ ନାଳ ଓ ଶାଖା ନାଳ ଚାରି ଆଡ଼େ ବଢୁଛି ମଶାଙ୍କ ବଂଶ । ଆଉ ପ୍ରଭାବିତ ହେଉଛନ୍ତି ସାଧାରଣ ଜନତା । ସ୍ଥିତି ଏମିତି କି ଦିନ ବେଳା ଖୋଲା ଦେହରେ ବି ବସିବା ସମ୍ଭବପର ନୁହେଁ, ଆଉ ସନ୍ଧ୍ୟା ସମୟ କଥା ନକହିବା ଭଲ । ଯେଉଁଠି ବସିଲେ ସେଠାରେ ପିଛା ଛାଡୁ ନାହିଁ ମଶା । ଗୋଟିଏ ପଟେ ମଶା ବଂଶ ବୃଦ୍ଧି ଯୋଗୁ ଡେଙ୍ଗୁ, ମ୍ୟାଲେରିଆ ଭଲ ରହିଥିବା ବେଳେ ଅନ୍ୟପଟେ ଏହାର ନିୟନ୍ତ୍ରଣ କରିବା ବିଫଳ ସିଏମସି । ସହରରେ ମଶା ନିୟନ୍ତ୍ରଣ ପାଇଁ ସିଏମସି ସେଭଳି କିଛି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ସହରବାସୀ।

କଟକବାସୀଙ୍କୁ ଘାରିଛି ମଶା ଭୟ

ପ୍ରତି ୱାର୍ଡରେ ୩ ରୁ୪ ମାସ ମଧ୍ୟରେ ଯେଉଁ ମଶା ତେଲ ପଡୁଛି ତାହା ନିମ୍ନମାନର ବୋଲି ସହରବାସୀ ଅଭିଯୋଗ କରିଛନ୍ତି । ଏପରିକି ମଶା ତେଲ ବଦଳରେ ପୋଡା ମୋବିଲ ପକାଯାଉଥିବା ଅଭିଯୋଗ ହୋଇଛି । ଫଳରେ ମଶାଙ୍କ ପ୍ରାଦୁର୍ଭାବ ବଢି ଚାଲିଛି, ଯାହା ଏବେ ସହରବାସୀଙ୍କୁ ଅଣ ନିଶ୍ବାସୀ କରିଦେଲାଣି ।

ଏହା ମଧ୍ୟ ପଢନ୍ତୁ-ବ୍ରାଉନସୁଗାର ବେପାର ଚଳାଉଥିଲେ ସ୍ବାମୀ-ସ୍ତ୍ରୀ, ବାନ୍ଧିଲା ପୋଲିସ

ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି କି, ‘‘ମଶାଙ୍କ ବଂଶ ବୃଦ୍ଧି ଯୋଗୁଁ ବାହାରେ ବସିବା ଅସମ୍ଭବ ହୋଇପଡୁଛି, ମଶା ଦାଉରୁ ରକ୍ଷା ପାଇବା ପାଇଁ ଦି ରାତି କଏଲ ଲଗାଇବାକୁ ପଡୁଛି । ତେଣୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରୁଛି ଯେ, ମଶା ଧୁଆଁ ଗାଡି ୧୫ ଦିନରେ ଥରେ ଓ୍ବାର୍ଡକୁ ଆସିବା ଦରକାର,ଏବଂ ନାଳ ଗୁଡିକୁ ଭଲ ଭାବେ ପରିଷ୍କାର ପରିଚ୍ଛନ କରିବା ଦରକାର । ମଶା ତେଲ ନାଳ ଗୁଡିରେ ଛିଞ୍ଚନ କରିବାକୁ ଅନୁରୋଧ କରୁଛି । ତେଲର ଗୁଣ ନିମ୍ନମାନର ରହିଥିବା ମଶାଙ୍କ ବଂଶ ବୃଦ୍ଧି ହେଉଛି, ତଣୁ ଭଲ ତେଲ ବ୍ୟବହାର କରିବା ଆବଶ୍ୟକ'' ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ସିଏମସି କମିଶନର,''ମଶା ତେଲର ସମସ୍ୟା ଥିବା ଆମେ ସ୍ୱୀକାର କରୁଛୁ, ଖୁବଶୀଘ୍ର ଏହାର ମାନ ଯାଞ୍ଚ କରାଯାଇ ପଦକ୍ଷେପ ନିଆଯିବ’’।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.