ETV Bharat / state

କଟକରେ ମଶା ପ୍ରାଦୁର୍ଭାବ ନିୟନ୍ତ୍ରଣାଧୀନ କହିଲେ CMC ମେୟର

author img

By

Published : Jan 12, 2023, 7:57 PM IST

ନିୟନ୍ତ୍ରଣକୁ ଆସିଲା ଉତ୍ପାତ ମଶା । ମଶା ଆତଙ୍କ ବର୍ତ୍ତମାନ ସମ୍ପୂର୍ଣ୍ଣ ଆୟତ୍ତରେ ରହିଛି । ଅଧିକ ପଢ଼ନ୍ତୁ

Mosquito is under control
କଟକରେ କମିଛି ମଶା
କଟକରେ କମିଛି ମଶା

କଟକ : କଟକରେ ମଶା ପ୍ରାଦୁର୍ଭାବ ନିୟନ୍ତ୍ରଣାଧୀନ ରହିଛି । ଡିସେମ୍ବର ଭଳି ଆଉ ଜାନୁଆରୀରେ ସ୍ଥିତି ନାହିଁ । କଟକ ମହାନଗର ନିଗମର ତତ୍ପରତା ଯୋଗୁଁ ମଶା ଆତଙ୍କ ବର୍ତ୍ତମାନ ସମ୍ପୂର୍ଣ୍ଣ ଆୟତ୍ତରେ ରହିଛି । ଆକଳନ ଅନୁସାରେ ଅନ୍ୟ ଜିଲ୍ଲା ତୁଳନାରେ କଟକ ବର୍ତ୍ତମାନ ମଶାର ଡେନସିଟି ବହୁ ତଳେ ରହିଛି । ସମୟ ଥାଇ ପୋଖରୀ ସଫା, ନାଳ ନର୍ଦ୍ଦମାରେ ମଶା ତେଲ, ମଶା ଧୂଆଁ ଦେବାପରେ ବର୍ତ୍ତମାନ ସହରରେ ମଶା ଆତଙ୍କ ଦିଗକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଧାରାକୁ ଆସିଛି । ପୂର୍ବରୁ ଯେପରି କଟକରେ ମଶା ଆତଙ୍କକୁ କମାଇବା ପାଇଁ ପ୍ରୟାସ ରହିଥିଲା ସେହିପରି ପ୍ରୟାସ ଏବେ ବି ଜାରି ରହିଛି ।

ପ୍ରତି ୱାର୍ଡରେ ଡ୍ରେନରେ ମଶା ତେଲ, ଅନାବନା ଗଛ କାଟିବା, ଧୂଆଁ ବ୍ୟବହାର କରାଯାଉଛି । ଏହାସହ ଲୋକମାନଙ୍କ ମଧ୍ୟରେ ସଚେତନା ମଧ୍ୟ ବୃଦ୍ଧି କରଯାଉଛି । ମଶାରୀ ବ୍ୟବହାର କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ପ୍ରତିଦିନ ବାର୍ତ୍ତା ବାଣ୍ଟୁଛି । ଏହାସହ ମଶା ବଂଶକୁ ରୋକିବା ପାଇଁ ଗତ ଦିନମାନଙ୍କରେ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରଯାଇଥିଲା । ଯେଉଁମାନେ ରୀତିମତ ଏହି ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି ।

ତେବେ CMCର ମଶା ଦମନ ତତ୍ପରତା ଯୋଗୁଁ ମଶାଙ୍କ ପ୍ରାର୍ଦୁଭାବ ଉପରେ ନିୟନ୍ତ୍ରଣ ରହିଥିବା କହିଛନ୍ତି CMC ମେୟର ସୁବାସ ସିଂ। ତେବେ ପୂର୍ବରୁ ଘରଦ୍ୱାର, ଦୋକାନ ବଜାର ସବୁଠି ମଶାଙ୍କ ଦୌରାତ୍ମ୍ୟ ଏତେ ମାତ୍ରାରେ ବଢିଯାଇଥିଲା ଯେ ଲୋକେ ଭୟଭୀତ ହୋଇପଡିଥିଲେ । ପରିସ୍ଥିତି ଏପରି ହେଲା ଯେ ଘରୁ ବାହାରିଲେ ଦେହରେ ନାନାବିଧ ଔଷଧ ଲଗାଉଥିଲେ । ନାଳନର୍ଦ୍ଦମା ଠିକ୍ ସମୟରେ ସଫା ନହେବା, ମଶା ତେଲ ଓ ମଶା ଧୂଆଁ ଦିଆଯାଉ ନଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସହରବାସୀ ବାରମ୍ବାର ଅଭିଯୋଗ କରିଆସୁଥିଲେ ।

ଯାହାକୁ ନେଇ ଡେଙ୍ଗୁ, ମ୍ୟାଲେରିଆର ଶିକାର ମଧ୍ୟ ହୋଇଥିଲେ ଲୋକେ । ଗୋଟିଏ ପଟେ ଲୋକେ ଅସନ୍ତୁଷ୍ଟ ଥିଲା ବେଳେ ଅନ୍ୟପଟେ କର୍ପୋରେଟର ସ୍ୱର ଉତ୍ତୋଳନ କରିଥିଲେ। ଯେତେ ଟଙ୍କା ଧାର୍ଯ୍ୟ ହେଉଛି ତାହାକୁ ମହାନଗର ନିଗମ ଚଳୁ କରୁଥିବା ନେଇ କର୍ପୋରେଟର ଅଭିଯୋଗ ମଧ୍ୟ କରିଥିଲେ । ତେବେ ମଶା ନିୟନ୍ତ୍ରଣ ପାଇଁ CMC ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

୫୯ଟି ୱାର୍ଡରେ ଟିମ୍‌ ମଧ୍ୟ ପଠାଯାଇ ସ୍ଥିତି ସମୀକ୍ଷା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଛି । ଏହାସହ ଏବେ ମଧ୍ୟ ରିଭ୍ୟୁ ମଧ୍ୟ ନିଆଯାଉଛି । ସ୍ଥିତି ଆୟତ୍ତରେ ରହିଛି ଆଗକୁ ମଧ୍ୟ ସମ୍ପୂର୍ଣ୍ଣ ଆୟତରେ ରହିବା ନେଇ କହିଛନ୍ତି CMC ମେୟର। ତେବେ ଏଠାରେ ମଶା ବୃଦ୍ଧି ହେବାର ମୂଳ କାରଣ ହେଉଛି ପୋଖରୀଗୁଡିକରେ ଦଳ ଅଧିକ ହେବାରୁ ବଂଶ ବୃଦ୍ଧି ହେଉଛି । ସେ ଦିଗରେ ନିୟନ୍ତ୍ରଣ ଆଣିବାକୁ ଚେଷ୍ଟା କରାଯିବା ପରେ ଏବେ ତାହା ନିୟନ୍ତ୍ରଣକୁ ଆସିଛି । ନଭେମ୍ବର ପର୍ଯ୍ୟନ୍ତ କଟକରେ ଏତେ ମଶା ନଥିଲେ । ତେବେ ଡିସେମ୍ବରରେ ଯେତିକି ମଶା ସଂଖ୍ୟା ବୃଦ୍ଧି ପାଇଥିଲା ଜାନୁଆରୀରେ ବହୁତ କମ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.