ETV Bharat / state

ବିପର୍ଯ୍ଯସ୍ତ ଅବସ୍ଥାରେ SCB, ସ୍ବାସ୍ଥ୍ଯ ବ୍ଯବସ୍ଥାକୁ ନେଇ ରାଜ୍ୟ ସରକରାଙ୍କୁ ମୋକ୍କିମଙ୍କ କଟାକ୍ଷ

author img

By

Published : Apr 6, 2023, 6:40 PM IST

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ଯ ବିଭାଗ ବର୍ତ୍ତମାନ ଦୁରାଵସ୍ଥା ଦେଇ ଗତି କରୁଛି । ପ୍ରହସନ ପାଲଟିଛି ଏସିବି ଏମ୍ସ ପ୍ଲସ ସ୍ୱପ୍ନ । SCBର ସ୍ବାସ୍ଥ୍ଯ ବ୍ଯବସ୍ଥାକୁ ନେଇ ସରକରାଙ୍କୁ କଟାକ୍ଷ କଲେ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଅଧିକ ପଢ଼ନ୍ତୁ

ପ୍ରହସନ ପାଲଟିଛି ଏସିବି ଏମ୍ସ ପ୍ଲସ ସ୍ୱପ୍ନ
ପ୍ରହସନ ପାଲଟିଛି ଏସିବି ଏମ୍ସ ପ୍ଲସ ସ୍ୱପ୍ନ
ପ୍ରହସନ ପାଲଟିଛି ଏମ୍ସ ପ୍ଲସ ଏସିବି ସ୍ୱପ୍ନ: ମୋକିମ

କଟକ: ସମସ୍ୟା ଘେରରେ SCB ମେଡିକାଲ । ରୋଗୀ ସଂଖ୍ୟା ବୃଦ୍ଧି ପାଉଛି ହେଲେ ବୃଦ୍ଧି ପାଉ ନାହିଁ ବେଡ୍‌ । ବିଭିନ୍ନ ଅସୁବିଧାର ସମ୍ମଖୀନ ହେଉଛି ରୋଗୀ । SCBକୁ ବିଶ୍ବସ୍ତରୀୟ ମେଡିକାଲ କରିବା ପାଇଁ ସରକାର କଥାରେ କହୁଥିବା ବେଳେ କାର୍ଯ୍ଯରେ କରିବା କଟକବାସୀଙ୍କ ପାଇଁ ସ୍ବପ୍ନ ବୋଲି କହିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ପ୍ରହସନ ପାଲଟିଛି SCB ଏମ୍ସ ପ୍ଲସ ସ୍ୱପ୍ନ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ଯ ବିଭାଗ ବର୍ତ୍ତମାନ ଦୁରାଵସ୍ଥା ଦେଇ ଗତି କରୁଛି । ମେଡିକାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଡାକ୍ତର ପର୍ଯ୍ୟାପ୍ତ ପରିମାଣରେ ନାହିଁନ୍ତି । ଯାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ବୋଲି ଏସିବି ମେଡିକାଲ ପରିଦର୍ଶନ କରି ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ମୋକିମ ।

ମୋକିମ କହିଛନ୍ତି, "ବର୍ତ୍ତମାନ ସମୟରେ ଯେତିକି ଲୋକ ସଂଖ୍ୟା ବଢି ଚାଲିଛି ସେହି ଅନୁସାରେ ରୋଗ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ SCB ଭଳି ବଡ଼ ମେଡିକାଲରେ ଯେଉଁ ଅବସ୍ଥା ରହିଛି ତାହା ନକହିବା ଭଲ । ଘଣ୍ଟାଘଣ୍ଟା ରୋଗୀ ଅପେକ୍ଷାରେ ରହୁଛନ୍ତି । ମେଡିସିନଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ପାଇଁ ଦିନ ବିତି ଯାଉଛି । ଅନ୍ୟପଟେ ବେଡ଼ ନାହିଁ ରୋଗୀ ତଳେ ପଡି ଚିକିତ୍ସା ହେଉଛିନ୍ତି । ପୁରୁଣା ବିଲ୍‌ଡିଂରେ ଏପରି ସମସ୍ୟାମାନ ଲାଗି ରହିଛି । ତେଣୁ ରାଜ୍ୟ ସରକାର ବେଳହୁଁ ସାବଧନ ହେବା ଆବଶ୍ୟକ । କାରଣ ଅନେକ ବିଭାଗରେ ଡାକ୍ତର ନାହାନ୍ତି । ଉପଯୁକ୍ତ ପ୍ରଯୁକ୍ତିବିଦ୍ୟାର ମେସିନ ମଧ୍ୟ ଦୁରାଵସ୍ଥାରେ ରହିଛି । ତେଣୁ ଏହା ଉପରେ ଦୃଷ୍ଟି ଦେବାକୁ ରାଜ୍ୟ ସରକାରଙ୍କୁ ତାଗିଦ କରିଛନ୍ତି ବିଧାୟକ ମୋକିମ ।"

ମୋକିମ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, "SCB ସମ୍ପ୍ରସାରଣ କାର୍ଯ୍ୟ 2024 ପୂର୍ବରୁ ଶେଷ ହେଲା ଭଳି ପ୍ରତୀତ ହେଉନି । ସରକାର ବର୍ତ୍ତମାନ ଏହା ଉପରେ ଯଥେଷ୍ଟ ନଜର ଦେବା ପାଇଁ ସମୟ ଆସିଛି ବୋଲି କହିଛନ୍ତି ମୋକିମ । ସାରା ରାଜ୍ୟର ଲୋକ ବର୍ତ୍ତମାନ SCB ବଡ଼ ମେଡିକାଲ ମୁଁହା ହେଲେଣି । ଏପରିକି ରାଜ୍ୟ ବାହାରୁ ମଧ୍ୟ ରୋଗୀ କଟକ ବଡ଼ ମେଡିକାଲ ଆସୁଛନ୍ତି । ହେଲେ ଯେଉଁ ଚିତ୍ର ବର୍ତ୍ତମାନ ଦୃଷ୍ଟି ଗୋଚର ତାହା ଚିକିତ୍ସା କ୍ଷେତ୍ର ପାଇଁ ଆତ୍ୟନ୍ତ ନିନ୍ଦନୀୟ । ତେଣୁ ସରକାର ବିଚାର ବିମର୍ଶ କରି ଏଭଳି ଅସୁବିଧାକୁ ଦୁରାଇବା ଆବଶ୍ୟକ । ବିଗତ ଦିନ ମାନଙ୍କରେ SCBରେ ଚିକିତ୍ସା ଦିଗରେ ଯେଉଁ ସମସ୍ୟା ଥିଲା ତାହା ବର୍ତ୍ତମାନ କିଛି ମାତ୍ରାରେ ସମାଧାନ ହୋଇଥିଲେ ସୁଦ୍ଧା ଆହୁରି ବଡ଼ ସମସ୍ୟା ଦୃଷ୍ଟିଗୋଚର ହେଉଛି । ତେଣୁ ଆଜି ଏସିବି ଅଧିକ୍ଷକଙ୍କୁ ଭେଟି ଏହି ତମାମ ଦିଗ ଉପରେ ଆଲୋଚନା କରିଥିବା ମୋକିମ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.