ETV Bharat / state

ପ୍ରଦୂଷଣମୁକ୍ତ ହେବ ବାଲିଯାତ୍ରା: 'ମୋ କଟକ ସାଇକେଲ ରାଲି' ଅଭିଯାନ ଆରମ୍ଭ - cuttack news

କଟକ ବାଲିଯାତ୍ରାକୁ ସ୍ବଚ୍ଛ ଓ ପ୍ରଦୂଷଣ ମୁକ୍ତ ରଖିବାକୁ ଆରମ୍ଭ ହୋଇଛି 'ମୋ କଟକ ସାଇକେଲ ରାଲି' ଅଭିଯାନ । ହାଇକୋର୍ଟ ମୁ୍ଖ୍ୟ ବିଚାରପତି କେ. ଏସ ଜାଭେରୀଙ୍କ ସହ ବରିଷ୍ଠ ଆଇନଜୀବୀ ଏଥିରେ ଯୋଗ ଦେବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Nov 3, 2019, 7:58 AM IST

Updated : Nov 3, 2019, 3:42 PM IST

କଟକ: ଦିନ କେଇଟା ପରେ ଐତିହାସିକ କଟକ ବାଲିଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ । ବାଲିଯାତ୍ରାରେ ଯେପରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେ ଦିଗରେ ତତ୍ପରତା ଦେଖାଇଛନ୍ତି ଜିଲ୍ଲାପାଳ । ଚଳିତବର୍ଷ ବାଲିଯାତ୍ରାର ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ସ୍ବଚ୍ଛତା ଓ ପ୍ରଦୂଷଣ ମୁକ୍ତ ପରିବେଶ । ଏହାକୁ ଫୋକସରେ ରଖି ରବିବାର କଟକରେ 'ମୋ କଟକ ସାଇକେଲ ରାଲି' ଅଭିଯାନ ହୋଇଛି । ଏହି ସାଇକେଲ ରାଲି ମାଧ୍ୟମରେ ଜିଲ୍ଲାପାଳ ଲୋକଙ୍କ ମଧ୍ୟରେ ଏକ ନୈତିକ ବାର୍ତ୍ତା ବାଣ୍ଟିଛନ୍ତି ।

'Mo cuttack cycle rally' program held for pollution free baliyatra
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

ସାଇକେଲ ରାଲିରେ ହାଇକୋର୍ଟ ମୁଖ୍ୟ ବିଚାରପତି କେ ଏସ ଜାଭେରି ଏଥିରେ ଯୋଗ ଦେଇଥିଲେ । ସ୍ବଚ୍ଛତା ଓ ପ୍ରଦୂଷଣ ରୋକିବା ଦିଗରେ କିପରି ସଚେତନତା ଅଣାଯାଇ ପାରିବ ସେ ନେଇ କଟକର ପ୍ରମୁଖ ସ୍ଥାନ ସାଇକେଲ ଯୋଗେ ବୁଲିଥିଲେ ମୁଖ୍ୟ ବିଚାରପତି । ତେବେ ଦୈନନ୍ଦିନ ଜୀବନରୁ ଗୋଟିଏ ଦିନ ପାଇଁ ଯଦି ସବୁ ଗାଡି ମଟରକୁ ବାଦ ଦିଆଯାଏ ତେବେ ପ୍ରଦୂଷଣକୁ ରୋକାଯିବା ସହ ଶରୀର ସୁସ୍ଥ ରହିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେହିପରି ଜିଲ୍ଲାପାଳଙ୍କ ଏହି ପଦକ୍ଷେପକୁ ଗ୍ରହଣ କରିଛି କମିଶନରେଟ ପୋଲିସ ଓ ମହାନଗର ନିଗମ । ଚଳିତ ବାଲିଯାତ୍ରାରେ ଗାଡି ସ୍ଥାନରେ ସାଇକେଲ ଓ ରିକ୍ସାର ବହୁଳ ବ୍ୟବହାର କରାଯିବା ଦ୍ବାରା ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି କଟକ ଡିସିପି ଓ ସିଏମସି କମିଶନର । ତେବେ ପ୍ରଦୂଷଣ ମୁକ୍ତ ପରବେଶକୁ ନେଇ ଏହି ମହତ୍ତ୍ବପୂର୍ଣ ପଦକ୍ଷେପକୁ ଗ୍ରହଣ କରିଛନ୍ତି ସାଧାରଣ ଲୋକେ । ଏଥର ବାଲିଯାତ୍ରାରେ ଗାଡି ନ ଚଳାଇ ରିକ୍ସା କି ସାଇକେଲ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ଲୋକେ ।

ଜିଲ୍ଲା ପ୍ରଶାସନ ଓ ସାଧାରଣ ଲୋକଙ୍କ ଏହି ନିଷ୍ପତ୍ତି କେତେ ଦୂର ସଫଳ ହୋଇପାରୁଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Nov 3, 2019, 3:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.