ETV Bharat / state

ଛଅ’ ଦିନ ଧରି ନିଖୋଜ ଥିଲେ, ଅଖାରୁ ମିଳିଲା ମୃତଦେହ

Missing Man Body Found In Niali: ନିଖୋଜର ୬ ଦିନ ପରେ ଠାବ ହୋଇଛି ମୃତଦେହ । ବ୍ୟବସାୟକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 8, 2023, 5:23 PM IST

ଗଡିଆରୁ ମିଳିଳା ନିଖୋଜ ବ୍ୟକ୍ତିଙ୍କ ଗଳିତ ମୃତଦେହ , ହତ୍ୟା ସନ୍ଦେହ

ନିଆଳି: କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ପଞ୍ଚାୟତ ସ୍ଥିତ କବିଚନ୍ଦ୍ରପୁର ଗାଁରେ ବୀଭସ ହତ୍ୟାକାଣ୍ଡ । ଜଣେ ବ୍ୟକ୍ତିଙ୍କୁ ହତ୍ୟା ପରେ ଜରି ଅଖାରେ ଦଳ ଭର୍ତ୍ତି ପୋଖରିକୁ ମୃତଦେହକୁ ପିଙ୍ଗି ଦେଇଛନ୍ତି ହତ୍ୟାକାରୀ ।‌ ନିଖୋଜର ୬ ଦିନ ପରେ ଠାବ ହୋଇଛି ମୃତ୍ୟୁଦେହ । ଏନେଇ ମୃତକ ପରିବାରଲୋକେ ହତ୍ୟା ଅଭିଯୋଗ ଆଣିବା ସହିତ ଧାନ କଟା ମେସିନକୁ ନେଇ ଗାଁର କିଛି ଲୋକେ ଡାକି ନେଇ ହତ୍ୟା କରିଥିବା ନେଇ ମୃତକଙ୍କ ସ୍ତ୍ରୀ,ଝିଅ ଏବଂ ଭାଇ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ଥାନା କସର୍ଦ୍ଦା ପଞ୍ଚାୟତ ସ୍ଥିତ କବିଚନ୍ଦ୍ରପୁର ଗାଁର କପିଳ ସାହୁଙ୍କ ବଡ ପୁଅ ପ୍ରକାଶ ସାହୁ ବୟସ ୪୪ ବର୍ଷ । ମୃତକ ପରିବାରର ଅଭିଯୋଗ ମୁତାବକ, ଗତ କିଛି ଦିନ ତଳେ ଗାଁର ଜଣେ ବ୍ୟକ୍ତିଙ୍କ ସହିତ ପ୍ରକାଶ ସାହୁ ଧାନ କଟା ମେସିନ ଲିଜରେ ଆଣି ବ୍ୟବସାୟ କରୁଥିଲେ । ଗତ ରବିବାର ଠାରୁ ସେହି ବ୍ୟକ୍ତି ପ୍ରକାଶଙ୍କୁ ଘରୁ ଡାକି ନେଇଥିଲେ । ପ୍ରକାଶ ଘରକୁ ନ ଫେରିବାରୁ ଘରର ଲୋକଙ୍କ ସନ୍ଦେହ ବଢିଥିଲା ଏବଂ ଏନେଇ କସର୍ଦ୍ଦା ବିଟ ପୋଲିସ ଏବଂ ନିଆଳି ପୋଲିସର ଦ୍ୱାରସ୍ଥ ହୋଇଥିଲେ ।

ମାତ୍ର ଆଜି ମୃତଙ୍କ ଘର ନିକଟରେ ଥିବା ଗତେଶ୍ୱର ଦଳ ଗଡିଆରୁ ଏକ ଜରି ଅଖାରୁ ପ୍ରକାଶ ସାହୁଙ୍କ ମୃତଦେହ ଠାବ ହେବା ପରେ ଘଟଣା ସାମ୍ନାକୁ ଆସିଛି । ମାରିବା ପରେ ହାତ, ଗୋଡ ବାନ୍ଧି ଜରି ଅଖାରେ ପୁରାଇ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି । ଦୁର୍ଗନ୍ଧ ହେବା ପରେ ପରିବାର ଲୋକେ ଦେଖିବା ପରେ ମୃତଦେହ ପ୍ରକାଶଙ୍କ ବୋଲି ଘର ଲୋକେ ଚିହ୍ନଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ....ଫାଷ୍ଟଫୁଡ ମାଲିକଙ୍କୁ ହତ୍ୟା ଘଟଣା, ନାବାଳକ ଅଟକ

ଖବର ପାଇ କଟକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବବ୍ରତ ବରାଳ, ନିଆଳି ପୋଲିସ, ସଦର କଟକ ସିଡିପିଓ, ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ଥିଲେ । ପରିବାର ଲୋକେ ଗାଁର କିଛି ଲୋକଙ୍କୁ ସନ୍ଦେହ କରି ହତ୍ୟା ଅଭିଯୋଗ ନିଆଳି ଥାନାରେ । ପ୍ରକାଶଙ୍କ ସ୍ତ୍ରୀ ଏବଂ ତିନି ଝିଅ ଅଛନ୍ତି । ପ୍ରକାଶଙ୍କୁ କେଉଁ କାରଣରୁ କିଏ ଏବଂ କାହିଁକି ହତ୍ୟା କଲା ଏହା ସ୍ପଷ୍ଟ ହୋଇନଥିଲେ ବି ଜରି ଅଖାରେ ବୀଭତ୍ସ ଭାବରେ ହତ୍ୟା କରି ଦଳ ଗଡିଆରେ ଫିଙ୍ଗିବା ଘଟଣାରୁ ସ୍ପଷ୍ଟ ହେଉଛି । ଏହି ହତ୍ୟାକାଣ୍ଡରେ ଜଣେ ନୁହେଁ ବରଂ ଏକାଧିକ ବ୍ୟକ୍ତିଙ୍କ ହାତ ଥାଇ ପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ସେପଟେ ପ୍ରକାଶଙ୍କୁ ହରାଇ ବୃଦ୍ଧ ବାପା, ମାଆ, ସ୍ତ୍ରୀ ଓ ଝିଅ ଅସହାୟ ହୋଇପଡିଛନ୍ତି । ହତ୍ୟାକାରୀଙ୍କୁ ଦଣ୍ତ ଦେବା ପାଇଁ ପ୍ରକାଶଙ୍କ ପରିବାର ଲୋକେ ଦାବି କରିଛନ୍ତି । ଘଟଣାର ନିଆଳି ପୋଲିସ ସନ୍ଦେହରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇବା ସହିତ ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛି । ସେପଟେ ମୃତ୍ୟୁଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.