ETV Bharat / state

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘରକୁ ବୋମାମାଡ, ତଦନ୍ତ ଆରମ୍ଭ

author img

By

Published : Jul 8, 2023, 11:44 AM IST

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘର ଉପରକୁ ବୋମାମାଡ । ଘଟଣାର ତଦନ୍ତ କରୁଛି ଚାରିଛକ ଥାନା ପୋଲିସ । ଅଧିକ ପଢ଼ନ୍ତୁ

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଘର ଉପରକୁ ବୋମାମାଡ

ନିଆଳି: ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ କଳାପାଞ୍ଚଣ ପଞ୍ଚାୟତ ମାଧି ବ୍ରହ୍ମପୁର ବସ୍ତିରେ ବୋମାମାଡ ହୋଇଛି । ଗତକାଲି(ଗୁରୁବାର) ବିଳମ୍ବିତ ରାତି ପାଖାପାଖି ସାଢେ 2ଟା ସମୟରେ କେହି ଦୁର୍ବୃତ୍ତ ମାଧି ବ୍ରହ୍ମପୁର ବସ୍ତିରେ ରହୁଥିବା ଜଲାଲ ଖାନଙ୍କ ଘରକୁ ବୋମାମାଡ କରିଛି । ଏନେଇ ଚାରିଛକ ଥାନାରେ ଅଭିଯୋଗ ପରେ ଥାନା ଅଧିକାରୀ ମମତା ବିଶ୍ଵାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଏହି ଘଟଣାରେ ପୋଲିସ ସନ୍ଦେହରେ ଜଣଙ୍କୁ ଧରିବାକୁ ଯିବାବେଳେ ସେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଫେରାର ବ୍ୟକ୍ତିକୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।

ଜଲାଲ ଖାନ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ଗତକାଲି ରାତି ପ୍ରାୟ ସାଢେ 2ଟା ବେଳେ ସେ ନିଜ ପରିବାର ସହ ଘରେ ଶୋଇଥିଲେ । ଏହି ସମୟରେ କୌଣସି ଦୁର୍ବୃତ୍ତ ତାଙ୍କ ଘରକୁ 3ଟି ବୋମାମାଡ଼ କରିଥିଲା । ଏଥିରେ ଘରର କବାଟ, ଝରକା, ଫ୍ୟାନ ଓ ଅନ୍ୟାନ୍ୟ ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି । ତେବେ ଏହି ବୋମାମାଡରେ କେହି ମୃତାହତ ହୋଇନଥିବା ବେଳେ ତାଙ୍କର ପତ୍ନୀ ଓ ପୁଅ ଭୟରେ ଚେତାଶୂନ୍ୟ ହୋଇଯାଇଥିଲେ । ଦୁହିଁଙ୍କୁ ଚାରିଛକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଜଲାଲ୍ ଖାନ କହିଛନ୍ତି ।

ଅଭିଯୋଗକାରୀ କହିଛନ୍ତି, ''ବର୍ଷକ ତଳେ ତାଙ୍କ ଘରୁ ସୁନା ଅଳଙ୍କାର ଚୋରି ହୋଇଥିଲା । କିଛି ଦୁର୍ବୃତ୍ତ ତାଙ୍କ ସ୍କୁଟିରେ ନିଆଁ ଲଗାଇବା ସହିତ ସହିତ ୱାଶିଂମେସିନକୁ ମଧ୍ୟ ପୋଡ଼ି ଦେଇଥିଲେ । ଏ ସମ୍ପର୍କରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କେହି ଦୁର୍ବୃତ୍ତ ବାରମ୍ବାର ଏପରି କରୁଛି ।’’

କଳାପାଞ୍ଚଣ ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଭିମନ୍ୟୁ ପଣ୍ଡା ଓ ସମାଜସେବୀ ରାଜକିଶୋର ପାତ୍ରଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଆସି ପୀଡିତ ପରିବାରଙ୍କୁ ଶାନ୍ତ୍ବନା ଦେଇଛନ୍ତି । ଘଟଣାରେ ସମ୍ପୃକ୍ତ ଅପରାଧୀକୁ ଖୁବଶୀଘ୍ର ଧରାଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବାଶିଷ ମିଶ୍ର ଓ ଥାନା ଅଧିକାରୀ ମମତା ବିଶ୍ଵାଳ କହିଛନ୍ତି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.