ETV Bharat / state

ନିଜକୁ ପୋଲିସ କହି ପୂଜକଙ୍କୁ ମାରିଲେ ଚୂନ, ଲୁଟିନେଲେ ସୁନା ଅଳଙ୍କାର

author img

By

Published : Apr 11, 2023, 10:24 PM IST

କଟକରେ ପୋଲିସ ଆଇ କାର୍ଡ ଦେଖାଇ ପୂଜକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ର ସୁନା ଲୁଟିନେଲେ ଦୁର୍ବୁତ୍ତ । ଅଧିକ ପଢନ୍ତୁ

miscreants looted money
miscreants looted money
miscreants looted money

କଟକ: କଟକରୁ ଅଭିନବ ଉପାୟରେ ଲୁଟ। ପୋଲିସ ଆଇ କାର୍ଡ ଦେଖାଇ ପୂଜକଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ର ସୁନା ଲୁଟିନେଲେ ଦୁର୍ବୁତ୍ତ। ଗୋଟେ କଳା କଲର ମଟର ସାଇକେଲରେ 2 ଜଣ ଦୁର୍ବୁତ୍ତ ଆସି ଲୁଟି ନେଇ ଗଲେ । ତେବେ ପୂଜକ ନୀଳାମ୍ବର ମିଶ୍ର କଲେଜ ଛକ ରୁ ଯୋବ୍ରା ଯାଉଥିବା ବେଳେ ବମ୍ବେ ହୋଟେଲ ନିକଟରେ ପୂଜାକଙ୍କୁ ଅଟକାଇଥିଲେ। ଏଥିସହ ନିଜକୁ ପୋଲିସର ପରିଚୟ ଦେଖାଇବା ସହ ପିନ୍ଧିଥିବା ସୁନାକୁ ବ୍ୟାଗ ରେ ରଖିବାକୁ କହିଥିଲେ। ପୂଜକ ଜଣକ କଥା ମାନି ବ୍ୟାଗରେ ରଖି ଦେଇଥିଲେ।

ଏନେଇ କୌଶଳ କ୍ରମେ ବ୍ୟାଗ ରୁ ହାତ ପୁରାଇ ନେଇ ଗଲେ ଦୁର୍ବୁତ୍ତ। ତେବେ ଲୁଟର ଶିକାର ହେବା ଜାଣିବା ପରେ ମାଲଗୋଦାମ ଥାନାରେ ଏତଲା ଦେଇଥିଲେ ପୂଜକ। ଏତଲା ପରେ ପୋଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ଲୁଟେରା ମାନେ ହିନ୍ଦୀରେ କଥାବାର୍ତ୍ତା ହେଉଥିବା ବେଳେ ବାହାର ରାଜ୍ୟର ହୋଇଥିବା ପୋଲିସ ସନ୍ଦେହ କରୁଛି । ଏଭଳି ଲୁଟ କରୁଥିବା ଅଭିଯୁକ୍ତ ମାନେ ଘଟଣା ଘଟାଇବା ପରେ ସହର ଛାଡି ପଳାଇଥାନ୍ତି ବୋଲି କହିଛନ୍ତି ଜୋନ-1 ଏସିପି ।

ତେବେ ବିଗତ ଦିନ ମାନଙ୍କରେ କଟ ରେ ଏପରି ଘଟଣା ସାମ୍ନା କୁ ଆସିଛି। ଯେଉଁଠି ଅଭିଯୁକ୍ତ କୁ ଧରିବାରେ ସଫଳ ହୋଇଛି ପୋଲିସ। ତେବେ ଏହି ଘଟଣା ରେ ପୂଜକ ଜଣଙ୍କୁ ଯେଉଁ ଦୁର୍ବୁତ୍ତ ମାନେ ଅଟକାଇ ଥିଲେ ସେମାନେ ପୋଲିସ ଡ୍ରେସ ରେ ନ ଥିଲେ। କିନ୍ତୁ ପୋଲିସ ଆଇକାର୍ଡ଼ ଯୋଗୁଁ ପୂଜକ ତାଙ୍କୁ ବିଶ୍ୱାସ କରିଥିଲେ। ତେବେ ଏଥିରୁ ଜଣାପଡୁଛି ଯେ ଦୁର୍ବୁତ୍ତ ମାନେ ଅନ୍ୟ ରାଜ୍ୟର । କେବଳ ଲୁଟ ଉଦ୍ଦେଶ୍ୟରେ କଟକ ସମେତ ଅନ୍ୟ ସହରରେ ଚକର କାଟୁଛନ୍ତି। ତେବେ ଏହାକୁ ନଜରରେ ରଖି ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ଆଉ ଶୀଘ୍ର ସେହି ଗ୍ୟାଙ୍ଗକୁ ଧରିବାରେ ସଫଳ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ପୂଜକ ଭଳି ଅନ୍ୟ ଲୋକଙ୍କ ବ୍ୟାଗ କୁ ମଧ୍ୟ ଖୋଜାଖୋଜି କରୁଥିବା ନେଇ ପୂଜକ ପୋଲିସ ଆଗରେ କହିଛନ୍ତି। ତେବେ ବିଗତ କିଛି ଦିନ ମଧ୍ୟରେ କଟକ ରେ ଏଭଳି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସେ ବ୍ୟାଙ୍କ ରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କଥା ହେଉ କି ପୂଜକଙ୍କୁ ଦିନ ଦ୍ବିପ୍ରହରରେ ଚୁନ ମାରିବା କଥା । ତେଣୁ ପୋଲିସ ଏହି ଦିଗରେ ଅଧିକ ଧ୍ୟାନ ଦେବା ପାଇଁ କହିଛନ୍ତି ପୂଜକ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.