ETV Bharat / state

ମାତିଛନ୍ତି ନିଶା ସ୍ପ୍ରେ' ଲୁଟେରା, ଦିନ ଦ୍ୱିପ୍ରହରରେ ବ୍ୟବସାୟୀ ଦମ୍ପତିଙ୍କୁ ଟଙ୍କା ମୋବାଇଲ ଲୁଟ୍‌

author img

By

Published : Aug 6, 2023, 9:19 PM IST

କଟକରେ ମାଛ ବ୍ୟବସାୟୀଙ୍କୁ ନିଶା ସ୍ପ୍ରେ' କରି ଲୁଟ୍‌ ଉଦ୍ୟମ ହୋଇଥିବା ଅଭିଯୋଗ । ତଦନ୍ତ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ

କଟକରେ ମାଛ ବ୍ୟବସାୟୀଙ୍କୁ ନିଶାସ୍ପ୍ରେ କରି ଲୁଟ

କଟକ: କଟକରେ ମାତିଲେ ଲୁଟେରା । ଦିନ ଦ୍ବିପହରେ ଲୁଟ୍‌ । କଟକରେ ମାଛ ବ୍ୟବସାୟୀଙ୍କୁ ନିଶା ସ୍ପ୍ରେ' କରି ଟଙ୍କା ଲୁଟ୍‌ ନେଇଥିବା ଅଭିଯୋଗ ହୋଇଛି । କଟକ ତ୍ରିଶୂଳିଆ ଗେଟ ନିକଟରେ ଘଟଣାଟି ଘଟିଛି । ସେଠାରେ ମାଛ ବ୍ୟବସାୟ କରୁଥିବା ଦମ୍ପତି ପବିତ୍ର ବେହେରା ଓ ପତ୍ନୀ ସୁଷମା ବେହେରାଙ୍କୁ ଦୁଇ ଜଣ ବାଇକ ଆରୋହୀ ଲୁଟି ନେଇଥିବା ଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ । ସ୍ଥାନୀୟ ଲୋକେ ବାରଙ୍ଗ ପୋଲିସକୁ ସୂଚନା ଦେବା ପରେ ପୋଲିସ ଉଭୟଙ୍କୁ ଉଦ୍ଧାର କରି SCBରେ ଭର୍ତ୍ତି କରାଇଛି । ତେବେ ଉଭୟ ଚେତାଶୂନ୍ୟ ଅବସ୍ଥାରେ ଥିବା ବେଳେ ଚେତା ଫେରିଲେ ସବିଶେଷ ତଥ୍ୟ ଜଣା ପଡିବ ବୋଲି ପୋଲିସ ସୂଚନା ଦେଇଛି ।

ସୂଚନା ଅନୁଯାୟୀ, ପ୍ରତିଦିନ ପରି ଉଭୟ ସ୍ୱାମୀ ଓ ସ୍ତ୍ରୀ ମାଛ ବ୍ୟବସାୟୀ ପାଇଁ ତ୍ରିଶୂଳିଆ ଛକ ନିକଟକୁ ଯାଇଥିଲେ । ସାଥିରେ ଥିଲା 50 କେଜି ଚିଙ୍ଗୁଡ଼ି । ତେବେ ବ୍ୟାପାର କିଛି ଆରମ୍ଭ ହେବା ପରେ ଏକ ଗାଡ଼ିରେ ଦୁଇ ଜଣ ଆସି ହଠାତ୍ ବ୍ୟବସାୟ ସ୍ଥଳରେ ପହଞ୍ଚି ଯାଇଥିଲେ । ଆଉ ଏହାପରେ ତାଙ୍କ ଉପରକୁ କିଛି ସ୍ପ୍ରେ' କରିଥିଲେ । ଯାହାଫଳରେ ଉଭୟ ସ୍ୱାମୀ ସ୍ତ୍ରୀ ଅଚେତ ହୋଇଯାଇଥିଲେ । ତେବେ ଏନେଇ ସ୍ତାନୀୟ ଲୋକ ପୋଲିସକୁ ଜଣାଇବାରୁ ପୋଲିସ ଉଭୟଙ୍କୁ ଏସ୍‌ସିବିରେ ଭର୍ତ୍ତି କରିଛି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଉଭୟ ଚେତାଶୂନ୍ୟ ରହିଥିବାରୁ କୌଣସି ବାସ୍ତବିକ କଥା ସମ୍ନାକୁ ଆସି ପାରିନାହିଁ । ତେବେ ଉଭୟ ବିଡାନସି ଅଞ୍ଚଳରେ ରହୁଥିବା ନେଇ ଜଣାପଡିଛି । ବେଧଡ଼କ ଦିନ ଦ୍ୱିପ୍ରହରରେ ଏଭଳି ଲୁଟ୍‌ ନେଇ ନେଇ ପୋଲିସ ଖୋଳତାଡ଼ ଜାରି ରଖିଛି । ଅନ୍ୟପଟେ ଘଟଣାସ୍ଥଳରୁ କିଛି ଟଙ୍କା, ମୋବାଇଲ ଏବଂ ଚିଙ୍ଗୁଡି ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।
ଏହି ବି ପଢନ୍ତୁ.. ସୁନ୍ଦରଗଡ଼ରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ, ଦୁଇଟି ସ୍ଥାନରେ ସିରିଜ ଲୁଟ୍

ସେପଟେ ଗତକାଲି(ଶନିବାର) ସୁନ୍ଦରଗଡ଼ର ଦୁଇଟି ସ୍ଥାନରେ ପୃଥକ ପୃଥକ ଚୋରି ମାମଲା ସମ୍ନାକୁ ଅସିଥିଲା । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଅଞ୍ଚଳରେ ଘରେ ପଶି ସଶସ୍ତ୍ର ଲୁଟ ସହ ରାଉରକେଲାରେ ଉଦିତନଗଠାରେ ତାଲା ଝୁଲୁଥିବା ଘରୁ ବିପୁଳ ପରିମାଣର ଟଙ୍କା ଓ ସୁନା ଗହଣା ଲୁଟ ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.