ETV Bharat / state

ବିଜୁ ସେତୁ ଓ ପ୍ରଧାନମନ୍ତ୍ରୀ ସଡ଼କର ଶିଳାନ୍ୟାସ କଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

author img

By

Published : Dec 25, 2022, 12:01 PM IST

୪୨ ମୌଜା ଅନ୍ତର୍ଗତ ବେଣ୍ଟକାରସ୍ଥିତ କନକ ଦୁର୍ଗା ମନ୍ଦିର ନିକଟରେ 23 କୋଟି ଟଙ୍କା ବ୍ୟୟ ଅଟକଳରେ କଟକ ସଦର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡ଼କ ଓ ବିଜୁ ସେତୁର ଶିଳାନ୍ୟାସ କରିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ସଡ଼କର ଶିଳାନ୍ୟାସ
ପ୍ରଧାନମନ୍ତ୍ରୀ ସଡ଼କର ଶିଳାନ୍ୟାସ
ପ୍ରଧାନମନ୍ତ୍ରୀ ସଡ଼କର ଶିଳାନ୍ୟାସ

କଟକ: ସଡ଼କ ଓ ବିଜୁ ସେତୁର ଶିଳାନ୍ୟାସ ସମାରୋହରେ ଯୋଗ ଦେଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଶୋକ କୁମାର ସାହୁ ମଧ୍ୟ ଉପସ୍ଥିତ ରହିଥିଲେ ।

୪୨ ମୌଜା ଅନ୍ତର୍ଗତ ବେଣ୍ଟକାରସ୍ଥିତ କନକ ଦୁର୍ଗା ମନ୍ଦିର ନିକଟରେ 23 କୋଟି ଟଙ୍କା ବ୍ୟୟ ଅଟକଳରେ କଟକ ସଦର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ସଡ଼କ ଓ ବିଜୁ ସେତୁର ଶିଳାନ୍ୟାସ ହୋଇଯାଇଛି। କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେ଼ଇ ମୁଖ୍ୟ ଅତିଥି, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ପ୍ରମୁଖ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇଥିଲେ । ଗ୍ରାମାଞ୍ଚଳରେ ଗମନାଗମନର ଉନ୍ନତି ହେଲେ ବିକାଶ ନିଶ୍ଚିତ ବୋଲି ମନ୍ତ୍ରୀ କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ଚର୍ଚ୍ଚାରେ ଅର୍ଚ୍ଚନାଙ୍କ ଡାଏରୀ, ୯ ବର୍ଷ ତଳେ ହଇଚଇ ସୃଷ୍ଟି କରିଥିଲା ଶୁଭଙ୍କରଙ୍କ ଡାଏରୀ

ଏଥିପାଇଁ ବିଭାଗ ଦ୍ଵାରା ଓଡ଼ିଶାର ପ୍ରତ୍ୟେକଟି ଗ୍ରାମକୁ ସବୁଦିନିଆ ରାସ୍ତା ନିର୍ମାଣ ଦିଗରେ ପ୍ରାଧାନ୍ୟତା ଦିଆଯାଉଛି । ପ୍ରାରମ୍ଭରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଶୋକ କୁମାର ସାହୁ ସୂଚନା ଦେଇ ପ୍ରାୟ ୨୩ କୋଟି ଟଙ୍କା ବ୍ୟୟ ଅଟକଳରେ ୩ଟି ରାସ୍ତା ଓ ୨ ଟି ସେତୁ ତାଳଦଣ୍ଡା କେନାଲ ଉପରେ ନିର୍ମାଣ କରାଯିବ ବୋଲି କହିଥିଲେ ।

"ପ୍ରାୟ ୨୩ କୋଟି ଟଙ୍କାର ପ୍ରକଳ୍ପର ଆଜି ଶୁଭ ଦିଆଯାଇଛି । ସେଥିରେ ୩୫ କିଲୋମିଟରର ରୋଡ ଏବଂ ୨ଟି ସେତୁ ରହିଛି । ୧୨ ମାସ ଭିତରେ କାମ ଶେଷ କରିବା ପାଇଁ ଆଶା ରଖିଛୁ । ଗମନାଗମନାର ଯେତିକି ସୁବିଧା ହେବ ଏଅଞ୍ଚଳ ସେତିକି ଉନ୍ନତି କରିବ । ଆବଶ୍ୟକ ଅନୁସାରେ ପଦକ୍ଷେପ ନିଆଯିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.