ETV Bharat / state

ନିର୍ବାଚନ ରଣାଙ୍ଗନରେ ପ୍ରବାସୀ ଓଡିଆ, ନାମାଙ୍କନ ପରେ ଅସହାୟ ପରିବାରକୁ ବଢାଇଲେ ସହାୟତାର ହାତ - ପଞ୍ଚାୟତ ନିର୍ବାଚନ ନାମାଙ୍କନ ଖବର

କଣ୍ଟାପଡ଼ା ବ୍ଲକ୍ ବ୍ରାହ୍ମଣବାଟି ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ନାମାଙ୍କନ ଭରିଲେ ର୍ଜମାନୀରେ ପ୍ରତିଷ୍ଠିତ ବ୍ଯବସାୟୀ ଭାବେ ପରିଚିତ ମଧୁସୂଦନ ପାତ୍ର । ଅଧିକ ପଢନ୍ତୁ

Panchayat Election Nomination: ଜର୍ମାନିରେ ପ୍ରତିଷ୍ଠିତ ବ୍ୟବସାୟୀ ଲଢିବେ ନିର୍ବାଚନ

author img

By

Published : Jan 21, 2022, 5:23 PM IST

Updated : Jan 21, 2022, 5:31 PM IST

ନିଆଳି: ପଞ୍ଚାୟତ ନିର୍ବାଚନ ପାଇଁ ପୁର-ପଲ୍ଲୀ ସରଗରମ ରାଜନୀତି । ଚଳିତ ନିର୍ବାଚନ ରଣାଙ୍ଗନରେ ବହୁ ଶିକ୍ଷିତ ଯୁବକ ଓ ମହିଳା ପ୍ରାର୍ଥୀପତ୍ର ଦାଖଲ କରୁଥିବା ନଜରକୁ ଆସିଛି । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ୍ ବ୍ରାହ୍ମଣବାଟି ଗ୍ରାମପଞ୍ଚାୟତରେ ଜଣେ ପ୍ରବାସୀ ଓଡିଆ ମଧୁସୂଦନ ପାତ୍ର ବର୍ଷକୁ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ସୁଦ୍ଧା ଚଳିତ ନିର୍ବାଚନ ରଣାଙ୍ଗନରେ ସରପଞ୍ଚ ପ୍ରାର୍ଥୀ ଭାବରେ ଶେଷ ଦିନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Panchayat Election Nomination: ଜର୍ମାନିରେ ପ୍ରତିଷ୍ଠିତ ବ୍ୟବସାୟୀ ଲଢିବେ ନିର୍ବାଚନ

ମଧୁସୂଦନ ପାତ୍ର ୨୦ ବର୍ଷ ହେବ ର୍ଜମାନୀରେ ପ୍ରତିଷ୍ଠିତ ବ୍ଯବସାୟୀ ଭାବରେ ପରିଚିତ । ମଧୁସୂଦନ ପାତ୍ରଙ୍କ ପତ୍ନୀ ଦିପ୍ତୀମୟୀ ପାତ୍ର ବର୍ତ୍ତମାନ ବ୍ରାହ୍ମଣବାଟି ପଞ୍ଚାୟତ ସମିତି ସଭ୍ୟ ଅଛନ୍ତି । ସେହିପରି ତାଙ୍କ ବାପା ବଳରାମ ପାତ୍ର କଟକ ଜିଲ୍ଲା ବିଜୁ ଜନତା ଦଳର ଉପସଭାପତି । ସେ ମଧ୍ୟ ପୂର୍ବରୁ ସରପଞ୍ଚ ଭାବରେ କାର୍ଯ୍ୟ ତୁଲାଇଥିଲେ । ନାମାଙ୍କନ ଭରିବା ପରେ ମଧୁସୂଦନ କହିଛନ୍ତି ଯେ, ପଞ୍ଚାୟତବାସୀଙ୍କ ସେବା କରିବା ଲକ୍ଷ୍ୟ ନେଇ ରାଜନୀତିକୁ ଓହ୍ଲାଇଛି ।

ସେପଟେ ନାମାଙ୍କନ ପତ୍ର ଭରିବା ପରେ ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇଛନ୍ତି ମଧୁସୂଦନ । ବ୍ରାହ୍ମଣବାଟି ପଞ୍ଚାୟତ ବଡବିଲ ଗାଁର ଗଜେନ୍ଦ୍ର ବେହେରାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ନଗଦ ୨୦ ହଜାର ଟଙ୍କା ପ୍ରଦାନ ସାଙ୍ଗକୁ ଆଗକୁ ସହାୟତା ଯୋଗାଇବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ସୂଚନା ଅନୁଯାୟୀ, କ୍ୟାନ୍ସରରେ ପୀଡିତ ହୋଇ ଗଜେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ଦେହାନ୍ତ ପରେ ୨ ଝିଅ ଓ ପତ୍ନୀଙ୍କ ଚଳିବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏନେଇ ଖବର ପାଇ ଆଜି(ଶୁକ୍ରବାର) ମଧୁସୂଦନ ଗଜେନ୍ଦ୍ରଙ୍କ ଘରେ ପହଞ୍ଚି ସହାୟତାର ହାତ ବଢାଇଛନ୍ତି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Jan 21, 2022, 5:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.