ETV Bharat / state

ମଧ୍ୟାହ୍ନ ଭୋଜନ ଖାଇ 33 ଛାତ୍ରଛାତ୍ରୀ ଅସୁସ୍ଥ - ପ୍ରାଥମିକ ବିଦ୍ୟାଳୟ

ମଧ୍ୟାହ୍ନ ଭୋଜନରେ ପୁଣି ଅଘଟଣ । ମଧ୍ୟାହ୍ନ ଭୋଜନ ଖାଇ ଗୋଟିଏ ସ୍କୁଲରୁ ଏକାଥରେ 33 ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ଘଟଣାକୁ ନେଇ ଅଭିବାବକ ମହଲରେ ଅସନ୍ତୋଷ ।

PHOTO
PHOTO
author img

By

Published : Jan 9, 2020, 7:48 PM IST

Updated : Jan 9, 2020, 8:55 PM IST

କଟକ: କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ଷଣ୍ଢପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ଗୁରୁବାର ମଧ୍ୟାହ୍ନଭୋଜନ ଖାଇ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଥିବା ୩୨ ଜଣ ପିଲାଙ୍କୁ କଟକ ଶିଶୁଭବନକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି ।

ମଧ୍ୟାହ୍ନ ଭୋଜନ ଖାଇ 33 ଛାତ୍ରଛାତ୍ରୀ ଅସୁସ୍ଥ

ସୂଚନାନୁଯାୟୀ, ଗୁରୁବାର ସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ସମୟରେ ପିଲାମାନଙ୍କ ପାଇଁ ଆସିଥିବା ଅକ୍ଷୟପାତ୍ର ଫାଉଣ୍ଡେଶନରୁ ମଧ୍ୟାହ୍ନ ଭୋଜନ କିଛି ପିଲା ଖାଇଥିଲେ। ୨ୟ ଶ୍ରେଣୀର ଜଣେ ଛାତ୍ରୀଙ୍କ ଖାଦ୍ୟରୁ ଏକ ବୁଢୀଆଣି ବାହାରିବାରୁ ଖାଦ୍ୟକୁ ଫୋପାଡି ଦେବା ସହିତ ଅନ୍ୟ ପିଲାଙ୍କୁ ଖାଦ୍ୟ ନ ଖାଇବାକୁ କହିଥିଲେ। ଏହାପରେ ଖାଦ୍ୟ ଖାଇଥିବା ପିଲାମାନେ ବାନ୍ତି କରିବାକୁ ଲାଗିଥିଲେ। ପରେ ସ୍କୁଲର ପ୍ରଧାନ ଶିକ୍ଷକ ଆମ୍ବୁଲାନ୍ସ ଡକାଇ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ। ତେବେ କେଉଁ କାରଣ ପାଇଁ ଅଘଟଣ ଘଟିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡିନାହିଁ।

ତେବେ କର୍ତ୍ତୃପକ୍ଷ ବୁଢୀଆଣୀ ବାହାରିବା ଘଟଣାକୁ ଲୁଚାଉଥିଲେ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିବା ପିଲା ବାନ୍ତି କରିବାରୁ ଏବଂ ପ୍ରଧାନ ଶିକ୍ଷକ ନିଜେ ବୁଢୀଆଣୀ ବାହାରିଥିବା ସ୍ବୀକାର କରିବା ପରେ ଘଟଣା ଜଣାପଡିଥିଲା । ସମସ୍ତ ୩୩ ଜଣ ଛାତ୍ରଛାତ୍ରୀଙ୍କୁ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଛି। ଏବେ ସମସ୍ତ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରହିଛି। ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଜିଲ୍ଲା ବାରଙ୍ଗ ବ୍ଲକ ଅନ୍ତର୍ଗତ ଷଣ୍ଢପୁର ଉପ୍ରା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଆଜି ମଧ୍ୟାହ୍ନଭୋଜନ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଅନୁଭବ କରୁଥିବା ୩୨ ଜଣ ପିଲାଙ୍କୁ କଟକ ଶିଶୁଭବନକୁ ପଠାଯାଇଛି।ସୂଚନାନୁଯାୟୀ,ଆଜି ସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ସମୟରେ ପିଲାମାନଙ୍କ ପାଇଁ ଆସିଥିବା ଅକ୍ଷୟପାତ୍ର ଫାଉଣ୍ଡେଶନରୁ ଆସିଥିବା ମଧ୍ୟାହ୍ନ ଭୋଜନ ଖାଦ୍ୟ କିଛି ପିଲା ଖାଇଥିଲେ। ୨ୟ ଶ୍ରେଣୀର ଶ୍ରଦ୍ଧାଞ୍ଜଳି ପଣ୍ଡା ନାମ୍ନୀ ଏକ ଝିଅ ଖାଦ୍ୟରୁ ଏକ ବୁଢ଼ୀଆଣି ବାହାରିବାରୁ ଖାଦ୍ୟକୁ ଫୋପାଡ଼ି ଦେବା ସହିତ ଅନ୍ୟ ପିଲାଙ୍କୁ ଖାଦ୍ୟ ନ ଖାଇବାକୁ କହିଥିଲେ। ଏହାପରେ ଖାଦ୍ୟ ଖାଇଥିବା ପିଲାମାନେ ବାନ୍ତି କରିବାକୁ ଲାଗିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଆମ୍ବୁଲାନ୍ସକୁ ଖବର ଦେବା ସହ ଅସୁସ୍ଥ ଛାତ୍ରୀଛାତ୍ରଙ୍କୁ ଚିକିତ୍ସା ପାଇଁ ପଠାଇଥିଲେ। ତେବେ କେଉଁ କାରଣ ପାଇଁ ଅଘଟଣ ଘଟିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ।ତେବେ କର୍ତ୍ତୃପକ୍ଷ ବୁଢୀଆଣୀ ବାହାରିବା ଘଟଣାକୁ ଲୁଚାଉଥିଲେ ହେଲେ ଘଟଣା ଲୁଚିବା ପୂର୍ବରୁ ମଧ୍ୟାହ୍ନ ଭୋଜନ ଖାଇଥିବା ପିଲା ବାନ୍ତି କରିବାରୁ ଏବଂ ପ୍ରଧାନଶିକ୍ଷକ ନିଜେ ସେ ବୁଢୀଆଣୀ ବାହାରିଥିବା ସ୍ବୀକାର କରିବା ପରେ ଘଟଣା ପଦାକୁ ଆସିଥିଲା।ଏବଂ ସମସ୍ତ ୩୩ ଜଣ ଛାତ୍ରଛାତ୍ରୀ ଙ୍କୁ କଟକ ଶିଶୁଭବନରେ ଭର୍ତ୍ତି କରାଯାଇଛି।ଏବେ ସମସ୍ତ ଛାତ୍ରଛାତ୍ରୀ ଙ୍କ ଚିକିତ୍ସା ଜାରି ରହିଛି।ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି।
Body:No needConclusion:No need
Last Updated : Jan 9, 2020, 8:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.