ETV Bharat / state

ରାଷ୍ଟ୍ରପତିଙ୍କ ପ୍ରସାରଣ ଉପରେ ରୋକ୍ ଲଗାଇଲେ ସରକାର, ଅଶୋଭନୀୟ ବୋଲି ମନ୍ତବ୍ୟ ଦେଲେ ବରିଷ୍ଠ ସାମ୍ବାଦିକ - ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ

ରାଷ୍ଟ୍ରପତିଙ୍କ ପ୍ରସାରଣ ଉପରେ ରୋକ୍ ଲଗାଇଲେ ସରକାର । ଗଣମାଧ୍ୟମ ଉପରେ ରୋକ ଲଗାଇବା ଏହା ଏକ ଅଶୋଭନୀୟ ପ୍ରସଙ୍ଗ ବୋଲି କହିଲେ ବରିଷ୍ଠ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା । ଅଧିକ ପଢ଼ନ୍ତୁ

ସ୍ବର ହରାଇଛି ରାଜ୍ୟ ଗଣମାଧ୍ୟମ: ବରିଷ୍ଠ ସାମ୍ବାଦିକ

author img

By

Published : Feb 10, 2023, 4:36 PM IST

ସ୍ବର ହରାଇଛି ରାଜ୍ୟ ଗଣମାଧ୍ୟମ: ବରିଷ୍ଠ ସାମ୍ବାଦିକ

କଟକ: ସ୍ବର ହରାଇଛି ରାଜ୍ୟର ଗଣମାଧ୍ୟମ । ରାଜ୍ୟ ସରକାରଙ୍କ ଅଜବ ନୀତିକୁ ନେଇ ଗଣମାଧ୍ୟମରେ ଆଲୋଡନ ସୃଷ୍ଟି ହୋଉଛି । ସରକାରଙ୍କ ଏପରି କାର୍ଯ୍ୟ ସରକାରଙ୍କର ଭୟ ନାଁ ଅଣଦେଖା । ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଭୋଜନ ପରେ ଅପରାହ୍ନ ୪ଟା ୧୫ରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦ୍ବିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି । ତେବେ ଆସନ୍ତାକାଲି ସକାଳେ ରାଷ୍ଟ୍ରପତି ମୁର୍ମୁ ଶ୍ରୀଲିଙ୍ଗରାଜ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହାପରେ ସେ କଟକରେ ଥିବା ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଭାରତୀୟ ଧାନ କଂଗ୍ରେସ ସମ୍ମିଳନୀକୁ ଉଦଘାଟନ କରିବେ । ସେଠାରୁ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ପୁଣି ଦିଲ୍ଲୀ ଫେରିଯିବେ । ରାଷ୍ଟ୍ରପତିଙ୍କ ପ୍ରସାରଣ ଉପରେ ରୋକ୍ ଲଗାଇଲେ ସରକାର। ତେବେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଗଣମାଧ୍ୟମର ପ୍ରସାରଣ ଉପରେ ରୋକ ଲଗାଇବା ସମସ୍ତଙ୍କ ପାଇଁ ଏକ ବଡ଼ ପ୍ରଶ୍ନ ଛିଡା କରିଛି।

ସରକାରଙ୍କ ଏପରି କାର୍ଯ୍ୟକୁ ନେଇ ସିଧାସଳଖ ଅଭିଯୋଗ କରିଛନ୍ତି ରାଜ୍ୟର ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା। ଅରୁଣ ପଣ୍ଡା କହିଛନ୍ତି, ‘‘ରାଷ୍ଟ୍ରପତି ହେଉଛନ୍ତି ଜଣେ ଓଡ଼ିଆ। ସେ କୌଣସି ଦଳ ର ଅଂଶ ବିଶେଷ ନୁହଁନ୍ତି। ତେବେ ଆଜି ଓ ଆସନ୍ତାକାଲି(ଶନିବାର) ରାଷ୍ଟ୍ରପତିଙ୍କ ପ୍ରସାରଣ ଉପରେ ରାଜ୍ୟର ଗଣମାଧ୍ୟମ ଉପରେ ରୋକ ଲଗାଇବା ଏହା ଏକ ଅଶୋଭନୀୟ ପ୍ରସଙ୍ଗ। ଯାହାକୁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି।’’ ବର୍ତ୍ତମାନ ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ କୁ ଗଣମାଧ୍ୟମରେ ପ୍ରସାରଣ କରି ପ୍ରଚାର ପ୍ରସାର କରିବା ଉଚିତ ବୋଲି କହିଛନ୍ତି ସେ । ଏହାସହ ସୁରକ୍ଷା ବଳୟ ମଧ୍ୟରେ ସାମ୍ବାଦିକମାନେ ରାଷ୍ଟ୍ରପତିଙ୍କୁ ଭେଟି ବିଭିନ୍ନ ଦିଗ ଉପରେ ଆଲୋଚନା ମଧ୍ୟ କରିବା ଆବଶ୍ୟକ ରହିଛି । କାରଣ ସେ ହେଉଛନ୍ତି ସମ୍ବିଧାନିକ ମୁଖ୍ୟ। ଦେଶର ପ୍ରଥମ ନାଗରିକ ।

ଏପରି ସ୍ଥଳେ ସାମ୍ବାଦିକମାନେ ଏକଜୁଟ ହେବା ସହ ଏହି କଠୋର ନୀତି କୁ ବିରୋଧ କରିବା ଉଚିତ ବୋଲି କହିଛନ୍ତି ଅରୁଣ ପଣ୍ଡା । ବର୍ତ୍ତମାନ ସରକାରଙ୍କ ଅନେକ ପ୍ରମୁଖ କାର୍ଯ୍ୟଳୟକୁ ଗଣମାଧ୍ୟମକୁ ନୋ ଏଣ୍ଟ୍ରି ନିୟମ ଲାଗୁ କରାଯାଉଛି । ଯାହା ଗଣତନ୍ତ୍ର ଓ ସମ୍ବିଧନ ପାଇଁ ଏହା ଶୋଭନିୟ ନୁହେଁ। ଦେଶବାସୀଙ୍କୁ ସରକାରଙ୍କ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଅବଗତ ରହିବା ଜରୁରୀ। ଆଗମୀ ଦିନରେ ଏହି ଦିଗରେ ରାଜ୍ୟ ସରକାର ଏକ ଦୃଷ୍ଟାନ୍ତମୂଳକ ନିୟମ ଲାଗୁ କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.