ETV Bharat / state

କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ମାମଲା, ୨ଦିନରେ ହେବ ଆପୋଷ ସମାଧାନ !

author img

By

Published : Jan 19, 2023, 10:33 PM IST

ଲୋକପ୍ରିୟ ଓଡ଼ିଶା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ମାମଲା । ୨ଦିନ ମଧ୍ୟରେ ଆପୋଷ ସମାଧାନ ହୋଇଯିବ ବୋଲି କହିଛନ୍ତି ହ୍ୟୁମାନ । ଅଧିକ ପଢନ୍ତୁ

Human sagar marital discord
Human sagar marital discord
କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ

କଟକ: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ମାମଲାରେ ଆଜି କଟକ ମହିଳା ଥାନାରେ ହାଜର ହୋଇଥିଲେ ଉଭୟ । ପ୍ରଥମେ ହ୍ୟୁମାନ ସାଗର ନିଜର ଓକିଲଙ୍କ ସହ ଥାନାରେ ହାଜର ହୋଇଥିଲେ । ପରେ ପତ୍ନୀ ଶ୍ରୀୟା ମିଶ୍ର ବି ତାଙ୍କର ଓକିଲଙ୍କ ସହ ଥାନାରେ ହାଜର ହୋଇଥିଲେ । ପୋଲିସ ଉପସ୍ଥିତିରେ ଉଭୟ ଓ ଉଭୟଙ୍କ ପରିବାର ଲୋକଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ତେବେ ଏହି ଆଲୋଚନା ସକାରାତ୍ମକ ହୋଇଥିବା ଜଣାପଡିଛି ।

ଥାନାରୁ ବାହାରିବା ପରେ ପ୍ରତିକ୍ରିୟା ରଖିଛନ୍ତି କଣ୍ଠଶିଳ୍ପୀ ହ୍ୟୁମାନ । ତାଙ୍କ ଉପରେ ପତ୍ନୀଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ହ୍ୟୁମାନ ସଫେଇ ଦେଇଛନ୍ତି । ପତ୍ନୀ ରାଗିକି ଏଭଳି କହିଛନ୍ତି ବୋଲି କହିଛନ୍ତି । ତେବେ ୨ ଦିନ ଭିତରେ ସମାଧାନ ହୋଇଯିବ ବୋଲି ସେ ଆଶାବାଦୀ ଅଛନ୍ତି । ହ୍ୟୁମାନ କହିଛନ୍ତି, ''ମୁଁ କୌଣସି ଅଭିଯୋଗ କରିନାହିଁ । ମୁଁ କୌଣସି ଧର୍ମ ପରିବର୍ତ୍ତନ କଥା କହିନାହିଁ । ସବୁ ଧର୍ମକୁ ମୁଁ ସମ୍ମାନ ଦିଏ ଆଉ ଭଲପାଏ । ମୋର ଭଜନ ବି ଆପଣ ଶୁଣିଛନ୍ତି । ଯୌତୁକ ପାଇଁ ୧୫ ଲକ୍ଷ ଟଙ୍କା ଦାବି କରିବା କଥା ମିଛ । ହତ୍ୟା କରିବା ଅଭିଯୋଗର କୌଣସି ସତ୍ୟତା ନାହିଁ । ମୁଁ ହତ୍ୟାକାରୀ ନୁହେଁ ।''

ସେପଟେ ଏନେଇ ଶ୍ରୀୟା ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ବରଂ ଶ୍ରୀୟାଙ୍କ ବାପା ଏବଂ ଓକିଲ ପ୍ରତିକ୍ରିୟା ଦେଇଛନ୍ତି । ଶ୍ରୀୟାଙ୍କ ବାପା ଏବଂ ଓକିଲ ହ୍ୟୁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ହ୍ୟୁମାନ ସବୁବେଳେ ମଦ୍ୟପାନ କରନ୍ତି । ସେ ଅନେକ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିଛନ୍ତି । ପତ୍ନୀଙ୍କୁ ଅନେକ ସମୟରେ ମାନସିକ ନିର୍ଯାତନା ଦେଇଥାନ୍ତି । ଏପରିକି ବହୁବାର ପତ୍ନୀଙ୍କୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ ମଧ୍ୟ କରିଛନ୍ତି ହ୍ୟୁମାନ । କେବଳ ସେତିକି ନୁହେଁ ଧର୍ମ ପରିବର୍ତ୍ତନ କରିବାକୁ ପତ୍ନୀ ଶ୍ରେୟା ମିଶ୍ରଙ୍କୁ ବାରମ୍ବାର ଚାପ ପକାଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏହା ବି ପଢନ୍ତୁ- Humane Sagar Lands In Controversy: ପତ୍ନୀ ଆଣିଲେ ନିର୍ଯାତନା ଅଭିଯୋଗ, ହ୍ୟୁମାନ କହିଲେ ଜାଣିନି

ସେହିପରି ଅନେକ ଥର ଯୌତୁକ ଦାବି କରିଛନ୍ତି । ଯୌତୁକ ବାବଦକୁ ଶ୍ରେୟାଙ୍କ ପରିବାର ହ୍ୟୁମାନଙ୍କୁ ପ୍ରାୟ ୧୫ ଲକ୍ଷ ଟଙ୍କା ଦେଇଛନ୍ତି । ଗାଡି ମଧ୍ୟ ଦେଇଛନ୍ତି ।ତେବେ ଦୀର୍ଘ ୪ ମାସ ହେବ ଉଭୟ ପରସ୍ପରଠାରୁ ଅଲଗା ହୋଇ ରହୁଥିବା ନେଇ ଶ୍ରେୟାଙ୍କ ବାପା ଏବଂ ତାଙ୍କର ଓକିଲ ଅଭିଯୋଗ କରିଛନ୍ତି । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ମାମଲାର ସମାଧାନ ପାଇଁ ଉଭୟ ସମୟ ନେଇଛନ୍ତି । ଦୁଇ ଦିନ ପରେ ସବୁ ସ୍ପଷ୍ଟ ହେବ । ଥାନାରେ ଯେଉଁ ଆଲୋଚନା ତାହା ଗୋଟିଏ ପ୍ରକାର ସକାରାତ୍ମକ ଦିଗକୁ ଯାଇଥିବା ଆଲୋଚନା ପରେ ଶ୍ରୀୟାଙ୍କ ଓକିଲ କହିଛନ୍ତି ।

ଏନେଇ ସ୍ଥାନୀୟ ଏସିପି ପ୍ରତିକ୍ରିୟା ରଖିଛନ୍ତି । ସ୍ଥାନୀୟ ଏସିପି ଅମିତାଭ ମହାପାତ୍ରଙ୍କ କହିବା ଅନୁଯାୟୀ, "ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଉଭୟ ପରିବାର ସୌହାର୍ଦ୍ଦ୍ୟପୂର୍ଣ୍ଣ କଥାବାର୍ତ୍ତା ପାଇଁ ଦୁଇଦିନ ସମୟ ନେଇଛନ୍ତି । ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଓ ହ୍ୟୁମାନ ବି ରାଜି ହୋଇଛନ୍ତି ସମାଧାନ ପାଇଁ । ଉଭୟ ପରିବାରର ମୁରବି ବି ରାଜି ହୋଇଛନ୍ତି । ଏହି ସକରାତ୍ମକ ଆଲୋଚନା ପାଇଁ ଉଭୟ ଏବଂ ଉଭୟଙ୍କ ପରିବାର ରାଜି ହୋଇଥିବାରୁ ଏହି ମାମଲାର ଆପୋଷ ସମାଧାନ ହେବ ବୋଲି ଆଶା କରାଯାଉଛି । ତେବେ ଆସନ୍ତା ୨ ଦିନ ପରେ ଉଭୟ ମହିଳା ଥାନାରେ ସମାଧାନ ନେଇ ଜଣାଇବେ। ଯଦି ସମାଧାନ ନ ହେଲେ ଆଇନ ଅନୁଯାୟୀ ମାମଲା ଆଗକୁ ବଢ଼ିବ" ବୋଲି ଏସିପି କହିଛନ୍ତି ।

ଏ ନେଇ ହ୍ୟୁମାନଙ୍କ ମାଆ କହିଛନ୍ତି, "ପୁଅ ହ୍ୟୁମାନ ବିରୋଧରେ ଯେଉଁ ଅଭିଯୋଗ ଆସିଛି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ସବୁ ମିଛ କଥା କହିଛନ୍ତି ଶ୍ରୀୟାଙ୍କ ପରିବାର ।" ଶ୍ରୀୟାଙ୍କ ବିରୋଧରେ ଏକ ସାଙ୍ଘାତିକ ଅଭିଯୋଗ କରିଛନ୍ତି ହ୍ୟୁମାନଙ୍କ ମାଆ । ସେ କହିଛନ୍ତି, "ଶ୍ରୀୟାଙ୍କ ମାଆଙ୍କର ରହିଛି ପରକୀୟା ପ୍ରୀତି । ସମୟ ଆସିଲେ ତାହା ମୁଁ ସମସ୍ତଙ୍କୁ ଜଣାଇବି । ୨୦୧୫ରୁ ବାହାଘର ହେଲାଣି କିନ୍ତୁ ଆମେ କେବେ ଶ୍ରୀୟାକୁ ଧର୍ମ ପରିବର୍ତ୍ତନ କରିବା କଥା କହିନାହୁଁ । ମୁଁ ଘରେ ରୁହେ ନାହିଁ । କିନ୍ତୁ ଶ୍ରୀୟା ସ୍ୱାମୀ ସେବା ସହ ପିଲାଙ୍କ ଯତ୍ନ ବି ନିଅନ୍ତିନି । ତେବେ ନିଜେ ଶ୍ରୀୟାଙ୍କ ସହ ତାଙ୍କ ପରିବାର ଲୋକେ ବି ମଦ୍ୟପାନ କରନ୍ତି ।" ତେବେ ହ୍ୟୁମାନ ବି ମଦ୍ୟପାନ, ନିଶା ସେବନ କରୁଥିଲେ ବୋଲି ମାଆ ସେଫାଳି ସ୍ୱୀକାର କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.