କଟକ: ସରିଲା ମାଟ୍ରିକ ସମେଟିଭ-୧ ପରୀକ୍ଷା(Matric Summative-1 Exam Over) । ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି ପରୀକ୍ଷା । ଆସନ୍ତା ଡିସେମ୍ବର ୯ ରୁ ଆରମ୍ଭ ହେବ ମୂଲ୍ୟାୟନ ପ୍ରକ୍ରିୟା । ଚଳିତ ବର୍ଷ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ ୩୦୨୯ ଟି କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି। ସେହିପରି ମଧ୍ୟମାରେ ୧୦୮ ଟି କେନ୍ଦ୍ରରେ ୨୯୧୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ,୧୪୬ ଟି କେନ୍ଦ୍ରରେ ୭୧୮୧ ଜଣ ପରୀକ୍ଷାର୍ଥୀ ଓପନ ସ୍କୁଲ ସାର୍ଟିଫିକେଟ ପାଇଁ ପରୀକ୍ଷା ଦେଇଛନ୍ତି। ସମସ୍ତ ପରୀକ୍ଷା ଭଲ ହୋଇଥିବା ପରୀକ୍ଷା ପରେ ପରୀକ୍ଷାର୍ଥୀ ମାନେ କହିଛନ୍ତି।
ଏହା ମଧ୍ୟ ପଢନ୍ତୁ: ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା, ଡିସେମ୍ବର ୩୧ ଯାଏଁ ବଢିଲା ଡେଡଲାଇନ୍
ତେବେ ୧୨ ହଜାର ୪୫୦ ଜଣ ଶିକ୍ଷକ ମୂଲ୍ୟାୟନ ରେ ସାମିଲ ହେବେ। ୫୬ ଟି କେନ୍ଦ୍ରରେ ହେବ ମୂଲ୍ୟାୟନ। ୧୦ ଦିନ ଧରି ପରୀକ୍ଷା ଖାତା ମୂଲ୍ୟାୟନ ହେବ। ସକାଳ ୯ ଟା ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବ ଖାତା ଦେଖା। ଯେଉଁ ମୂଲ୍ୟାୟନ କେନ୍ଦ୍ରରେ ଶିକ୍ଷକ ମାନଙ୍କର ଅଭାବ ରହିବ ଉକ୍ତ ଜିଲ୍ଲାର ଶିକ୍ଷାଅଧିକାରୀ ମାନେ ଶିକ୍ଷକ ନିଯୁକ୍ତି କରିବେ। ଖାତାଦେଖାରେ ଯେପରି କୌଣସି ଭୁଲ ନହୁଏ, ସେଥିପ୍ରତି ସତର୍କତା ଅବଲମ୍ବନ କରି ଶିକ୍ଷକ ମାନେ ଖାତା ଦେଖିବେ ବୋଲି ବୋର୍ଡ଼ ପକ୍ଷରୁ କୁହାଯାଇଛି। ସେହିପରି ଖାତାଦେଖା ପାଇଁ ନିଯୁକ୍ତି ପାଇଥିବା ଶିକ୍ଷକମାନେ ସେମାନଙ୍କର ନିଯୁକ୍ତି ପତ୍ର ୱେବ ସାଇଟ ରୁ ଡାଉନଲୋଡ କରିବେ। ଏହା ସହ ୮ ତାରିଖ ରେ ମୂଲ୍ୟାୟନ କେନ୍ଦ୍ର ନିକଟରେ ପହଞ୍ଚିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।
ଇଟିଭି ଭାରତ, କଟକ