କଟକ: ଚିନ୍ତା ବଢ଼ାଉଛି ଓମିକ୍ରନ । ସ୍ଥିତି ଏମିତି କି ରାଜ୍ୟରେ କଟକଣାକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ତେବେ ଏଭଳି ସ୍ଥିତି ଲାଗିରହିଲେ ମାଟ୍ରିକ ପରୀକ୍ଷା ପରିଚାଳନା ପାଇଁ ସମସ୍ୟା ସୃଷ୍ଟି ହୋଇପାରେ । କାରଣ କୋରୋନା ଲାଗିରହିଲେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା କରିବା ଅସମ୍ଭବ ।
ତେଣୁ, ଏଭଳି ସ୍ଥିତିରେ ପରୀକ୍ଷାର୍ଥୀ ମାନେ ଘରେ ରହି ମାଟ୍ରିକ ପରୀକ୍ଷା ଦେଇପାରିବେ । ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ କିପରି ଏବଂ କେମିତି ଏହି ପରୀକ୍ଷା କରାଯିବ ସେନେଇ ବୋର୍ଡ କର୍ତ୍ତୃପକ୍ଷ କୌଣସି ସୂଚନା ଦେଇନାହାନ୍ତି । ତେବେ କୋରୋନା ସଂକ୍ରମଣ ପାଇଁ ଆଉ ବିନା ପରୀକ୍ଷାରେ ଫଳ ପ୍ରକାଶ କରାଯିବ ନାହିଁ ବୋଲି ବୋର୍ଡ ସ୍ପଷ୍ଟ କରିଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ