ETV Bharat / state

ଆସନ୍ତା ୧୮ରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ - ମାଟ୍ରିକ ପରୀକ୍ଷା ଫଳ

ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା । ଅଧିକ ପଢନ୍ତୁ

ମାଟ୍ରିକ ପରୀକ୍ଷା ଫଳ
ମାଟ୍ରିକ ପରୀକ୍ଷା ଫଳ
author img

By

Published : May 16, 2023, 11:38 AM IST

Updated : May 16, 2023, 2:46 PM IST

ଆସନ୍ତା ୧୮ରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ

କଟକ: ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ଗୁରୁବାର ଦିନ ୧୦ଟାରେ ବୋର୍ଡ ୱେବ ସାଇଟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଦିନ ୧୨ଟା ସୁଦ୍ଧା ଛାତ୍ରଛାତ୍ରୀ ସେମାନଙ୍କ ରେଜଲ୍ଟ ଜାଣିପାରିବେ । www.bseodisha.ac.in ବୋର୍ଡ ୱେବ ସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ । ଏହାସହିତ ନିଜର ମୋବାଇଲରୁ OR10 ଏବଂ ନିଜର ରୋଲ ନମ୍ବରକୁ ଟାଇପ କରି 5676750କୁ ପଠାଇଲେ ପରୀକ୍ଷା ଫଳ ଜାଣିହେବ ବୋଲି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲପ୍‌ କରିଥିଲେ । ୩୨୧୮ଟି କେନ୍ଦ୍ରରେ ଏହି ପରୀକ୍ଷା କରାଯାଇଥିଲା । ସେହିପରି ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା । ମାଓ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର ହୋଇଥିଲା । କନ୍ଧମାଳରେ ୭ଟି, କୋରାପୁଟରେ ୫, ମାଲକାନାଗିରିରେ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା । ସମସ୍ତ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରଗୁଡିକ ୧୦ କିମି ଭିତରେ କରାଯାଇଥିଲା ବୋଲି ବୋର୍ଡ୍‌ ପକ୍ଷରୁ ସୂଚନା ଦିଆଯାଇଥିଲା ।

ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ କେବଳ ଆଡ୍‌ମିଟ୍‌ କାର୍ଡ, ପେନ୍, ପେନ୍‌ସିଲ୍‌ ଓ ଜ୍ୟାମିତି ବାକ୍ସ ନେବାର ଅନୁମତି ରହିଥିଲା । ସେହିଭଳି ମଧ୍ୟମା ପରୀକ୍ଷା ପାଇଁ ୨୯୧୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସେମାନଙ୍କ ପାଇଁ ୧୦୮ଟି କେନ୍ଦ୍ରରେ ପରୀକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଥିଲା ଏବଂ ଓପନ ସ୍କୁଲ ପରୀକ୍ଷାରେ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି ସେଣ୍ଟରରେ ପରୀକ୍ଷା ଦେଇଥିବା ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । କଟକ ଜିଲ୍ଲାର ୨୮ ହଜାର ୮୫୪ ଜଣ ପରୀକ୍ଷାର୍ଥୀ, ୧୫୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।

ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଯେପରି ପ୍ରଶ୍ନପତ୍ର ଲିକ୍ ନହୁଏ ସେଥିପାଇଁ ରାଜ୍ୟ ସରକାର ଏବଂ ବୋର୍ଡ଼ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସମସ୍ତ ପରୀକ୍ଷା କେନ୍ଦ୍ରରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ଯେପରି ପହଞ୍ଚିବ ସେଥିପ୍ରତି ଅଧିକ ଗୁରୁତ୍ବ ଦିଆଯାଇଥିଲା । ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ ପୋଲିସର କଡ଼ା ସୁରକ୍ଷା ଯୋଗାଇ ଦିଆଯିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରତିକ୍ରିୟା ରଖିଥିଲେ । କପି ରୋକିବା ପାଇଁ ମଧ୍ୟ ସ୍କ୍ବାଡ୍‌ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଏନେଇ ୭୪ଟି ସ୍କ୍ବାଡ୍‌ ଗଠନ କରାଯାଇଥିବା ବେଳେ ସେଥିମଧ୍ୟରୁ ବୋର୍ଡ଼ ପକ୍ଷରୁ ୩୬ଟି ସ୍କ୍ବାଡ୍‌ ଗଠନ କରାଯାଇଥିବା ବୋର୍ଡ଼ ସଭାପତି ରାମଶିଷ ହାଜରା ସୂଚନା ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated : May 16, 2023, 2:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.