ETV Bharat / state

ମାର୍ଚ୍ଚ 18ରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ - ରାଜ୍ୟ ଶିକ୍ଷା ବୋର୍ଡ

ଆସନ୍ତା ୧୮ରୁ ଆରମ୍ଭ ହେବ ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟା । ୭୮୮ଟି ୟୁନିଟରେ ସମସ୍ତ ମାଟ୍ରିକ ଖାତା ମୂଲ୍ୟାୟନ ହେବାନେଇ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତିଙ୍କ ସୂଚନା । ଅଧିକ ପଢନ୍ତୁ...

ମାର୍ଚ୍ଚ 18ରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ
ମାର୍ଚ୍ଚ 18ରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ
author img

By

Published : Mar 14, 2020, 2:28 PM IST

Updated : Mar 14, 2020, 2:38 PM IST

କଟକ: ଆସନ୍ତା ୧୮ରୁ ଆରମ୍ଭ ହେବ ମାଟ୍ରିକ ମୂଲ୍ୟାୟନ ପ୍ରକ୍ରିୟା । ୭୮୮ଟି ୟୁନିଟରେ ମୂଲ୍ୟାୟନ ହେବ ସମସ୍ତ ମାଟ୍ରିକ ଖାତା । ଚଳିତ ଥର ୨ଟି ପ୍ରକ୍ରିୟାରେ ହେବ ମୂଲ୍ୟାୟନ ପ୍ରକ୍ରିୟା । ପ୍ରଥମେ ଅବଜେକ୍ଟିଭ ଓ ପରେ ସବଜେକ୍ଟିଭ ଖାତାର ମୂଲ୍ୟାୟନ କରାଯିବ। ଅବଜେକ୍ଟିଭ ମୂଲ୍ୟାୟନ ପାଇଁ ପ୍ରତି ୟୁନିଟରେ ୨୦ ଜଣ ପରୀକ୍ଷକ, ଜଣେ ମୁଖ୍ୟ ପରୀକ୍ଷକ , ୨ ଜଣ ଡେପୁଟି ଏଗଜାମିନର ଓ ୨ ଜଣ ସ୍କୁଟିନାଇଜରଙ୍କୁ ନିୟୋଜିତ କରାଯିବ।

ମାର୍ଚ୍ଚ 18ରୁ ମାଟ୍ରିକ ମୂଲ୍ୟାୟନ ଆରମ୍ଭ

ସେହିପରି ସବଜେକ୍ଟିଭ ପାଇଁ ପ୍ରତି ୟୁନିଟରେ ୧୨ ଜଣ ଏଗଜାମିନର ରହିବେ। ତେବେ ୧୫ ହଜାରରୁ ଅଧିକ ଶିକ୍ଷକ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହେବେ । ୨୦ ଦିନ ମଧ୍ୟରେ ମୂଲ୍ୟାୟନ ପ୍ରକ୍ରିୟା ଶେଷ ହେବ ବୋଲି ବୋର୍ଡ ପରୀକ୍ଷା ନିୟନ୍ତ୍ରକ ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 14, 2020, 2:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.