କଟକ: ଦୁର୍ବୃତ୍ତଙ୍କ ଗୁଳିମାଡରେ ଯୁବକଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟଛି ବୈଦେଶ୍ବର ଥାନା ଅନ୍ତର୍ଗତ ବରଡା଼ଳିଆ ଠାକୁରାଣୀ ରାସ୍ତାରେ । ମୃତ ଯୁବକ ହେଲେ ମଣିପୁର ଗ୍ରାମର ଅର୍ଜୁନ ବଳିଆରସିଂହ ।
ସୂଚନାନୁସାରେ, ଶୁକ୍ରବାର ରାତିରେ ଅର୍ଜୁନଙ୍କୁ ଗୁଳି ମାଡ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ଖବର ପାଇଁ ଘଟଣାସ୍ଥଳରେ ନୟାଗଡ ଜିଲ୍ଲା ଫତେଗଡ ପୋଲିସ ପହଞ୍ଚି ତାଙ୍କୁ ରକ୍ତ ଜୁଡୁବୁଡ ଅବସ୍ଥାରେ କଳାପଥର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅର୍ଜୁନଙ୍କୁ ଖୋର୍ଦ୍ଧା ଡାକ୍ତରଖାନା ନିଆଯାଉଥିଲା । ମାତ୍ର ଡାକ୍ତରଖାନା ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅର୍ଜୁନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ