ETV Bharat / state

ବ୍ଲାକମେଲ କରି ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ - ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍

ବ୍ଲାକମେଲ କରି ନାବାଳିକାକୁ ଦୁଷ୍କର୍ମ ମାମଲା । ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଲେ ସ୍ଵତନ୍ତ୍ର ପୋକ୍ସୋ ଆଡାହକ କୋର୍ଟ । ଅଧିକ ପଢନ୍ତୁ

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍

author img

By ETV Bharat Odisha Team

Published : Sep 1, 2023, 9:36 AM IST

କଟକ: ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷର ଜେଲ୍ । ବ୍ଲାକମେଲ କରି ନାବାଳିକାକୁ ବାରମ୍ବାର ଦୁଷ୍କର୍ମ କରିବା ମାମଲାରେ ଏହି ସଜ୍ଜା ଶୁଣାଇଛନ୍ତି କଟକର ସ୍ଵତନ୍ତ୍ର ପୋକ୍ସୋ ଆଡାହକ କୋର୍ଟ । ୨୦ ବର୍ଷ ଜେଲ୍ ସହ ଆସାମୀକୁ ୨୦ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ହୋଇଛି । ୨୦୨୧ ମସିହାରେ ଏହି ଦୁଷ୍କର୍ମ ଘଟଣା ଘଟିଥିଲା । ମହାରାଷ୍ଟ୍ରର ଯୁବକ ଗୁଡୁ ନିଶାତ କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳର ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ କରିଦେବାର ଧମକ ଦେଇ ତାଙ୍କୁ ମୁମ୍ବାଇ ଡକାଇ ଗୋଟିଏ ହୋଟେଲରେ ବାରମ୍ବାର ଦୁଷ୍କର୍ମ କରିଥିଲା ।

ଏ ସମ୍ପର୍କରେ ଜାଣି ପୀଡିତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରିବା ସହ ମୁମ୍ବାଇ ଯାଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଦୁଷ୍କର୍ମ ମାମଲାରେ ୧୮ ଜଣ ସାକ୍ଷୀ ଓ ୩୪ଟି ଡକ୍ୟୁମେଣ୍ଟ ଆଧାରରେ ପୋକ୍ସୋ କୋର୍ଟ ଅଭିଯୁକ୍ତ ଗୁଡୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ୨୦ ବର୍ଷର ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପୀଡ଼ିତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ ।

ଏହାମଧ୍ୟ ପଢନ୍ତୁ: କଟକରେ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ ! ପୋଲିସର ତଦନ୍ତ ଜାରି

ସେହିପରି ଅନ୍ୟ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ୨୦୧୪ ଡିସେମ୍ବର ୧୫ ତାରିଖରେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତ ଉମେଶ ଚନ୍ଦ୍ର କାଣ୍ଡି ୬ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଉମେଶ ପୀଡିତା ବାପାଙ୍କ ଅଟୋ ଚାଳକ ଥିଲା ଓ ଝିଅଟିକୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା । ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ଦିଆଯାଇଥିଲା । ପୋଲିସ ଏତଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗୁରୁବାର କୋର୍ଟ ୧୨ ଜଣ ସାକ୍ଷୀ ଓ ୧୧ଟି ଡକ୍ୟୁମେଣ୍ଟ ଆଧାରରେ ଅଭିଯୁକ୍ତକୁ ୧୦ ବର୍ଷର ସଜ୍ଜା ଶୁଣାଇଛନ୍ତି । ଏହାସହ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ଅନ୍ୟ ଏକ ମାମଲାରେ ଜଣେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କଟକ ଜିଲ୍ଲା ଦୌରା ଜଜ କୋର୍ଟ । ୧୮ ଜାନୁଆରୀ ୨୦୧୬ ମସିହାରେ କଟକ ବିଡାନାସୀ ଥାନା ଅନ୍ତର୍ଗତ ତୁଳସୀପୁର ବାଉରୀ ସାହିରେ ଟୁନା ଦାସ ନାମକ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ଟୁନାକୁ ଘରୁ ଡାକି ନେଇ କଟୁରୀରେ ହତ୍ୟା କରିବା ମାମଲାରେ ପପୁ ଦାସକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ହୋଇଛି । ଜରିମାନା ଅନାଦେୟ ହେଲେ ୧ ବର୍ଷ ଅଧିକ ଜେଲଦଣ୍ଡ ଭୋଗିବାର ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.