କଟକ: ମାଳିସହିରୁ ଉଠିଲା କଣ୍ଟେନମେଣ୍ଟ ଜୋନ । ଉକ୍ତ ଅଞ୍ଚଳରୁ 13 ଜଣ ପଜିଟିଭ ଆସିବା ପରେ ଗତ 4 ତାରିଖ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା ସିଏମସି । ତେବେ ରବିବାର ଉକ୍ତ ଅଞ୍ଚଳରେ ସମସ୍ତ କେସ ନେଗେଟିଭ ଆସିଛି । ଏହାପରେ ପରେ ମାଳିସାହିକୁ କଣ୍ଟେନମେଣ୍ଟ ଜୋନରୁ ମୁକ୍ତ କରାଯାଇଛି ।
![ମାଳିସାହିରୁ ଉଠିଲା କଣ୍ଟେନମେଣ୍ଟ ଜୋନ](https://etvbharatimages.akamaized.net/etvbharat/prod-images/od-ctc-04-malisahicontentmentzonefree-dry-7204966_12072020141512_1207f_1594543512_1089.jpg)
ସୂଚନା ଅନୁସାରେ ସମସ୍ତ କଣ୍ଟାକ୍ଟ ଟ୍ରେସିଂ କରିବା ପରେ ସମସ୍ତ ରିପୋର୍ଟ ନେଗେଟିଭ ଆସିଛି । ପରେ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରୁ ମୁକ୍ତ କରାଯାଇଛି । ତେବେ ଅନ୍ୟ ସବୁ ସରକାରୀ ନିୟମ ଏଠାରେ ବଳବତ୍ତର ରହିବା ନେଇ ସିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ