ETV Bharat / state

SCB ସଫେଇ କର୍ମଚେରୀ ଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : May 21, 2023, 4:27 PM IST

ଏସସିବି ବଡ ମେଡିକାଲର ଠିକା କର୍ମଚାରୀଙ୍କୁ ଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ଅଧିକ ପଢନ୍ତୁ

SCB ସଫେଇ କର୍ମଚେରୀ ଦୁଷ୍କର୍ମ ଘଟଣା
SCB ସଫେଇ କର୍ମଚେରୀ ଦୁଷ୍କର୍ମ ଘଟଣା
SCB ସଫେଇ କର୍ମଚେରୀ ଦୁଷ୍କର୍ମ ଘଟଣା

କଟକ: ଏସସିବି ବଡ ମେଡିକାଲର ଠିକା କର୍ମଚାରୀଙ୍କୁ ଦୁଷ୍କର୍ମ ଘଟଣା । ନିଆଳିରୁ ଗିରଫ ହୋଇଛି ମୁଖ୍ୟ ଅଭିଯୁକ୍ତ । ମଙ୍ଗଳାବାଗ ପୋଲିସ ଅଭିଯୁକ୍ତ ସୁଧୀର ସାହୁକୁ ଗିରଫ କରି ଏସସିବିରେ ମେଡିକାଲ ଯାଞ୍ଚ କରାଇବା ସହିତ କୋର୍ଟ ଚାଲାଣ କରିଛି ।

ଏହା ମଧ୍ୟ ପଢନ୍ତୁ-Anti-Terrorism Day 2023: ଦେଶ ପାଳୁଛି ରାଷ୍ଟ୍ରୀୟ ଆତଙ୍କବାଦ ନିରୋଧ ଦିବସ, ଜାଣନ୍ତୁ ଏହା ପଛର ଇତିହାସ

ସୂଚନା ମୁତାବକ, ସୁଧୀର ପୀଡିତା ସୁଇପରକୁ କାମ କରାଇବାକୁ ଡାକି ତା ସହିତ ଗତ 7 ତାରିଖରେ କାଡିଓଲୋଜି ଏସଆର ହଷ୍ଟେଲର 15ନଂ ରୁମ୍‌ରେ ଦୁଷ୍କର୍ମ କରିଥିଲା । ଏଥିସହ ଏହି କଥା କାହାକୁ କହିଲେ ଚାକିରିରୁ ବାହାର କରିଦେବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏନେଇ ପୀଡିତା ପ୍ରଥମେ ଚୁପ ରହିଥିଲେ ହେଲେ ପରବର୍ତ୍ତୀ ସମୟରେ 14 ତାରିଖରେ ମଙ୍ଗଳାବାଗ ଥାନାରେ ଲିଖିତ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୋଲିସ ପୀଡିତାଙ୍କ 161 ଓ 164 ଧାରାରେ ବୟାନ ରେକର୍ଡ କରାଇବା ସହିତ ସୁଧୀରକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲା । ଆଗକୁ ଯେପରି ଲଜ୍ୟାଜନକ ଘଟଣା ଏସସିବିରେ ନଘଟିବ ସେନେଇ ପଦକ୍ଷେପ ନେବାକୁ ଏସସିବି କତୃପକ୍ଷଙ୍କୁ ସୂଚିତ କରାଯିବ ବୋଲି ଥାନା ଅଧିକାରୀ କହିଥିଲେ ।

ଏହା ମଧ୍ୟ ପଢନ୍ତୁ- ବିରୋଧି ଏକତା ଉଦ୍ୟମ: କେଜ୍ରିୱାଲଙ୍କୁ ଭେଟିଲେ ନୀତିଶ, ପରେ ଖଡଗେଙ୍କୁ ଭେଟିବେ

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ପୁଣି ଜଣେ କିରାଣୀ, ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଡିଲାନ୍ସ

ପ୍ରକାଶ ଥାଉକି, ଜଣେ ମହିଳା କର୍ମଚାରୀଙ୍କ ଜରିଆରେ ସୁପରଭାଇଜର ତାକୁ ଏସ.ଆର ହଷ୍ଟେଲକୁ ରୁମ୍‌ ସଫା କରିବାକୁ ପଠାଇଥିଲା । କାମ ସାରିବା ବେଳକୁ ନିଜେ ସେଠାରେ ପହଞ୍ଚି କବାଟ ଭିତରୁ ବନ୍ଦ କରି ଦୁଷ୍କର୍ମ କରିଥିଲା । ଏହାପରେ ଘଟଣା ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । ଏହା ପରେ ବି ପିଡୀତା ଥାନାରେ ଅଭିଯୋଗ କରିଥିଲେ । ଘଟଣାଟି ଗତ 7ତାରିଖରେ ଘଟିଥିବା ବେଳେ ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା । ତେବେ ମୁଖ୍ୟ ଅଭଯୁକ୍ତ ସୁଧିର ଗିରଫ ହେବା ପରେ ଏସ୍‌ସିବିରେ ଯେପରି ଆଗାମୀ ଦିନରେ ଘଟଣା ନ ଘଟିବ ସେନେଇ ଅଧିକ ଫୋକସ କରାଯିବ ବୋଲି ମଙ୍ଗଳାବାଗ ଧାନା ଅଧିକାରୀ ସୁଧାଂଶୁ ଜେନା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.