ETV Bharat / state

ଉଛୁଳୁଛି ମହାନଦୀ, ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି ୧୨ ଲକ୍ଷ କ୍ୟୁସେକ ବନ୍ୟା ଜଳ - danger mark in naraj

କଟକରେ କମୁନାହିଁ ବନ୍ୟାଜଳ । ବିପଦ ସଙ୍କେତ ଉପରେ ରହିଛି ମହାନଦୀ ଓ କାଠଯୋଡ଼ି ଜଳସ୍ତର । ଅଧିକ ପଢନ୍ତୁ

କଟକରେ କମୁନି ବନ୍ୟାପାଣି
କଟକରେ କମୁନି ବନ୍ୟାପାଣି
author img

By

Published : Aug 17, 2022, 8:58 AM IST

କଟକ: ଜିଲ୍ଲାରେ କମୁନାହିଁ ବନ୍ୟାଜଳ । ନରାଜ ହେଉକି ମୁଣ୍ଡଳୀ ଅବା ଯୋବ୍ରା ସବୁଠି ନଦୀ ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗତ ୧୨ ଘଣ୍ଟା ହେବ ମୁଣ୍ଡଳୀ ଦେଇ ୧୨ ଲକ୍ଷ ୧ ହଜାର ୪୨୬ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ଯୋବ୍ରା ବ୍ୟାରେଜ ଦେଇ ୫ ଲକ୍ଷ ୮୧ ହଜାର ୫୮୩ କ୍ୟୁସେକ ଜଳ ନିଷ୍କାସିତ ହେଉଥିବାବେଳେ ନରାଜ ଦେଇ କାଠଯୋଡି ନଦୀରେ ୫ ଲକ୍ଷ ୯୨ ହଜାର ୭୭୩ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି । ନରାଜରେ ଆହୁରି ଅଧିକ ବନ୍ୟାଜଳ ପ୍ରବେଶ କରିବ ତେଣୁ ଆସନ୍ତା 12 ଘଣ୍ଟା ଅଧିକ ଗୁରୁତ୍ବପୂର୍ଣ୍ଣ ।

କଟକରେ କମୁନି ବନ୍ୟାପାଣି

ଏହା ବି ପଢନ୍ତୁ...ବନ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ, ଉପକୂଳବର୍ତ୍ତୀ ଅଞ୍ଚଳରେ ୪୪ ଟିମ ମୁତୟନ

ବିପଦ ସଙ୍କେତ ଉପରେ ରହିଛି ମହାନଦୀ ଓ କାଠଯୋଡ଼ି ଜଳସ୍ତର । ଏବେ ବି ବିପଦ ସଙ୍କେତ ଉପରେ ମହାନଦୀ । ମୁଣ୍ଡଳୀର ବିପଦ ସଙ୍କେତ ୯୭. ୨୫ ଫୁଟ ଥିବା ବେଳେ ସେଠାରେ ୯୭. ୮୦ ଫୁଟରେ ମହାନଦୀ ପ୍ରବାହିତ ହେଉଛି । ସେହିପରି ଯୋବ୍ରା ବ୍ୟାରେଜର ବିପଦ ସଙ୍କେତ ୨୨.୯୪ ମିଟର ଥିବା ବେଳେ ସେଠାରେ ମହାନଦୀର ଜଳସ୍ତର ୨୨.୧୫ ମିଟର ରହିଛି । ଅଧିକ ବନ୍ୟାଜଳ ପ୍ରବାହିତ ହେଉଥିବା କାରଣରୁ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଛି । ଏନେଇ ପ୍ରଶାସନ ପ୍ରସ୍ତୁତ ରହିଛି । ଉପକୂଳବର୍ତ୍ତୀ ଅଞ୍ଚଳରେ ୪୪ ଟିମ ମୁତୟନ ହୋଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.