କଟକ: କମିଶନରେଟ ପୋଲିସ ହାତରେ ଧରାପଡିଲେ 3 କୁଖ୍ୟାତ ଲୁଟେରା । ଚୌଦ୍ବାର ଅଞ୍ଚଳରୁ ଗିରଫ ହେଲେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ଲକ୍ଷାଧିକ ଟଙ୍କା ଓ ଦରକାରୀ କାଗଜପତ୍ର ଲୁଟ ମାମଲାରେ ଏହି 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।
ସୂଚନା ଅନୁସାରେ ମେ’ ମାସରେ ଚୌଦ୍ବାର ଅଞ୍ଚଳରେ ଏକ ବଡ ଧରଣର ଚୋରି ହୋଇଥିଲା । ଯେଉଁଥିରେ ଜଣେ ମହିଳାଙ୍କୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ଓ ଜରୁରୀ କାଗଜପତ୍ର ଲୁଟି ଥିଲେ ଏହି ଗ୍ୟାଙ୍ଗ । ତେବେ ବିଳମ୍ବରେ ହେଲେ ମଧ୍ୟ ପୋଲିସ ହାତରେ ଏହି ଗ୍ୟାଙ୍ଗ ଧରାପଡିଛନ୍ତି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି ଜନ୍ମେଜୟ ବିଶ୍ବାଳ, ନିତେଶ କୁମାର, ଉଭୟେ କଟକ ବାସିନ୍ଦା ହୋଇଥିବା ବେଳେ ଅନ୍ୟଜଣେ ସାଗର ମଲ୍ଲିକ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡିଛି ।
ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର, ପଲସର ବାଇକ, 3 ଦାମୀ ମୋବାଇଲ ଓ 5 ହଜାରରୁ ଊର୍ଦ୍ଧ୍ବ ଟଙ୍କା ଜବତ କରିଛି ପୋଲିସ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ