ETV Bharat / state

ଚୋରି ସାମଗ୍ରୀ ଫେରାଇଲା କମିଶନରେଟ ପୋଲିସ, ସଚେତନ ରହିବାକୁ ଦେଲା ବାର୍ତ୍ତା - ଲକ୍ଷାଧିକ ଟଙ୍କା ଓ ଦାମୀ ଗହଣା ଫେରାଇଲା କମିଶନରେଟ ପୋଲିସ

ଚୋରି ହୋଇଥିବା ଜିନିଷ ଫେରାଇଲା କମିଶନରେଟ ପୋଲିସ । କଟକର ବିଭିନ୍ନ ଥାନା ଅଧୀନରେ ଚୋରି ହୋଇଥିବା 100ଟି ମୋବାଇଲ, ମଟର ସାଇକେଲ, ଲ୍ୟାପଟପ ଓ ଟିଭି ଫେରାଯାଇଛି ।

loot property return mela
ପ୍ରୋପଟି ରିଟର୍ଣ୍ଣ ମେଳା
author img

By

Published : Aug 13, 2023, 4:12 PM IST

ପ୍ରୋପଟି ରିଟର୍ଣ୍ଣ ମେଳା

କଟକ: ଚୋରି ହୋଇଥିବା ଜିନିଷ ଫେରାଇଲା କମିଶନରେଟ ପୋଲିସ । ପ୍ରୋପଟି ରିଟର୍ଣ୍ଣ ମେଳାର ଆୟୋଜନ କରି ଚୋରି ସାମଗ୍ରୀ ଲୋକଙ୍କୁ ଫେରାଇଛି କଟକ ୟୁପିଡ଼ି ପୋଲିସ । ଏହାସହ ପୋଲିସ 100 ଚୋରା ମୋବାଇଲ ଫେରାଇଛି । କଟକର ବିଭିନ୍ନ ଥାନା ଅଧୀନରେ ଚୋରି ହୋଇଥିବା 100ଟି ମୋବାଇଲ, ମଟର ସାଇକେଲ, ଲ୍ୟାପଟପ୍‌ ଓ ଟିଭି ଫେରାଇଛି ।

କଟକ ସହରର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଏହି ମୋବାଇଲ ଏବଂ ଗାଡି ଲୁଟ୍‌ କରି କଟକ ଜିଲ୍ଲା ବାହାରକୁ ଚାଲି ଯାଉଥିଲେ । ପୋଲିସ ନିକଟରେ ମାମଲା ରୁଜୁ ହେବା ପରେ ପୋଲିସ ସେମାନଙ୍କୁ ଟ୍ରାକ୍‌ କରି ଧରିବାରେ ସଫଳ ହୋଇଛି । ସମସ୍ତ ଲୁଟେରାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିବା ସହ ଲୁଟ୍‌ ମୋବାଇଲ ଗାଡ଼ି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିଲା । ଲୁଟ୍‌ ମୋବାଇଲ, ଗାଡ଼ିକୁ ଲୁଟେରାମାନେ ନେଇ କମ ଟଙ୍କାରେ ବିକ୍ରି କରୁଥିଲେ । ତେବେ ଏହି କ୍ରମରେ ଶହଶହ ଲୋକେ ଆଜି ସେମାନଙ୍କ ହଜିଥିବା ସାମଗ୍ରୀ ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଚୋରି ସାମଗ୍ରୀ ଫେରାଇଲା କମିଶନରେଟ ପୋଲିସ, ଖୁସି ହେଲେ ଲୋକେ

ଡିସିପିଙ୍କ କହିବାନୁସାରେ, "କଟକ ସହରରେ ପ୍ରତ୍ୟକ ଦିନ ଏପରି ଚୋରି ମାମଲା ସାମ୍ନାକୁ ଆସୁଛି । ଏତଲା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ରାଜ୍ୟ ତଥା ରାଜ୍ୟ ବାହାରେ ଚୋରା ମୋବାଇଲକୁ ନେଇ କମ୍‌ ଟଙ୍କାରେ ବିକ୍ରି କରିଦେଇଛନ୍ତି ଲୁଟେରା । ତେଣୁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଟିମ୍‌ ମୋବାଇଲକୁ ଟ୍ରାକ୍‌ କରି ଫେରାଇ ଆଣିବାରେ ସଫଳ ହେଉଛି । ତେବେ ଲୋକମାନେ ଏହି ଦିଗରେ ଆହୁରି ସଚେତନ ହେବା ଆବଶ୍ୟକ ରହିଛି ।" ସମୟ ବଦଳିବା ସହ ଚୋରମାନେ ବେଶ ଚାଲାକ ଢଙ୍ଗରେ ଲୁଟ କରୁଛନ୍ତି । ତେଣୁ ଲୋକେ ସଚେତନ ରହିଲେ ଏପରି ଘଟଣା କମ ଘଟିବା ନେଇ କହିଛନ୍ତି ଡିସିପି ପିନାକ ମିଶ୍ର । ବର୍ତ୍ତମାନ ବି ଅନେକ ଚୋରି ମାମଲା ରହିଛି । ଯେଉଁଠି ଚୋରି ମୋବାଇଲକୁ ଟ୍ରାକ୍‌ କରିବା ମଧ୍ୟ କଷ୍ଟ ହୋଇପଡ଼ୁଛି । ତେବେ ଏହି ଦିଗ ପ୍ରତି ଲୋକେ ସାବଧାନ ହେଲେ ନିଶ୍ଚୟ ଚୋରି ଉପରେ ରୋକ୍‌ ଲାଗି ପାରିବ । ଚୋରି ଭଳି ଅପରାଧ ରୋକିବା ପାଇଁ ପୋଲିସ ସର୍ବଦା ଚେଷ୍ଟିତ ରହିଛି । ଆଗମୀ ଦିନରେ ମାମଲାକୁ ହ୍ରାସ କରିହେବ ବୋଲି କହିଛନ୍ତି କଟକ ଡିସିପି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.